ନୂଆଦିଲ୍ଲୀ : ଆମେରିକାରେ ଏହି ସମୟରେ ଏକ ଏମିତି ପ୍ରସଙ୍ଗ ଖୁବ୍ ଜୋରରେ ଚର୍ଚ୍ଚାରେ ରହିଛି ଯେ,ଯାହାକୁ କେବେ କେବଳ ରହସ୍ୟମୟୀ କାହାଣୀ କିମ୍ୱା ଷଡ଼ଯନ୍ତ୍ରର ଥିଓରୀ ଭାବି ଅଣଦେଖା କରି ଦିଆଯାଉ ଥିଲା – ୟୁଏଫ୍ଓ ଅର୍ଥାତ୍ ଅଜଣା ଉଡ଼ୁଥିବା ଅବଜେକ୍ଟ ( ଅନଆଇଣ୍ଡେଣ୍ଟିଫାଏଡ୍ ଫ୍ଲାଇଂ ଅବଜେକ୍ଟ)। ବର୍ତ୍ତମାନ ସ୍ଥିତି ବଦଳି ସାରିଛି। ଏହି ବିଷୟ କେବଳ ବନ୍ଦ ଫାଇଲ କିମ୍ୱା ଗୁପ୍ତ ରିପୋର୍ଟ ଯାଏ ସୀମିତ ରହି ନାହିଁ , ବରଂ ଏବେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୋଲା ମଞ୍ଚକୁ ଆଣି ଏହାକୁ ଯୁକ୍ତିତର୍କର ଅଂଶ କରି ଦେଇଛନ୍ତି।
ଡୋନାଲ୍ଡ ଟ୍ରମ୍ପଙ୍କ କହିବା ହେଲା ଯେ, ୟୁଏଫଓ ସହ ଜଡ଼ିତ ଫାଇଲ୍ ଗୁଡ଼ିକୁ ଖୁବ୍ ଶୀଘ୍ର ସାର୍ବଜନିକ କରାଯିବ। ଅନ୍ୟପଟେ କିଛି ଏମିତି ବୟାନ ମଧ୍ୟ ସାମ୍ନାକୁ ଆସିଛି ଯେ, ଏହା ଇସାରା କରେ ଯେ, ଏହି ମାମଲାର ବାସ୍ତବତା ଯେତେ ହୃଦୟସ୍ପର୍ଶୀ , ସେତିକି ହିଁ ସମ୍ୱେଦନଶୀଳ ଓ ବିପଜ୍ଜନକ ମଧ୍ୟ ହୋଇପାରେ।
ୟୁଏଫଓକୁ ନେଇ ଏହି ଚର୍ଚ୍ଚା ମଧ୍ୟରେ ଆଉ ଏକ ଆଶ୍ଚର୍ଯ୍ୟକର ଦିଗ ସାମ୍ନାକୁ ଆସିଛି। ଗତ କିଛି ଦିନରେ ଆମେରିକାରେ NASA , ପରମାଣୁ ଓ ପ୍ରତିରକ୍ଷା କ୍ଷେତ୍ର ସହ ଜଡ଼ିତ କିଛି ବୈଜ୍ଞାନିକଙ୍କ ରହସ୍ୟମୟ ଭାବେ ନିଖୋଜ ଓ ହଠାତ୍ ମୃତ୍ୟୁ ହୋଇଛି। ଏହି ସବୁ ଘଟଣା ଗୁଡ଼ିକ ଏହି ପୂରା ମାମଲାକୁ ଆହୁରି ଅଧିକ ସଙ୍ଗୀନ କରିଛି ଏବଂ ଅନେକ ଗୁଡ଼ିଏ ନୂଆ ପ୍ରଶ୍ନ ସୃଷ୍ଟି କରିଛି।
ଏମିତି ପ୍ରଶ୍ନ ଉଠିଛି ଯେ, ଆମେରିକାରେ ଏହି ସମୟରେ ୟୁଏଫଓକୁ ନେଇ ହଠାତ୍ ଏତେ ହଲଚଲ କାହିଁକି ? ଏହା କଣ କେବଳ ଟେକ୍ନିକାଲ ରହସ୍ୟ , କିମ୍ୱା ଏହା ପଛରେ କୌଣସି ବଡ଼ ଓ ଗୋପନ ସତ୍ୟ ରହିଛି। ଯାହାକୁ ଏବେ ସାମନାକୁ ଅଣା ଯାଉଛି ?
