ଖୋର୍ଦ୍ଧା, ୨୩।୧୧ : ୫୭ ନଂ ଜାତୀୟ ରାଜପଥର ପୁବୁସାହି ଛକ ନିକଟରେ ରବିବାର  ବାଇକକୁ ତେଲ ଟ୍ୟାଙ୍କର ଧକ୍କା ଦେବାରୁ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ଖଳିସାହି ଗ୍ରାମର ଅମରେନ୍ଦ୍ର ପ୍ରସାଦ (୩୫)। ତାଙ୍କ ମୃତ୍ୟୁ ପରେ ପରିବାର ଲୋକ ଅମରେନ୍ଦ୍ରଙ୍କ ଆଖି ଦାନ କରିଛନ୍ତି। ପରିବାର ଲୋକଙ୍କ ଏପରି ମହତ କାର୍ଯ୍ୟ ପାଇଁ ଅମରେନ୍ଦ୍ରଙ୍କ ଆଖିରେ ଅନ୍ୟ କେହି ଜଣେ ଦୁନିଆ ଦେଖିବାର ସୁଯୋଗ ପାଇବ।

ଅମରେନ୍ଦ୍ର ପୁରୀରୁ ଏକ ବାଇକ ( ନଂ ଓଡି୦୨ ବିଏ-୦୭୯୪)ରେ ନିଜ ଗ୍ରାମ ଖଳିସାହି ଫେରୁଥିଲେ। ପୁବୁ ସାହି ଛକ ନିକଟରେ ତାଙ୍କ ବାଇକକୁ ଏକ ତେଲ ଟ୍ୟାଙ୍କର ଧକ୍କା ଦେଇଥିଲା। ଏଥିରେ ଅମରେନ୍ଦ୍ର ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।