ନୂଆଦିଲ୍ଲୀ,୨୫/୧୦: ଡିଜ୍‌ନୀ  ହଟ୍‌ଷ୍ଟାର୍‌ର ମୁଖ୍ୟ ସଜିଥ ଶୀବାନନ୍ଦନ  ଇସ୍ତଫା ଦେଇଥିବା ଜଣାପଡ଼ିଛି ।  ରିଲାଏନ୍ସର ଇଣ୍ଡିଆ ମିଡିଆ ଆସେଟ୍‌ ସହ  କମ୍ପାନିର ୮୫୦ କୋଟି ଡଲାରର ମିଶ୍ରଣ  ପରେ ସେ ଏହି ପଦକ୍ଷେପ ନେଇଛନ୍ତି । ମିଶ୍ରଣ ହୋଇଥିବା କମ୍ପାନିର ସମସ୍ତ ଲାଇଭ୍‌ ସ୍ପୋର୍ଟିଂ କାର୍ଯ୍ୟକ୍ରମ ଯେପରି  ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)  ରିଲାଏନ୍ସ ଜିଓ ସିନେମା ବଦଳରେ  ଡିଜ୍‌ନୀର ହଟ୍‌ଷ୍ଟାର ଆପ୍‌ରେ ଷ୍ଟ୍ରିମିଂ ହେବ  ବୋଲି ନିଷ୍ପତ୍ତି ନିଆଯିବାର ମାତ୍ର କିଛି ଦିନ  ମଧ୍ୟରେ ଶୀବାନନ୍ଦନ ଇସ୍ତଫା ଦେଇଛନ୍ତି । ଏହି ମିଶ୍ରଣ ପରେ ଡିଜ୍‌ନୀ ଏବଂ ରିଲାଏନ୍ସ  ନିକଟରେ ଏକତ୍ର ଭାବେ ୧୦୦ରୁ ଊଦ୍ଧ୍ୱର୍  ଟିଭି ଚ୍ୟାନେଲ ଓ ଦୁଇଟି ଷ୍ଟ୍ରିମିଂ ଆପ୍‌  ରହିବ । ଏହାସହିତ ମିଶ୍ରଣରୁ ଗଠିତ ସଂସ୍ଥା ସୋନି, ନେଟ୍‌ଫ୍ଲିକ୍ସ ଏବଂ ଆମାଜନ  ପ୍ରାଇମ୍‌ ସହ ପ୍ରତିଯୋଗିତା କରିବ ବୋଲି  ରିପୋର୍ଟରେ ଉଲ୍ଲେଖ କରାଯାଇଛି ।