ପ୍ରମୂଖ ଖବର
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସ, ମାଲକାନଗିରି ବ୍ଲକର ୫ ପଞ୍ଚାୟତ ପୁରସ୍କୃତ

Published By : Prameya | April 24, 2025 7:27 PM

ମାଲକାନଗିରି, ୨୪/୪ (ଆପ୍ର ): ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏପ୍ରିଲ୍ ୨୪ କୁ ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ସ୍ଥାନୀୟ ବ୍ଲକ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ବ୍ଲକ ବିଧାୟକ ପ୍ରତିନିଧି ସତ୍ୟ ଶରଣ ପଲ ଓ ବିଡିଓ ତପନ କୁମାର ସେନାପତି ଉପସ୍ଥିତ ଥିଲେ।     

ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମାଲକାନଗିରି  ବ୍ଲକର ୬୪ ଏବଂ ପୌର ପରିଷଦର ୪୯ ଜଣଙ୍କୁ ରାସନ କାର୍ଡ ପ୍ରଦାନ କରାଯାଇଛି । ସେହିପରି ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୬, ମାଥିଲି ବ୍ଲକରେ ୩୬, କାଲିମେଳାରେ ୧୬୧, ଖଇରପୁଟରେ ୨୫, କୋରକୁଣ୍ଡାରେ ୫୮, ପଡିଆରେ ୩୪ ଓ ଚିତ୍ରକୋଣ୍ଡାରେ ୨୬ ଜଣଙ୍କୁ ରାସନ କାର୍ଡ ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲାର ତଣ୍ଡାପାଲ୍ଲି ଗ୍ରାମ ପଞ୍ଚାୟତକୁ 'ବି' ବର୍ଗରେ ୫ ଲକ୍ଷ ୭୯ ହଜାର ୭୧୦, ପାଣ୍ଡ୍ରିପାଣିକୁ 'ସି' ବର୍ଗରେ ୩ ଲକ୍ଷ ୮୬ ହଜାର ୪୭୩, ତମାସାକୁ ସି ବର୍ଗରେ ୩ ଲକ୍ଷ ୮୬ ହଜାର ୪୭୩,  ମାଟାପାକା କୁ 'ସି' ବର୍ଗରେ ୩ ଲକ୍ଷ ୮୬ ହଜାର ୪୭୩ ଏବଂ ଚାଲାଣଗୁଡା କୁ 'ସି' ବର୍ଗରେ ୩ ଲକ୍ଷ ୮୬ ହଜାର ୪୭୩ ଟଙ୍କାର ଆର୍ଥିକ ପ୍ରୋତ୍ସାହନ  ରାଶି ପଞ୍ଚମ ରାଜ୍ୟ ଅର୍ଥ ଆୟୋଗଙ୍କ ପକ୍ଷରୁ ପ୍ରଦାନ କରାଯାଇଛି । ଏହି ପ୍ରୋତ୍ସାହନ ଅର୍ଥ ରାଶି ଜିଲ୍ଲାର ପାଞ୍ଚଟି ଗ୍ରାମ ପଞ୍ଚାୟତର ବିକାଶ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ବିନିଯୋଗ ହେବ। 

 ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଅତିଥି ମାନେ ହିତାଧୀକାରୀ ମାନଙ୍କୁ ସହାୟତା ବଣ୍ଟନ କରିଥିଲେ। ସେହିପରି ଜମ୍ମୁ କାଶ୍ମୀର ରାଜ୍ୟର ପୁଲୱାମାରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଦ୍ୱାରା  ଅତର୍କିତ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିମନ୍ତେ ଏକ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକ, ସଦର ଯୋଗାଣ ଅଧିକାରୀ ମୁରଲୀ କ୍ରିଷ୍ଣା, ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ଦାସ, ଜିଲ୍ଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ଦଶରଥ ପଡିଆମୀ, ବ୍ଲକ୍ ସାଂସଦ ପ୍ରତିନିଧି ଉଙ୍ଗା ପଡ଼ିଆମିଙ୍କ ସମେତ ଜିଲ୍ଲା ଯୋଗାଣ ବିଭାଗର କର୍ମଚାରୀ, ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ହିତାଧିକାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ପରିଚାଳନା କରିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.