ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ନଷ୍ଟ ହୋଇଯିବ କି ପୃଥିବୀ ? ସୁପରମାସିଭ୍ ବ୍ଲାକହୋଲ ବଢାଇଲା ବିପଦ,ଏତେ ବିଶାଳକାୟ ଯେ ଭିତରେ ପଶିଯିବେ ୭୦ କୋଟି ସୂର୍ଯ୍ୟ

Published By : Harapriya Biswal | January 20, 2025 7:23 PM

ନୂଆଦିଲ୍ଲୀ,୨୦।୧:ନକ୍ଷତ୍ର ବିଜ୍ଞାନୀମାନେ ନିକଟରେ ସବୁଠାରୁ ପୁରୁଣା ବ୍ଲାକହୋଲର ସନ୍ଧାନ ପାଇଛନ୍ତି। ଏହା ୭୦ କୋଟି ସୂର୍ଯ୍ୟ ସମାନ ଏକ ସୁପରମାସିଭ ବ୍ଲାକ ହୋଲ। ଯାହାକି ୧୨.୯ ବିଲିୟନ ପ୍ରକାଶବର୍ଷ ଦୂରରେ ରହିଛି। ଏହି ବ୍ଲାକହୋଲାକୁ J0410−0139 ନାଁ ଦିଆଯାଇଛି। ଏହା କୌଣସି ସାଧାରଣ ବ୍ଲାକହୋଲ୍ ନୁହେଁ। ଏପର୍ଯ୍ୟନ୍ତ ଖୋଜା ଯାଇଥିବା ବ୍ଲାକହୋଲଙ୍କ ଭିତରେ ସବୁଠାରୁ ବଡ଼ ଓ ଶକ୍ତିଶାଳୀ। ଏହା ପୃଥିବୀଠାରୁ ୧୨.୯ ବିଲିୟନ ପ୍ରକାଶ ବର୍ଷ ଦୂରରେ ରହିଛି। ଯାହା ଏପର୍ଯ୍ୟନ୍ତର ସବୁଠାରୁ ଦୂର ବ୍ଲାଜର ବୋଲି କୁହାଯାଉଛି। ଯଦି ଏହାକୁ ପୃଥିବୀର ସଂସ୍ପର୍ଶରେ ଆସେ ତେବେ ପୁରା ନଷ୍ଟ କରିଦେବ।

ବ୍ଲାଜର ଅର୍ଥ ହେଲା ଆକାଶଗଙ୍ଗାର ଏକ ଦୁର୍ଲଭ ପ୍ରକାର। ଏହାର କେନ୍ଦ୍ରରେ ସୁପରମାସିଭ୍ ବ୍ଲାକ ହୋଲ୍ ରହିଥାଏ। ଏହି ବ୍ଲାକହୋଲ୍‌ରେ ଅତ୍ୟାଧିକ ଶକ୍ତିଥିବା ଜେଟ୍‌ ନିର୍ଗତ କରିଥାଏ, ଯାହାକି ପୃଥିବୀ ଦିଗକୁ କେନ୍ଦ୍ରିତ ରହିଥାଏ। ଏହା  ବ୍ରହ୍ମାଣ୍ଡର ସବୁଠାରୁ ଚମକଦାର ବସ୍ତୁ ଭିତରୁ ଅନ୍ୟତମ। ବ୍ଲାକହୋଲ୍‌ର ଚାରିପଟେ ଓ ବିଶାଳ ଚୁମ୍ବକୀୟ କ୍ଷେତ୍ର ଜେଟ୍‌କୁ ଆକାର ଦେଇଥାଏ। ଜେଟ୍‌ ଭିତରେ କଣିକା ପ୍ରକାଶର ଗତିର ନିକଟରେ ଯାତ୍ରା କରିଥାଏ ଓ ବିଦ୍ୟୁତ ଚୁମ୍ବକୀୟ ସ୍ପେକ୍ଟ୍ରମ୍‌ରେ ପ୍ରବଳମାତ୍ରାରେ ଶକ୍ତି ଛାଡିଥାଏ।J0410−0139 ର ସନ୍ଧାନ ଶକ୍ତିଶାଳୀ ଦୂରବୀକ୍ଷଣର ସହଯୋଗରେ ସମ୍ଭବ ହୋଇଛି। 

ଏହାକୁ  ALMA,ମେଗଲନ୍ ଟେଲିସ୍କୋପ୍, VLT ଓ NASA ର ଚନ୍ଦ୍ରା ଏକ୍ସ-ରେ ଅବଜରଭେଟରୀ ଭଳି ଶକ୍ତିଶାଳୀ ଉପକରଣର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହି ଉପକରଣ ଦ୍ବାରା ଏକତ୍ର ଡାଟା ଦ୍ବାରା ବୈଜ୍ଞାନିକମାନେ ବ୍ଲାଜରର ଜେଟ୍ ଓ ଏହାର କେନ୍ଦ୍ରରେ ଥିବା ସୁପରମାସିଭ୍ ବ୍ଲାକହୋଲ୍‌ର ଗଭୀରତାକୁ ଯାଞ୍ଚ କରିବାର ଅନୁମତି ଦେଇଛନ୍ତି।  ଯାହାଫଳରେ ସୁପରମାସିଭ୍ ବ୍ଲାକହୋଲ୍‌ର ନିର୍ମାଣ ଓ ବିକାଶ ବିଷୟରେ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିପାରିଛି। ଏହି ବ୍ଲାଗର ବିଗ୍ ବ୍ୟାଙ୍ଗର ୮୦୦ ମିଲିୟନ ବର୍ଷ ପରେ ଅସ୍ତିତ୍ବରେ ଆସିଛି। ଯାହାଫଳରେ ବୈଜ୍ଞାନିକ ଆରମ୍ଭରୁ ବ୍ରହ୍ମାଣ୍ଡ ବିଷୟରେ ନୂଆ ପ୍ରଶ୍ନର ଉତ୍ତର ଖୋଜିପାରିବେ। ଏହାର ସନ୍ଧାନ ନା କେବଳ ବ୍ଲାକହୋଲର ଉତ୍ପତିର ବିକାଶ ବିଷୟରେ ରହିଛି, ବଂର ବ୍ରହ୍ମାଣ୍ଡର ପ୍ରଥମ ତାରା ଓ ଆକାଶଗଙ୍ଗ ତିଆରି ହେବା ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିପାରିବ ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.