ନୂଆଦିଲ୍ଲୀ, ୭।୯: ନୂଆଦିଲ୍ଲୀ ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦିନକ ପୂର୍ବରୁ ସେ ଦିଲ୍ଲୀ ଗସ୍ତରୁ ଫେରିଥିଲେ । ଗତକାଲି ଦିଲ୍ଲୀ ଗସ୍ତରୁ ଉଭୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ଫେରିଥିଲେ । ଗତକାଲି ହଠାତ୍ ବିଳମ୍ବିତ ରାତିରେ ସେ ପୁଣି ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଯାହାକୁ ନେଇ ଅନେକ କଥା ଚର୍ଚ୍ଚା ଓ ଆଲୋଚନା ଚାଲିଛି । ଦିଲ୍ଲୀରେ ଶୀର୍ଷ ନେତୃତ୍ୱକୁ ଭେଟି ଆଲୋଚନା କରିବାର ସମ୍ଭାବନା ରହିଛି । ଏପିରିକି ରାଜ୍ୟରେ ଖୁବ୍ଶୀଘ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ଏବଂ ଖାଲିପଡ଼ିଥିବା ନିଗମ, ବୋର୍ଡର ଅଧ୍ୟକ୍ଷ ପଦ ପୂରଣ ନେଇ ଆଲୋଚନା ହୋଇପାରେ ।
ତେବେ ବିଜେପି ସଭାପତି କାହିଁକି ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି, ସେନେଇ ଦଳ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ଦିନକ ପରେ ଉପରାଷ୍ଟ୍ରପତି ନିର୍ବାଚନ ରହିଛି । କେନ୍ଦ୍ରର ବରିଷ୍ଠ ନେତାଙ୍କ ଡକରାରେ ସେ ଦିଲ୍ଲୀ ଯାଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।