ନୂଆଦିଲ୍ଲୀ,୧୮।୭: ଇଣ୍ଟରନେଟ୍ରେ ଗତ କିଛି ବର୍ଷ ହେବ ଅନେକ କଣ୍ଟେଣ୍ଟ ଦେଖିବାକୁ ମିଳୁଛି, ଯେଉଁଥିରେ ନା କେବଳ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଅଛନ୍ତି ବଂର ତାଙ୍କ ସହ କୌଣସି ନା କୌଣସି ପ୍ରକାର ପ୍ରଡକ୍ଟ ଦେଖିବାକୁ ମିଳୁଛି। ରୋଜଗାର ପାଇଁ କରାଯାଉଥିବା ଡିଲ୍ ଏବେ ବି ପ୍ରତିଦିନ ଜାରି ରହିଛି। ବହୁ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି ଯେ, ଆଖି ବନ୍ଦ କରି କୌଣସି ପ୍ରଡକ୍ଟ ଉପରେ ବିଶ୍ବାସ ଓ ଏହାର ବ୍ୟବହାର କରନ୍ତୁ ନାହିଁ। ତେବେ ଜଣେ ଡାକ୍ତର ଏଭଳି ମଧ୍ୟ ଅଛନ୍ତି, ଯିଏକି ଏକ ପ୍ରଡକ୍ଟର ପ୍ରମୋସନ୍ ପାଇଁ ମାସିକ ୨୫ ଲକ୍ଷ ଟଙ୍କା ଅଫରକୁ ପ୍ରତ୍ୟାଖାନ କରିଦେଇଛନ୍ତି।
ଡାକ୍ତର ବିଶାଳ ଗାବଲେ ପ୍ରାୟ ୩ ସପ୍ତାହ ପୂର୍ବର ନିଜର ଅନୁଭବ ସୋସିଆଲ ମିଡିଆରେ ସେୟାର କରିଥିଲେ। ସେ କହିଥିଲେ ମୁଁ ଆଜି ୫ ଲକ୍ଷର ଏକ କୋଲାବକୁ ମନା କରିଦେଇଛି। ମୋତେ ବାସ୍ ଗୋଟିଏ ପୋଷ୍ଟ କରିବାର ଥିଲା, କିନ୍ତୁ ମୁଁ ଅଫର ମନା କରିଦେଇଥିଲି। ଏତେ ଟଙ୍କାର ଅଫର ମନା କରିବା ଖୁବ୍ କଷ୍ଟକର ଥାଏ। ଚଳିତ ମାସ ମୁଁ ପ୍ରାୟ ୨୫ ଲକ୍ଷ ଟଙ୍କାର ଅଫର ଛାଡି ଦେଇଥିଲି। କାରଣ ମୋତେ ଟଙ୍କା ଦରକାର ନଥିଲା। ଏଭଳି ନିଷ୍ପତ୍ତି ନେବା ହୁଏତ ମୋ ପାଇଁ ସହଜ ନଥିଲା।
ମୁଁ ମିଡିଲ କ୍ଲାସ ପରିବାରରୁ ଆସିସଛି। ମୋର ଏତେ ଟଙ୍କା ଦେଖିବା ଏବଂ ନିହାତି ଭାବରେ ପ୍ରଲୋଭିତ କରିବ। ବହୁ ବର୍ଷ ପର୍ଯ୍ୟନ୍ତ ଭାବୁଥିଲି ଟଙ୍କା ମୋର ଶେଷ ଲକ୍ଷ୍ୟ। ମୁଁ ଯେତେବେଳେ ଛୋଟ ଥିଲି ମଧ୍ୟବିତ୍ତ ପରିବାରର ପିଲା ଭଳି ସଫଳତା ଦେଖିବାର ସ୍ବପ୍ନ ଦେଖୁଥିଲି। ଗୋଟେ ବଡ ଘର, ବିଏମ୍ଡବ୍ଲ୍ୟୁ, ମର୍ସିଡିଜ୍ ଏବଂ ଆର୍ଥିକ ସ୍ବାଧିନତା। ମୋଟ ଭାବରେ ସବୁ ଜିନିଷ କିଣିବାର କ୍ଷମତା, ଯାହାକି ମୋର ବାପା-ମା ନେବା ନେବାରେ ସକ୍ଷମ ନଥିଲେ।
ମୋ ଦିନ ସାଧାରଣତଃ ଏଭଳି ଦେଖାଯାଏ, ଯେପରି ହସ୍ପିଟାଲ, ଷ୍ଟୁଡେଣ୍ଟଙ୍କୁ ପଢାଇବା, ୨-୩ ଲାଇଭ କ୍ଲାସ, କଣ୍ଟେଣ୍ଟ କ୍ରିଏଟ କରିବା, ନିଜର ଆପ୍କୁ ଆଗକୁ ବଢାଇବା। ଅଧିକାଂଶ ଦିନର ଆରମ୍ଭ ସକାଳ ୬ଟା ପୂର୍ବରୁ ହୋଇଥାଏ ଓ ରାତି ୧୨ଟା ବେଳେ ଶେଷ ହୁଏ। ଏହି କାରଣରୁ କେବେ କେବେ ଟଙ୍କା ରୋଜଗାର କରିବାର ସହଜ ଅବସରକୁ ହଁ କହିବା ଓ ଅଧିକ ଲୋଭ ସୃଷ୍ଟି କରିଥାଏ।
