ନୂଆଦିଲ୍ଲୀ: ସୋମବାର ସାରା ଦେଶରେ ବିଜୟ ଦିବସ ଭାବେ ପାଳନ କରାଯାଇଥିଲା। ୧୯୭୧ ମସିହା ଡିସେମ୍ବର ୧୬ ତାରିଖରେ ବାଂଲାଦେଶ ଭାରତ ସହାୟତାରେ ପାକିସ୍ଥାନଠୁ ଅଲଗା ହୋଇଥିଲା। ଏହି ପରିପ୍ରେକ୍ଷିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟ ଦିବସକୁ ନେଇ ସାମାଜିକ ଗଣମାଧ୍ୟମରେ ଏକ ମେସେଜ କରିଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ୟୁନୁସଙ୍କ ଆଇନ ପରାମର୍ଶଦାତା ଅଶିଫ ନଜରୁଲ ଏହାକୁ ନେଇ କଟାକ୍ଷ କରିଛନ୍ତି। ସେ କହିଛନ୍ତି ୧୯୭୧ ମସିହାର ଯୁଦ୍ଧ ଉପରେ କେବଳ ବାଂଲାଦେଶର ହକ ରହିଛି। ସେ ସମୟରେ ଭାରତ କେବଳ ଆମର ମିତ୍ର ରାଷ୍ଟ୍ର ଥିଲା। ଅନ୍ୟପଟେ ଆଉଜଣେ ଛାତ୍ରନେତା ମୋଦିଙ୍କର ଏହି ମେସେଜ ବାଂଲାଦେଶର ସ୍ୱାଧିନତା ଓ ଆଞ୍ଚଳିକ ଅଖଣ୍ଡତା ପ୍ରତି ବିପଦ ବୋଲି କହିଛନ୍ତି। 

ଦେଶ ବିଭାଜନ ପରେ ପାକିସ୍ତାନ ଦୁଇଭାଗରେ ରହିଥିଲା। ବର୍ତ୍ତମାନର ପାକିସ୍ତାନକୁ ପୂର୍ବ ପାକିସ୍ଥାନ କୁହାଯାଉଥିବା ବେଳେ ବର୍ତ୍ତମାନର ବାଂଲାଦେଶ ଅଞ୍ଚଳକୁ ପଶ୍ଚିମ ପାକିସ୍ତାନ କୁହାଯାଉଥିଲା। ଭାରତ ସହାୟତାରେ ପଶ୍ଚିମ ପାକିସ୍ତାନର ଜନନେତା ମୁଜାବୁର ରେହମାନ ପୂର୍ବ ପାକିସ୍ତାନ ବିରୁଦ୍ଧରେ ଲଢେଇ ଜାରି ରଖିଥିଲେ। ୧୯୭୧ ମସିହା ଡିସେମ୍ବର ୧୬ ତାରିଖରେ ପାକିସ୍ତାନି କମାଣ୍ଡର ଲିଉଟିନେଣ୍ଟ ଜେନେରାଲ ଏଏ ଖାନ ନିଆଜି ନିଜର ୯୩,୦୦୦ ସୈନିକ ମାନଙ୍କ ସହ ଭାରତର କମାଣ୍ଡର ଜଗଜିତ ସିଂ ଅରୋରାଙ୍କ ସାମ୍ନାରେ ଆତ୍ମସମର୍ପଣ କରିଥିଲେ। ପୂର୍ବ ପାକିସ୍ତାନରୁ ପଶ୍ଚିମ ପାକିସ୍ତାନ ଅଲଗା ହୋଇ ବାଂଲାଦେଶର ଜନ୍ମ ହୋଇଥିଲା।

ବାଂଲାଦେଶର ଛାତ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ହେବା ପରେ ଶେଖ ହସିନାଙ୍କ ସରକାରର ପତ୍ତନ ହୋଇଥିଲା। ପରେ ଦେଶ ଚଳେଇବା ପାଇଁ ମହମ୍ମଦ ୟୁନୁସଙ୍କ ଅଧିନରେ ଅନ୍ତରୀଣ ସରକାରର ଗଠନ କରାଯାଇଥିଲା। ଳେକ ହଲିନାଙ୍କ ସରକାର ଭାଙ୍ଗିଯିବା ପରେ ବାଂଲାଦେଶରେ ଭାରତ ବିରୋଧି ଚିନ୍ତାଧାରା ଅହେତୁକ ଭାବେ ବୃଦ୍ଧି ପାଇଛି। 

ନରେନ୍ଦ୍ର ମୋଦୀ କରିଥିବା ପୋଷ୍ଟରେ ବାଂଲାଦେଶ କି ପାକିସ୍ତାନର ନାଁ ଉଲ୍ଲେଖ କରିନଥିଲେ। ତଥାପି ଅଶିଫ ନଜରୁଲ ଏହାକୁ ନେଇ ସାମାଜିକ ଗଣମାଧ୍ୟରେ କଟାକ୍ଷ କରିଛନ୍ତି। ଏହି ଜିତ୍ ରେ ବାଂଲାଦେଶର ସଂପୂର୍ଣ୍ଣ ଅଧିକାର ରହିଛି। ଏହି ଜିତ୍ ରେ ଭାରତ କେବଳ ଆମକୁ ଅଳ୍ପ ସହଯୋଗ କରିଥିଲା ବୋଲି ସେ ଫେସବୁକରେ ଉଲ୍ଲେଖ କରିଛନ୍ତି। 

ଅନ୍ୟପଟେ ଆଉଜଣେ ଛାତ୍ରନେତା ହସନତ ଅବଦୁଲ୍ଲା ଏହାକୁ ବିରୋଧ କରି ସାମାଜିକ ଗଣମାଧ୍ୟମରେ ବହୁତ କଥା ଲେଖିଛନ୍ତି। ଏହି ଯୁଦ୍ଧ ବାଂଲାଦେଶ ନିଜ ଗୋଡରେ ନିଜେ ଲଢିଥିଲା। ଯେତେବେଳେ ଭାରତ ଏହି ସ୍ୱାଧିନତାକୁ ନିଜର କହୁଛି ସେତେବେଳେ ଏହା ବାଂଲାଦେଶର ସ୍ୱାଧିନତା ଓ ଆଞ୍ଚଳିକ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି କହିଛନ୍ତି। ଏହି ଛାତ୍ରନେତା ଜଣଙ୍କ ପୂର୍ବରୁ ବାଂଲାଦେଶରେ ଇସ୍କନକୁ ବ୍ୟାନ କରିବା ସହ ଚିନ୍ମୟ କୃଷ୍ଣ ଦାସଙ୍କୁ ଫାଶି ଦେବା ପାଇଁ ମଧ୍ୟ ଡାକରା ଦେଇଥିଲେ।