ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

୩ ସପ୍ତାହ ପରେ ମାଘ ସପ୍ତମୀ ବୁଡ଼: ଜିଲ୍ଲା ପ୍ରଶାସନ ଚୁପ୍, କୋଣାର୍କ ଏନ୍‌ଏସିର ପ୍ରସ୍ତୁତି ଶୂନ

Published By : Prameya | January 14, 2025 1:52 PM

ରାମଚଣ୍ଡୀ,୧୪/୦୧: ଆଉ ମାତ୍ର ୩ ସପ୍ତାହ ପରେ ମାଘ ସପ୍ତମୀ ବୁଡ଼ । ଏ ବର୍ଷ ଚନ୍ଦ୍ରଭାଗା ତୀର୍ଥରେ ରେକର୍ଡ  ସଂଖ୍ୟକ ଶ୍ରଦ୍ଧାଳୁ ବୁଡ଼ ପକାଇବେ ବୋଲି  ଅନୁମାନ କରାଯାଉଛି । ହେଲେ ଜିଲ୍ଲା  ପ୍ରଶାସନ ଓ କୋଣାର୍କ ଏନ୍‌ଏସି ପକ୍ଷରୁ  ଏ ପର୍ଯ୍ୟନ୍ତ ପ୍ରସ୍ତୁତି ଆରମ୍ଭ ହୋଇନି । ଏହି ତୀର୍ଥ ଜଳରେ ସ୍ନାନ ସାରି ସୂର୍ଯ୍ୟ  ଦର୍ଶନ ଓ ଦାନ କଲେ ସମସ୍ତ ପାପରୁ  ମୁକ୍ତି ମିଳିଥାଏ ବୋଲି ଶ୍ରଦ୍ଧାଳୁଙ୍କ ମନରେ  ବିଶ୍ୱାସ ରହିଛି । ପ୍ରତିବର୍ଷ ମାଘବୁଡ଼ ପାଇଁ  ତିନି ପର୍ଯ୍ୟାୟରେ ପ୍ରସାଶନର ବୈଠକ  ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ  ମାତ୍ର ଗୋଟିଏ ଥର ବୈଠକ ହୋଇଛି । ପ୍ରଶାସନିକ ଅଧିକାରୀମାନେ ଚୁପ୍‌ ବସିଛନ୍ତି ।  

ଗତ ୨୭ ତାରିଖରେ କୋଣାର୍କ  ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ପ୍ରଥମ  ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୁଡ଼ର ୭ଦିନ ପୂର୍ବରୁ ତୀର୍ଥ ପୁଷ୍କରିଣୀ ଜଳ ନିଷ୍କାସନ ଓ ପଙ୍କ ଉଦ୍ଧାର କାର୍ଯ୍ୟ ଶେଷ  କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।  ମାତ୍ର ଏ ପର୍ଯ୍ୟନ୍ତ ପୁଷ୍କରିଣୀ ଜଳ ନିଷ୍କାସନ  କାର୍ଯ୍ୟ ଆରମ୍ଭ ହୋଇନି । ପୁଷ୍କରିଣୀ  ଚତୁଃପାଶ୍ୱର୍ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ  ରହିଛି । ଫଳରେ ଶ୍ରଦ୍ଧାଳୁମାନେ ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କା ଦେଖାଦେଇଛି । ମାଘ ସପ୍ତମୀ ବୁଡ଼ ବେଳେ ଏକ  ସପ୍ତାହ ମଧ୍ୟରେ କାର୍ଯ୍ୟ ତରବରିଆ ଭାବେ  କରାଯାଉଛି । ଅଧିକାରୀମାନେ ସମୟ ଅଭାବ  ଦର୍ଶାଇ ଦୋଷ ଛଡ଼ାଉଛନ୍ତି । ଠିକାଦାର  ମନଇଛା କାମ କରି କାର୍ଯ୍ୟାଦେଶ ନେଉଛନ୍ତି ।  ପୁଷ୍କରିଣୀକୁ ଠିକ୍‌ ଭାବେ ସଫା କରାଯାଉ  ନଥିବାରୁ ଜଳ ପତ୍ତନ କମ୍‌ ରହୁଛି । ଅଳିଆ  ଆବର୍ଜନା ବି ପଡ଼ି ରହୁଥିବା ଦେଖିବାକୁ  ମିଳୁଛି । ଫଳରେ ଶ୍ରଦ୍ଧାଳୁମାନେ ବୁଡ଼  ପକାଇବା ସମୟରେ ଅସନ୍ତୋଷ ପ୍ରକାଶ  କରିଥାନ୍ତି । ଏନେଇ ବିଭିନ୍ନ ସମୟରେ  ବୁଦ୍ଧିଜୀବୀ ଓ ଶ୍ରଦ୍ଧାଳୁମାନେ ଜିଲ୍ଲା ପ୍ରସାଶନ  ନିକଟରେ ଅଭିଯୋଗ କରିଥିବା ନଜିର ରହିଛି ।  

ଏବେ ତୀର୍ଥ ପୁଷ୍କରିଣୀରେ ମାତ୍ର  ଅଣ୍ଟାଏ ପାଣି ରହିଥିବାବେଳେ ଜଳ  ଗୋଳିଆ ଓ ଆବର୍ଜନା ଭର୍ତ୍ତି ହୋଇ ରହିଛି ।  ମାଘ ସପ୍ତମୀ ପୂର୍ବରୁ ପୁଷ୍କରିଣୀରୁ ପଙ୍କ  ଉଦ୍ଧାର କାର୍ଯ୍ୟ ହେଉଥିଲେ ମଧ୍ୟ ଦଳପୂର୍ଣ୍ଣ  ଗୋଳିଆ ପାଣି ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ୟା  ସୃଷ୍ଟି କରୁଛି । ତୀର୍ଥ ପୁଷ୍କରଣୀରୁ ତୁରନ୍ତ  ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ ପାଇଁ ଜିଲ୍ଲା  ପ୍ରଶାସନ ପଦକ୍ଷେପ ନେବା ନିମନ୍ତେ  ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.