ମୁଁ ପ୍ରତିଦିନ ଇନଫ୍ଲୁଏନ୍ସରଙ୍କୁ ଏଭଳି ପ୍ରଡକ୍ଟ ପ୍ରମୋଟ କରୁଥିବାର ଦେଖେ ଯାହା ସେମାନେ ବ୍ୟବହାର କରନ୍ତି ନାହିଁ। ଏପରିକି ସେଲିବ୍ରିଟିମାନେ ମଧ୍ୟ ଏପରି ଜିନିଷର ପ୍ରଚାର କରୁଛନ୍ତି ଯାହା ବିଷୟରେ ସେମାନେ କିଛି ଜାଣନ୍ତି ନାହିଁ। ଲୋକମାନେ ଗୋଟିଏ ପୋଷ୍ଟରୁ ଜଣେ ଡାକ୍ତର ଗୋଟିଏ ମାସରେ ଯେତିକି ରୋଜଗାର କରନ୍ତି ତାହାଠାରୁ ଅଧିକ ରୋଜଗାର କରନ୍ତି। କିନ୍ତୁ ପ୍ରତ୍ୟେକ ସହଯୋଗ ପୂର୍ବରୁ, ମୁଁ ନିଜକୁ ଗୋଟିଏ ପ୍ରଶ୍ନ ପଚାରେ: ମୁଁ କ'ଣ ଆତ୍ମବିଶ୍ୱାସର ସହିତ ଏହି ପ୍ରଡକ୍ଟକୁ ମୋ ବାପା-ମାଙ୍କୁ ପରାମର୍ଶ ଦେଇପାରିବି ? ଯଦି ଉତ୍ତର ନା ହୁଏ, ତେବେ ମୁଁ େକୋଲାବୋରେସନ୍କୁ ମଧ୍ୟ ନା କହିଦେବି ।
‘ମୁଁ ଗୋଟିଏ କଥା ଜାଣିସାରିଛି ଯେ, ଟଙ୍କା ଜରୁରୀ। କିନ୍ତୁ ବିଶ୍ବାସ ତାଠାରୁ ବି ବହୁତ ଗୁରୁତ୍ବପୂର୍ଣ୍ଣ। ଟଙ୍କା ଦ୍ବାରା ଆପଣ ଧ୍ୟାନ ଆକର୍ଷଣ କରିପାରନ୍ତି। ବିଶ୍ବାସ ଦ୍ବାରା ଆପଣଙ୍କୁ ବିଶ୍ବସ୍ଥତା ମିଳିପାରେ। ଟଙ୍କା ଯାଏ ଆସେ। ବିଶ୍ବାସ ସବୁବେଳେ ବଢିଥାଏ। କିନ୍ତୁ ଥରେ ଏହାକୁ ହରାଇ ଦେଲେ ପାଇବା କଷ୍ଟକର। ସହଜରେ ଟଙ୍କା ଖୁବ୍ ମହଙ୍ଗା ପ୍ରମାଣିତ ହେବ। ଯେତେବେଳେ ଏହାର ଦାମ୍ ଦ୍ବାରା ଆପଣଙ୍କ ବିଶ୍ବାସନୀୟତା ହରାଇବାକୁ ପଡେ।
‘ହୁଏତ ମୁଁ ଭୁଲ୍। ମୁଁ ଟଙ୍କା ନେବା ଉଚିତ ଥିଲା। ହୁଏତ ମୁଁ ଅଧିକ ରୋଜଗାର କରିପାରିଥାନ୍ତି। କିନ୍ତୁ ବହୁ ବର୍ଷ ପରେ, ଯେତେବେଳେ କେହି ମୋତେ ପଚାରନ୍ତି ଯେ ମୁଁ କ'ଣ ହାସଲ କରିଛି, ମୁଁ ଚାହୁଁନାହିଁ ଯେ ମୋର ଉତ୍ତର ଦର୍ଶକ ହେଉ। ମୁଁ ଚାହୁଁଛି ଯେ ମୋର ଉତ୍ତର ଲୋକଙ୍କ ବିଶ୍ୱାସ ହେଉ। ସେହି ବିଶ୍ୱାସ ଯାହାକୁ କିଣାଯାଇପାରିବ ନାହିଁ କିମ୍ବା ପ୍ରାୟୋଜିତ କରାଯାଇପାରିବ ନାହିଁ। ସେହି ବିଶ୍ୱାସ ଯାହା କଠିନ ପରିଶ୍ରମ ଦ୍ୱାରା ଅର୍ଜିତ ହୋଇଥାଏ। ସଚ୍ଚୋଟ ନିଷ୍ପତ୍ତି ନେଇ ଅର୍ଜନ କରାଯାଏ। ଦିନେ ଇଷ୍ଟାଗ୍ରାମ୍ରେ ଭ୍ୟୁଜ, ଫଲୋଅର୍ସ, ଟଙ୍କାର କିଛି ମୂଲ୍ୟ ରହିବନି। ଯାହାର ଗୁରୁତ୍ବ ରହିବ ତାହା ହେଲା କ’ଣ ମୁଁ ଲୋକଙ୍କୁ ପୂର୍ବ ଅପେକ୍ଷା ