ଫିରିଙ୍ଗିଆ, ୨୦।୧୦ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତ ତଣ୍ଡ୍ରିଗାଁ ମରାଠା ଛତ୍ର ପତି ଶିବାଜୀ ଷ୍ଟାଡିୟମ ଠାରେ ୧୪ ତମ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଛି l ଉଦଘାଟନୀ କ୍ରୀଡା ଅବସରରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଶିକ୍ଷକ ତଥା ପୂର୍ବତନ ଫୁଟବଲ ତାରକା କାମେଶ୍ୱର କହଁର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଫିରିଙ୍ଗିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ଜଳନ୍ଧର କହଁର, ଫିରିଙ୍ଗିଆ ପ୍ରେସ କ୍ଲବ ସଭାପତି ଉତ୍ତମ ଖମାରି, ପୂର୍ବତନ ୱାର୍ଡ ସଭ୍ୟ କୁବେର ଥାଟି, ବରିଷ୍ଠ କ୍ରୀଡ଼ାବିତ ଶୁକଦେବ କହଁର, ଗ୍ରାମ୍ୟ ଦେବୀ ଠାକୁରାଣୀ ଙ୍କ ପୂଜକ ନନ୍ଦ ନାଗ, ମରାଠା ଛତ୍ରପତି ଶିବାଜୀ କ୍ଲବ ସଭାପତି ମାଧବ କହଁର, ଦିଲୀପ ଦିଗାଲ ଯୋଗ ଦେଇଥିଲେ l
ପ୍ରଥମ ଦିବସରେ କାଇଲମ୍ବା ଫୁଟବଲ କ୍ଲବ ସହ ଡିଏନଏସ, କ୍ଲବ ସୁନାକାଡୁ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା l ଏହି ଖେଳରେ ପେନାଲଟିକ ଜରିଆରେ ୩ - ୨ ଗୋଲରେ କାଇଲମ୍ବା ଦଳକୁ ହରାଇ ବିଜୟ ଲାଭ କରିଥିଲା । ସେହିଭଳି ଦ୍ୱତୀୟ ଖେଳ ଚକାପାଦ ବ୍ଲକ ର ମାଜା ଗାଡା ଫୁଟବଲ କ୍ଲବ ସହ ଫିରିଙ୍ଗିଆ ବ୍ଲକ ର ସି, କେ, ଏଫ, ସି କ୍ଲବ କରେ କାମ୍ବା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଖେଳରେ ପେନାଲତିଜ ଜରିଆରେ ୪ - ୧ ଗୋଲରେ ବିଜୟ ଲାଭ କରିଥିଲେ l ୧୪ ତମ ବାର୍ଷିକ ଏହି ଫୁଟବଲ ଟୁର୍ନାମେଣ୍ଟରେ ବ୍ଲକ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ ର ୧୬ ଟି ଫୁଟବଲ କ୍ଲବ ଯୋଗ ଦେଇଥିବା ବେଳେ ଚଳିତ ମାସ ୨୭ ତାରିଖରେ ଏହି ଖେଳ ର ଉଦଯାପନୀ ହେବାର କାର୍ଯ୍ୟକ୍ରମ ରହିଥିବା କ୍ଲବ ର ସଭାପତି ମାଧବ କହଁର ସୂଚନା ଦେଇଛନ୍ତି l ଖେଳକୁ କ୍ରୀଡା ଶିକ୍ଷକ ଭାବରେ ପ୍ରଫୁଲ୍ଲ କହଁର, ଶିବାଜୀ କହଁର, ଅମିତ କହଁର ପରିଚାଳନା କରିଥିବା ବେଳେ ଚତୁର୍ଥ ରେଫରୀ ବା ଅଫିସିଆଲ ଭାବରେ ବିଜୟ କହଁର, ଅନିଲ କହଁର, ମନୋଜ କହଁର ଦାୟିତ୍ୱ ତୁଲାଇ ଥିଲେ l କ୍ଲବ ର ସଦସ୍ୟ ପ୍ରଦୀପ କହଁର, ଶୁଭରଞ୍ଜନ କହଁର, ଦିବ୍ୟ ରଞ୍ଜନ କହଁର, ଅମିତ କହଁର, ସୁନୀଲ କହଁର, ପରମେଶ୍ୱର କହଁର ଙ୍କ ସହ କ୍ଲବ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ଭାଷ୍ୟକାର ଭାବରେ ଏମ ସି ଏସ କ୍ଲବ ର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ଗୋଲକିପର ସରୋଜ ଚର୍ଚ୍ଚା ଭାଷ୍ୟକାର ଦାଇତ୍ୱ ତୁଲାଇଥିଲେ l