ଫିରିଙ୍ଗିଆ, ୨/୮ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତର ବାବା ଭୋଲେଶ୍ୱର କ୍ଲଷ୍ଟର କାର୍ଯ୍ୟାଳୟଠାରେ ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ମୁଖ୍ୟମନ୍ତ୍ରୀ ଜନଜାତି ମିଶନ (ଆଇଟିଡିଏ) ଫୁଲବାଣୀ ଦ୍ୱାରା ଆଦିବାସୀ ଭାଇମାନଙ୍କୁ ସାର ଓ ବିହନ ଓ ଔଷଧ ବଣ୍ଟନ କରାଯାଇଛି l ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଫୁଲବାଣୀର ପି ମୁରଲୀ ମୋହନ, ଏଏସଏମଏସ ଶୁଭଶ୍ରୀ ମହାନ୍ତି, ଆଇବିଏସଏମଏସ ଗୁପ୍ତ ଖିଲ, ଭିଏଲଇ ଉମାକାନ୍ତ ସାହୁ, ରତଙ୍ଗ ପଞ୍ଚାୟତ ସରପଞ୍ଚ ପାର୍ବତୀ ମାଲିକ, ସମିତି ସଭ୍ୟ ବିରଞ୍ଚି ମଲିକଙ୍କ ସହ ଅନ୍ୟାନ୍ୟ ଅତିଥି ଉପସ୍ଥିତ ଥିଲେ l

ଏହି କାର୍ଯ୍ୟକ୍ରମରେ ସମସ୍ତ ଉପସ୍ଥିତ ଅତିଥିମାନେ ଚାଷୀମାନଙ୍କୁ ବିନସି ମଞ୍ଜି, ମିଠା ମକା, ସୂର୍ଯ୍ୟମୁଖୀ, ସହ ଖତ ସାର ଓ ଔଷଧ ବଣ୍ଟନ କରିଥିଲେ l ଏଥିରେ ୮୮ଜଣ ଚାଷୀଙ୍କୁ ସୂର୍ଯ୍ୟମୁଖୀ ଏବଂ ୧୨ଜଣ ଚାଷୀଙ୍କୁ ଅନ୍ୟାନ୍ୟ ଜିନିଷ ବଣ୍ଟନ କରାଯାଇଥିଲା ଓ ସମସ୍ତ ଚାଷୀଙ୍କୁ ନିମ୍ବ ସୁପର, ଅମ୍ରିତ ଧାରା ଟ୍ରାଇକ ଡେ଼ମା ଚାଷୀମାନଙ୍କୁ ବଣ୍ଟନ କରାଯାଇଥିଲା l ବାବା ଭୋଲେଶ୍ୱରର ଜୀବିକା ସାଥି ନିର୍ମଳ ମଲିକ ଏବଂ ଯୁବ ଉଦ୍ୟୋଗୀ ୫ଜଣ କୁନା ମଳିକ, ଗୋକୁଳ କହଁର, ରୁଦ୍ର ମଳିକ, ପିଣ୍ଟୁ କହଁର, ଗୋପାଳ ମଳିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l