ରିଆମାଳ,୨୧/୧୨:  ଶନିବାର ରିଆମାଳ ବ୍ଲକ ସଦରମହାକୁମା ରେ ଘରଛାତ ଉପରେ ଲୁହା ଛଡ ୱେଲଡିଙ୍ଗ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ ୱେଲଡର ମୃତ୍ଯୁବରଣ କରିଥିବା ବେଳେ ତାଙ୍କ ସହଯୋଗୀ ଗୁରୁତର ଆହତ ହୋଇଛନ୍ତିl ମୃତ ଯୁବକ ନିକଟସ୍ଥ ତିମୁର ଗ୍ରାମର ଅରକ୍ଷିତ ବାଘ ଓ ଗୁରୁତର ଆହତ ହୋଇଥିବା ତାଙ୍କ ସହଯୋଗୀ ହେଲେ ହୃଷିକେଶ ସାହୁ। 

ରିଆମାଳ ର ଅର୍ଜୁନ ପ୍ରଧାନ ନାମକ ବ୍ୟକ୍ତିଙ୍କ ଘର କାମ ବେଳେ ଘଟିଛି ଏହି ଅଘଟଣ l ଅରକ୍ଷିତଙ୍କ ମୃତଦେହ ଛତାବର ଡାକ୍ତରଖାନାରେ ଥିବା ବେଳେ ଗୁରୁତର ହୃଷିକେଶଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିବା ଜଣାପଡିଛି l ରିଆମାଳ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।