ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଗ୍ରୀଷ୍ମ ପ୍ରବାହକୁ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ , ଜିରୋ କାଜୁଆଲଟି ଉପରେ ଗୁରୁତ୍ୱ

Published By : Prameya | March 29, 2025 10:47 PM

ବାରିପଦା : ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ଓସ୍ୱାନ ହଲ ଠାରେ ଆଭାସୀ ମାଧ୍ୟମରେ ଜିଲ୍ଲାପାଳ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧ୍ୟକ୍ଷ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଗ୍ରୀଷ୍ମ ପ୍ରବାହରେ ଯେପରି ଜନଜୀବନ ପ୍ରଭାବିତ ନହୁଏ ସେଥିପାଇଁ ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ଶ୍ରମ, ପରିବହନ, ପ୍ରାଣୀ ସମ୍ପଦ ଓ କୃଷି କ୍ଷେତ୍ରରେ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ଏସଆରସି ଏବଂ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ହୋଇଥିବା ପ୍ରତିଷେଧାତ୍ମକ ପଦକ୍ଷେପ କଡାକଡ଼ି ଭାବେ ଅନୁପାଳନ କରିବା ପାଇଁ ବିଭିନ୍ନ ବିଭାଗ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଦିନକୁ ଦିନ କ୍ରମଶଃ ଖରା ବଢୁ ଥିବାରୁ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଅଧିକରୁ ଅଧିକ ଜଳଛତ୍ର ଖୋଲିବା ସହ ପର୍ଯ୍ୟାପ୍ତ ପରିମାଣରେ ଓଆରଏସ ପ୍ୟାକେଟ ମହଜୁଦ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି।

ବିଶେଷ କରି ଜାତୀୟ ରାଜପଥ ଓ ରାଜପଥ ପାର୍ଶ୍ୱବର୍ତ୍ତୀ  ଅଞ୍ଚଳ ଯେଉଁ ଜାଗାରେ ପାଣିର ସହଜ ଉପଲବ୍ଧ ନାହିଁ, ସେଇ ସବୁ ସ୍ଥାନରେ ସ୍ଥାନେ ସ୍ଥାନେ ଜଳଛତ୍ର ଖୋଲିବା ସହ ପର୍ଯ୍ୟାପ୍ତ ପରିମାଣର ଓଆରଏସ ପ୍ୟାକେଟ ଓ ବରଫ ବାକ୍ସ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି। ରାସ୍ତାରେ ଯାନବାହନରେ ଯାଉଥିବା ଲୋକ ବା ପଥିକ ଜଳଛତ୍ର ସ୍ଥାନ ସମ୍ବନ୍ଧରେ ସହଜରେ ଜାଣିବା ପାଇଁ ଦୂରରୁ ଦୃଶ୍ୟମାନ ହେଉଥିବା ବଡ଼ ସାଇନ ବୋର୍ଡ ଲଗାଇବା ପାଇଁ ପରାମର୍ଶ ଦେଇଛନ୍ତି।

ଲୋକମାନଙ୍କ ସୁବିଧା ପାଇଁ ରାସ୍ତା ପାର୍ଶ୍ୱବର୍ତ୍ତୀ ପ୍ରତ୍ୟେକ ଜଳଛତ୍ର କେନ୍ଦ୍ରରେ ନିକଟବର୍ତ୍ତୀ ପିଏଚସି, ସିଏଚ ସି, ଏସଡିଏଚ, ଡିଡିଏଚର ଦୂରତା ସମ୍ବନ୍ଧିତ ସୂଚନା ସହିତ ଜରୁରୀ କାଳୀନ ନମ୍ବର ସମ୍ପର୍କରେ ସୂଚନା ଫଳକ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସଦର ମହକୁମାର କାର୍ଯ୍ୟାଳୟ ପରିସରରେ ଥଣ୍ଡା ପିଇବା ପାଣି ଉପଲବ୍ଧ କରାଇବା ସହିତ କାର୍ଯ୍ୟାଳୟ ସମ୍ମୁଖ ଓ ବିଭିନ୍ନ ପ୍ରମୁଖ ଅଞ୍ଚଳ ମାନଙ୍କରେ ଉନ୍ନତମାନର ଜଳଛତ୍ର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍‌ ବ୍ୟତୀତ ଜିଲ୍ଲାର ପ୍ରତ୍ୟେକ ସ୍ୱାସ୍ଥ୍ୟକେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣ ଓଆରଏସ, ଫାଷ୍ଟ ଏଡ଼ ଓ ଜୀବନ ରକ୍ଷାକାରୀ ଔଷଧ ମହଜୁଦ ରଖିବା ସହିତ ଅଂଶୁଘାତ ପ୍ରକୋଷ୍ଠକୁ କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାର ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବା ସହ ଜିଲ୍ଲା ନିୟନ୍ତ୍ରଣ କକ୍ଷ,ଜିଲ୍ଲା ପରିଷଦ,ବ୍ଲକ, ତହସିଲ, ପୌରପାଳିକା, ବିଜ୍ଞାପିତ ଅଞ୍ଚଳ ପରିଷଦ ଆରଡବ୍ଲ୍ୟୁ ଏସଏସ ଇତ୍ୟାଦି ସରକାରୀ କାର୍ଯ୍ୟାଳୟରେ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। 