ଏହି ପୂରା ଘଟଣାକ୍ରମକୁ ନେଇ ସେହି ବୟାନରୁ ଆରମ୍ଭ କରିବାକୁ ହେବ ,ଯିଏକି ଯୁକ୍ତିକୁ ଏବେ ହଠାତ୍ ଜୋରଦାର କରି ଥିଲେ। ଟ୍ରମ୍ପ ଏକ ବଡ଼ ସାର୍ବଜନିକ କାର୍ଯ୍ୟକ୍ରମରେ କହିଥିଲେ , ସେ ପ୍ରତିରକ୍ଷା ବିଭାଗକୁ ୟୁଏଫଓ ଓ ଅନଆଇଣ୍ଡେଣ୍ଟିଫାଇଡ୍ ଏରିୟଲ ଫିନାମିନା (ୟୁଏପି) ସହ ଜଡ଼ିତ ସରକାରୀ ଫାଇଲ ଗୁଡ଼ିକୁ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଉକ୍ତ ବୟାନ ଅନେକ କାରଣକୁ ପ୍ରମୁଖ। ପ୍ରଥମେ ତ ଏହା ଯେ, ଏହା ସିଧାସଳଖ ଏହି କଥାକୁ ସ୍ୱୀକାର କରେ ଯେ, ସରକାରଙ୍କ ପାଖରେ ୟୁଏଫଓ ସଂପର୍କିତ ସୂଚନା ବହୁ ପରିମାଣରେ ରହିଛି। ଦ୍ୱିତୀୟରେ ଏହି ସଙ୍କେତ ଦିଏ ଯେ, ଏହି ସବୁ ଫାଇଲକୁ ଏବେ ସାର୍ବଜନିକ କରିବାର ଏକ ସୁନିୟୋଜିତ ପ୍ରୟାସ ଚାଲୁଛି। ଇତିହାସକୁ ଦେଖିଲେ , ଆମେରିକାର ସରକାର ସର୍ବଦା ୟୁଏଫଓ ସହ ଜଡ଼ିତ ମାମଲାକୁ ସୀମିତ ଉପାୟରେ ହିଁ ସେୟାର କରିଛି।
୨୦ତମ ଶତାବ୍ଦୀରେ ପ୍ରୋଜେକ୍ଟ ବ୍ଲୁ ବୁକ୍ ଭଳି ପୋଗ୍ରାମ ଚଲାଇ ଥିଲେ ,ଯେଉଥିରେ ହଜାର ହଜାର ମାମଲାର ଯାଞ୍ଚ ହେଲା , କିନ୍ତୁ ଶେଷରେ ଏହା କୁହାଯାଇଛି ଯେ, ଏଲିୟନ ସହ ଜଡ଼ିତ କୌଣସି ପ୍ରମୁଖ ପ୍ରମାଣ ମିଳି ନାହିଁ। ଏବେ ଯଦି ଅନେକ ଦଶନ୍ଧି ପରେ ପୁଣି ଫାଇଲ ଖୋଲିବା କଥା ହେଉଛି , ତ ଏହା ନିଜ ଭିତରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ।
ଟ୍ରମ୍ପଙ୍କ ବୟାନ ପରେ, ଆମେରିକୀୟ ସଂସଦର ଏକ ଟାସ୍କ ଫୋର୍ସ ପେଣ୍ଟାଗନକୁ ଚିଠି ଲେଖି ୪୫ ରୁ ଅଧିକ ଭିଡିଓ ଏବଂ ଡକ୍ୟୁମେଣ୍ଟ ମାଗିଛି । ଏହି ଭିଡ଼ିଓ ୨୦୧୯ ପରେ ଘଟଣା ସହିତ ଜଡିତ ଏବଂ ଏଥିରେ କଥିତ ଭାବରେ ଏମିକି ଅବଜେକ୍ଟସ ଦେଖାଯାଉଛି ,ଯାହା ପାରମ୍ପରିକ ପ୍ରଯୁକ୍ତିବିଦ୍ୟା ସହ ସମାନ ହେଉ ନାହିଁ।
JUST IN: President Trump has directed Secretary of Defense Pete Hegseth to release government documents related to UFOs:
— Fox News (@FoxNews) April 17, 2026
“We found many very interesting documents, I must say. And the first releases will begin very, very soon. So you can go out and see if that phenomena is… pic.twitter.com/rDqUF8iPJk
ଏଥିରେ ଲମ୍ବା, ସିଗାର ଆକୃତିର ବସ୍ତୁ, ବୃତ୍ତାକାର ଉଡ଼ନ୍ତା ଗଠନ ଏବଂ ଦଳବଦ୍ଧ ଭାବରେ ଉଡ଼ୁଥିବା ଅଜଣା ବସ୍ତୁ ଅନ୍ତର୍ଭୁକ୍ତ। ଅନେକ କ୍ଷେତ୍ରରେ, ଏହା ଦାବି କରାଯାଇଛି ଯେ ଏହି ବସ୍ତୁଗୁଡ଼ିକ ବାୟୁରେ ସ୍ଥିର ରହି ପାରିବେ, ନୀରବରେ ଗତି କରିପାରିବେ ଏବଂ ହଠାତ୍ ଉଚ୍ଚ ଗତିରେ ଦିଗ ପରିବର୍ତ୍ତନ କରିପାରିବେ। ଏମିତି କ୍ଷମତା ଯାହା ଯାହା ବର୍ତ୍ତମାନର ସାର୍ବଜନୀନ ପ୍ରଯୁକ୍ତି ସହ ସମାନ ହୋଇ ପାରି ନାହିଁ।