ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଜିଲ୍ଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା , ମହିଳାମାନଙ୍କୁ ଉଦ୍ୟୋଗୀ ହେବା ନିମନ୍ତେ ସରକାରଙ୍କ ପକ୍ଷରୁ ମିଳୁଛି ଆର୍ଥିକ ସୁବିଧା

Published By : Suraj Kumar | March 11, 2025 8:31 PM

ମାଲକାନଗିରି, ୧୧/୩ (ଆପ୍ର ): ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟବନ୍ତ ଛାତ୍ରାବାସ ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର କାର୍ଯ୍ୟକ୍ରମରେ ସଭାପତିତ୍ବ କରି କର୍ମଶାଳାର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳା ମାନଙ୍କୁ ଉଦ୍ୟୋଗୀ ହେବା ନିମନ୍ତେ ସମସ୍ତ ଆର୍ଥିକ ସୁବିଧା ଯୋଗାଇ ଦିଆଯାଉଛି। ବ୍ୟବସାୟ କରିବା ପାଇଁ ସବସିଡି ବ୍ୟବସ୍ଥା ରହିଛି। ଦୈନନ୍ଦିନ ଜୀବନ ଜୀବିକାକୁ ଆଧାର କରି ଯେପରିକି ମତ୍ସ୍ୟ ଚାଷ, ପଶୁ ପାଳନ, କୃଷି କିମ୍ବା ଅନ୍ୟାନ୍ୟ କ୍ଷୁଦ୍ର ଉଦ୍ୟୋଗ ସ୍ଥାପନ ମାଧ୍ୟମରେ ଆର୍ଥିକ ଭାବେ ମହିଳା ମାନେ ଲାଭାନ୍ଵିତ ହୋଇପାରିବେ।

ସେ ଆହୁରି ମଧ୍ୟ କହିଥିଲେ ଯେ ଉଦ୍ୟୋଗୀ ହେବାକୁ ହେଲେ ସମ୍ୟକ କଷ୍ଟ ସ୍ବୀକାର କରିବା ସହ ଧର୍ଯ୍ୟ ଧରିବାକୁ ପଡ଼ିବ। ଯାହା ସଫଳତା ଆଡକୁ  ଅଗ୍ରସର କରାଇବ। ବିଶେଷ ଭାବେ ୬୦ ହଜାର ରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାହାର ରୋଜଗାର ରହିଛି ସେମାନଙ୍କୁ ଲକ୍ଷପତି ଦିଦି କରିବା ନିମନ୍ତେ ଅଗ୍ରାଧିକାର ଦିଆଯାଉଛି। ତା ସହିତ ଅନ୍ୟ ମହିଳା ମାନଙ୍କୁ ମଧ୍ଯ ଲକ୍ଷପତି ଦିଦି ହେବା ପାଇଁ କର୍ମଶାଳାରେ ପ୍ରୋତ୍ସାହନ କରାଯାଇଛି।

 ଅନ୍ୟତମ ଅତିଥି ଭାବେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ହଳଧର ଶବର ଉପସ୍ଥିତ ରହି ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ। ଓଡ଼ିଶା ଜୀବିକା ମିଶନ, କୃଷି, ଶିଳ୍ପ, ଉଦ୍ୟାନ କୃଷି, ମତ୍ସ୍ୟ, ବ୍ୟାଙ୍କ୍ ଓ ଓରମାସ ତରଫରୁ ଅଧିକାରୀ ମାନେ ଉପସ୍ଥିତ ରହି ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ପ୍ରକାଶ କରିଛନ୍ତି। 

ଅନ୍ୟ ମାନଙ୍କ ମଧ୍ୟରେ ସଦର ବିଡ଼ିଓ ତପନ କୁମାର ସେନାପତି, ମିଶନ ଶକ୍ତି ଡିପିଏମ ହର୍ଷାନନ୍ଦ ପ୍ରଧାନ ଓ ବାଲାଜୀ ପଟ୍ଟନାୟକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ପରିଚାଳନା କରିଥିବା ବେଳେ ଜିଲ୍ଲା ପରିଷଦ କାର୍ଯ୍ୟକ୍ରମ ପରିଚାଳକ ଅର୍ଥ ମାନସ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି ବିଭାଗ, ଜିଲ୍ଲା ପରିଷଦ ଓ ବ୍ଲକର ସମସ୍ତ କର୍ମଚାରୀ ଏଥିରେ ଉପସ୍ଥିତ ଥିଲେ। ଏହି କର୍ମଶାଳାରେ ପ୍ରାୟ ୪ ହଜାର ସ୍ଵଂୟ ସହାୟକ ଗୋଷ୍ଠୀ, ପ୍ରାଣୀ ମିତ୍ର, କୃଷି ମିତ୍ର, ଏମଭିକେ ମହିଳା ଯୋଗ ଦେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.