ସେହିପରି ଗ୍ରାମାଞ୍ଚଳରେ ଅଚଳ ନଳକୂପ ଗୁଡିକ ଯଥାଶୀଘ୍ର ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ଗ୍ରାମ୍ୟ ଜଳ ଯୋଗାଣ ଓ ବ୍ଲକ କର୍ତ୍ତୃପକ୍ଷ ମିଳିତ ଭାବେ ଗ୍ରାମ୍ୟ ଜଳ ଯୋଗାଣ ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳକୁ ଯାଇ ପାଇପ ଜଳ ଯୋଗାଣ ତଦାରଖ କରିବାକୁ ନିର୍ଦେଶ ଦିଆଯାଇଛି। ଜଳକ୍ଲୀଷ୍ଟ ଅଞ୍ଚଳ ଗୁଡିକ ଚିହ୍ନଟ କରି ଉକ୍ତ ଅଞ୍ଚଳର ଲୋକଙ୍କୁ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇ ଦେବା ପାଇଁ ବୈଠକରେ ସ୍ଥିର ହୋଇଥିଲା। ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ଅନୁପାଳନ ପୂର୍ବକ ଶ୍ରମିକ ମାନଙ୍କୁ ଯେପରି ପ୍ରଚଣ୍ଡ ଦ୍ୱିପ୍ରହରରେ ଦିବା ୧୧ଟା ଠାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ କୌଣସି ନିର୍ମାଣ କାର୍ଯ୍ୟ ତଥା ଅନ୍ୟାନ୍ୟ ଅଧିକ ପରିଶ୍ରମ କାର୍ଯ୍ୟରେ ଶ୍ରମିକ ନିୟୋଜିତ କରାନଯାଏ ,ସେ ସମ୍ବନ୍ଧରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଅନୁଧ୍ୟାନ କରିବାକୁ ନିର୍ଦେଶ ଦିଆଯାଇଛି। 

