ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

Published By : Rasmita Pradhan | May 1, 2025 3:21 PM

ଫୁଲବାଣୀ,୧/୫ : କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଛି। ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ରାଷ୍ଟ୍ର ଗଠନରେ ଶ୍ରମିକମାନଙ୍କ ଭୂମିକା ଉପରେ ଆଲୋକପାତ କରିବା ସହ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଫୁଲବାଣୀ ଉପଜିଲ୍ଲାପାଳ ଭିକାରୀ ସାହୁ ଶ୍ରମିକ ଦିବସର ଗୁରୁତ୍ୱ ଓ ଆଭିମୂଖ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଅନ୍ୟତମ ଅତିଥି ଆଇଏନଟିୟୁସିର ଜିଲ୍ଲା ସଭାପତି ଘନକୁମାର ଶବର ଆଜିର ଦିନରେ ବିଶ୍ଵର ସମସ୍ତ ଶ୍ରମିକ ଏକଜୁଟ ହୋଇ ନିଜର ଅଧିକାର ପାଇଁ ଲଢିବାକୁ ସଂକଳ୍ପ ନେବା ପାଇଁ ଆହ୍ବାନ ଦେଇଥିଲେ। 

ଏହି ଅବସରରେ ସରକାରଙ୍କ ବିଭିନ୍ନ ଶ୍ରମିକ କଲ୍ୟାଣ ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ବଣ୍ଟନ କରାଯାଇଥିଲା। ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ୨୧୨ ହିତାଧିକାରୀଙ୍କୁ ୧କୋଟି ୧୨ଲକ୍ଷ ୧୦ହଜାର ୪୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇ ଥିଲା। ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ପକ୍ଷରୁ ମୁଖ୍ୟ ଅତିଥି ୬ ଜଣ ହିତାଧିକାରୀଙ୍କୁ ୧୨ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ। ସେହିଭଳି ୧୨୦ ଜଣ ଶ୍ରମିକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲା ଶ୍ରମ ଅଧିକାରୀ ବିଶ୍ବରଞ୍ଜନ କହଁରଙ୍କ ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମରେ ଜିଲ୍ଲା ଲେବର କମିଶନର ତେଜ କୁମାର ବାଗେ, ସାଂସଦ ପ୍ରତିନିଧି ଗୋଲୋକ ବିହାରୀ କହଁର, ବିଧାୟକ ପ୍ରତିନିଧି ଭଗବାନ ମହାନ୍ତି ପ୍ରମୂଖ ମଞ୍ଚାସୀନ ଥିଲେ। ଶ୍ରମିକ ସଂଗଠକ ଶିବଶଙ୍କର ସାମନ୍ତରାୟ ମଞ୍ଚ ସଂଚାଳନ କରିଥିଲେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.