ନୂଆଦିଲ୍ଲୀ ୧୩/୦୧: ଅଭିନେତ୍ରୀ ଦିଶା ପଟାନି ପ୍ରାୟତଃ ତାଙ୍କ ପର୍ସନାଲ୍ ଲାଇଫ୍କୁ ନେଇ ଅଧିକ ଚର୍ଚ୍ଚାରେ ଥାଆନ୍ତି। ତାଙ୍କ ଲଭ୍ ଲାଇଫ୍ ବିଷୟରେ ଜାଣିବାକୁ ଫ୍ୟାନ୍ସ ବେଶ୍ ଉତ୍ସାହିତ ଥାଆନ୍ତି। ଏବେ ଲାଗୁଛି ବୋଧହୁଏ ଅଭିନେତ୍ରୀଙ୍କ ଜୀବନରେ ପ୍ରେମ ପୁଣିଥରେ ଏଣ୍ଟ୍ରି କରିଛି। ଦିଶା ବର୍ତ୍ତମାନ ପଞ୍ଜାବୀ ଗାୟକ ତଲବିନ୍ଦରଙ୍କୁ ଡେଟ୍ କରୁଥିବା ଅନୁମାନ କରାଯାଉଛି। କାରଣ ନିକଟରେ ଦୁଇ ଜଣଙ୍କୁ ନୁପୁର ସାନନଙ୍କ ବିବାହରେ ଏକାଠି ଦେଖିବାକୁ ମିଳିଥିଲା। ଉଭୟ ପରସ୍ପରର ହାତ ଧରିଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

 

ଦିଶା ନିକଟରେ କ୍ରିତି ସାନନଙ୍କ ଭଉଣୀ ନୁପୁର ସାନନଙ୍କ ବିବାହରେ ଯୋଗଦେବା ପାଇଁ ଉଦୟପୁର ଯାଇଥିଲେ। ନୁପୁରଙ୍କ ବିବାହର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଦିଶା ଏବଂ ତଲବିନ୍ଦର କାହା ସହିତ କଥା ହେଉଥିବାର ଦେଖାଯାଉଛି। ଭାଇରାଲ୍ ଭିଡିଓରେ ଦିଶା ଏବଂ ତଲବିନ୍ଦର ହାତ ଧରି ମୌନି ରୟଙ୍କ ସ୍ୱାମୀ ସୂରଜ ନାମ୍ବିଆରଙ୍କ ସହ କଥା ହେଉଥିବାର ଦେଖାଯାଉଛି। ପରେ, ଦୁହେଁ ମୁମ୍ବାଇ ଯାଉଥିବା ସମୟରେ ଉଦୟପୁର ବିମାନବନ୍ଦରରେ ମଧ୍ୟ ଏକାଠି ଦେଖାଯାଇଥିଲେ। ତଲୱିନ୍ଦର ତାଙ୍କ ମୁହଁରେ ମାସ୍କ ପିନ୍ଧିଥିବାର ଦେଖାଯାଇଥିଲା।

ତେବେ କିଛି ଦିନ ପୂର୍ବରୁ ଦିଶା ପଟାନିଙ୍କୁ ଅର୍ଶଦ ୱାର୍ସିଙ୍କ ସହ ଗୋଆରେ ଦେଖିବାକୁ ମିଳିଥିଲା। ସେ ଜଣେ ମିଷ୍ଟ୍ରିମ୍ୟାନ୍ଙ୍କ ସହ ଏକ କାରର ପଛରେ ବସିଥିବାର ଦେଖାଯାଇଥିଲା। ସେହି ବ୍ୟକ୍ତିଙ୍କ ମୁହଁ ଦେଖାଯାଉ ନଥିଲା। ଦିଶା ଏବଂ ତଲୱିନ୍ଦରଙ୍କ ଭିଡିଓ ସାମ୍ନାକୁ ଆସିବା ପରେ, ଏବେ ଫ୍ୟାନ୍ସ ଅନୁମାନ କରୁଛନ୍ତି ଯେ ସେହି ମିଷ୍ଟ୍ରିମ୍ୟାନ୍ ତଲୱିନ୍ଦର ଥିଲେ। ତଥାପି, ସେମାନଙ୍କ ମଧ୍ୟରୁ କେହି ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ସେମାନଙ୍କ ସମ୍ପର୍କକୁ ନିଶ୍ଚିତ କରିନାହାଁନ୍ତି।