 ଆବଶ୍ୟକ ସ୍ଥଳେ ଦିବା ୧୧ଟା ଠାରୁ ଅପରାହ୍ନ ୩ଟା ମଧ୍ୟରେ କେବଳ ଶୀତତାପ ନିୟନ୍ତ୍ରିତ (ଏସି )ବସ ଚଳାଚଳ କରାଇ ସାଧାରଣ ବସ ଚଳାଚଳକୁ ବନ୍ଦ ରଖିବା ଏବଂ ଖୋଲା ଗାଡିରେ ଯାତ୍ରୀ ପରିବହନ ତଥା ଓଭର ଲୋଡିଂ ରୋକିବା ପାଇଁ ଆରଟିଓ/ ଏଆରଟିଓଙ୍କୁ ନିର୍ଦ୍ଦେଶ  ଦିଆ ଯାଇଛି। ଅତ୍ୟନ୍ତ ଜରୁରୀ ଆବଶ୍ୟକତା ନଥିଲେ ବିଦ୍ୟୁତ ନକାଟିବାକୁ ଟାଟା ପାୱାର କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆ ଯାଇଛି। ବିଦ୍ୟୁତ କାଟ ପାଇଁ ପାନୀୟ ଜଳ ଯୋଗାଣରେ ଯେମିତି କୌଣସି ପ୍ରକାର ବ୍ୟାଘାତ ସୃଷ୍ଟି ନହୁଏ ,ସେଥିପ୍ରତି ଧ୍ୟାନ ଦେବା ସହିତ ଅନ୍ତତଃ ପକ୍ଷେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ କାଟ ନକରିବାକୁ ଟାଟା ପାୱାର କତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ବାରିପଦା ଓ ରାଇରଙ୍ଗପୁର ପୌରପାଳିକା ସହିତ ଉଦଳା ଓ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ବିଭିନ୍ନ ସ୍ଥାନରେ ଯଥା ବସ ଷ୍ଟାଣ୍ଡ, ରେଳ ଷ୍ଟେସନ, ହାଟ, ବଜାର ଇତ୍ୟାଦି ଜନଗହଳି ସ୍ଥାନ ମାନଙ୍କରେ ଜଳ ଛତ୍ର ଖୋଲିବା ସହିତ ଓ ଆର ଏସ ପ୍ୟାକେଟ, ଆଇସ ବକ୍ସ ଫାଷ୍ଟ ଏଡ଼ ରଖିବା ପାଇଁ ସମ୍ପୃକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ଆକସ୍ମିକ ଅଗ୍ନିକାଣ୍ଡକୁ ପ୍ରତିରୋଧ କରିବା ଦିଗରେ ଅଗ୍ନିଶମ ସେବା ଅଧିକାରୀ ଙ୍କୁ ସମସ୍ତ ଆନୁସଙ୍ଗିକ ଅଗ୍ନିନିର୍ବାପକ ଉପକରଣ ପ୍ରସ୍ତୁତ ରଖିବା ସହିତ ବଡ ବଡ ହୋଟେଲ, ମଲ ଇତ୍ୟାଦିରେ ଅଗ୍ନିନିରାପତ୍ତା ପ୍ରମାଣ ପତ୍ର ଯାଞ୍ଚ କରିବା ପାଇଁ ନିର୍ଦେଶ ଦିଆ ହେଇଛି। ଅଂଶୁଘାତ ଲକ୍ଷଣ ଦେଖା ଦେଲେ ତୁରନ୍ତ ଚିକିତ୍ସିତ ହେବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। 

ସମସ୍ତ ଅଙ୍ଗନବାଡି କେନ୍ଦ୍ର ସକାଳ ୭ଟା ରୁ ୯ଟା ମଧ୍ୟରେ ଖୋଲିବା ସହିତ ପିଇବା ପାଣି, ଓଆରଏସ ପ୍ୟାକେଟ ଓ ଫାଷ୍ଟ ଏଡ଼ ରଖିବା ପାଇଁ ନିର୍ଦେଶ ଦିଆଯାଇଛି । ସେହିପରି ଜନ ଶୁଣାଣି ଦିନ ମାନଙ୍କରେ ଲୋକମାନଙ୍କ ସୁବିଧା ପାଇଁ ସେଡ , ଥଣ୍ଡା ପିଇବା ପାଣି, ଓଆରଏସ, ଫାଷ୍ଟ ଏଡ଼ ଇତ୍ୟାଦିର ବ୍ୟବସ୍ଥା କରିବା ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି। ବୈଠକରେ ଅତରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକ,  ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ଶ୍ରୀ ଧର୍ମାନନ୍ଦ ବେହେରା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼କ୍ଟର ପ୍ରଭାତ କୁମାର ବେହେରା,ଏଡିଏମଓ ଡାକ୍ତର ବିଜୟ କୁମାର ଦାଶ,ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା,ଏପିଡି ଶ୍ରୀ ଶାନ୍ତନୁ କୁମାର ନାୟକ, ଜିଲ୍ଲା ଜରୁରୀ ବିଭାଗ ଡେପୁଟି କଲେକ୍ଟର ଶ୍ରୀମତୀ ଶ୍ରଦ୍ଧା ସୁମନଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ବିଭାଗୀୟ ପଦାଧିକାରୀ ଯୋଗ ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.