ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଭିନ୍ନକ୍ଷମଙ୍କୁ ମିଳିଲା ବିଦ୍ୟୁତ ଚାଳିତ ଅଟୋ

Published By : Harapriya Sethi | January 16, 2025 12:14 PM

ତୁମୁଡିବନ୍ଧ,୧୨/୦୧: ଭିନ୍ନକ୍ଷମଙ୍କୁ ସଶକ୍ତୀକରଣ ଓ ସ୍ୱାବଲମ୍ବୀ କରି ମୂଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି । ଏହି କ୍ରମରେ ଭିନ୍ନକ୍ଷମ ସୁରେନ୍ଦ୍ର ବେରୁକଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ମିଳିଛି ଏକ ବ୍ୟାଟେରୀ ଚାଳିତ ତିନି ଚକିଆ ଅଟୋ ରିକ୍ସା। ଏହାକୁ ନେଇ ସୁରେନ୍ଦ୍ରଙ୍କ ପରିବାର ବର୍ଗ ଖୁସି ଅନୁଭବ କରିଛନ୍ତି । 

,ସୂଚନା ମୁତାବକ, ଦୀର୍ଘ ଦିନ ଧରି ଭିନ୍ନକ୍ଷମ ସୁରେନ୍ଦ୍ର ଯିବା ଆସିବା ପାଇଁ ବାଉଁଶ ବାଡ଼ିକୁ ସାହାରା କରିଥିଲେ। ଏଥିପାଇଁ ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ଗାଡି ଖଣ୍ଡିଏ ପାଇଁ ବ୍ଲକ ଓ ପଞ୍ଚାୟତକୁ ଦୌଡ଼ି ଦୌଡ଼ି ନିରାଶ ହୋଇଥିଲେ। ଏବେ କିନ୍ତୁ ସରକାରଙ୍କ ଭିନ୍ନକ୍ଷମ ସଶକ୍ତୀକରଣ ଯୋଜନାରେ ତାଙ୍କୁ ଏହି ଯାନ ଯୋଗାଇ ଦିଆଯାଇଛି । ଏଥିପାଇଁ ସହଯୋଗର ହାତ ବଢ଼ାଇଥିବାରୁ ସେ ତୁମୁଡିବନ୍ଧ ବ୍ଲକ ବିଜେପି ସଭାପତି ସରମେଶ୍ୱର ମାଝୀ, ମଣ୍ଡଳ ଉପଦେଷ୍ଟା ରବିଚନ୍ଦ୍ର ପାତ୍ର, ସାଂସଦ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ବରିଷ୍ଠ କର୍ମୀ ବଳଭଦ୍ର ରାଉତ, ପ୍ରମୁଖଙ୍କୁ ଧନ୍ୟବାଦ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.