କୋଣାର୍କ, ୦୧/୦୯ : ଗଣେଶ ମୂର୍ତ୍ତି ଭସାଣି ବେଳେ ଅଘଟଣ। ବିଦ୍ୟୁତ ସଂସ୍ପର୍ଶରେ ଆସିଲା ଡିଜେ ଗାଡି। ୩ ଯୁବକ ଗୁରୁତର। କୋଣାର୍କ ଡାଳିମ୍ବଗରଡ଼ି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୨ ଗୁରୁତରଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି।
ସୂଚନାନୁଯାୟୀ, କୋଣାର୍କ ଡାଳିମ୍ବଗରଡ଼ି ଗାଁରେ ରବିବାର ରାତିରେ ଗଣେଶ ମୂର୍ତ୍ତି ଭସାଣି ଚାଲିଥିଲା। ଏହି ସମୟରେ ଡିଜେ ଗାଡି ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ୩ ଜଣ ଯୁବକ ଗୁରୁତର ହୋଇଥିଲେ। ସେମାନଙ୍କୁ ଗୋପ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗୁରୁତରଙ୍କ ଭିତରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି। ଗୁରୁତର ଯୁବକମାନେ କୋଣାର୍କ ଜୁଣେଇ ଗ୍ରାମର ଚନ୍ଦ୍ରକାନ୍ତ ନାୟକ, ଡାଳିମ୍ବଗରଡ଼ି ଗାଁର ସିପୁ ଲେଙ୍କା ଓ ବିଶ୍ୱଜିତ ରାଉତ ବୋଲି ଜଣାପଡ଼ିଛି।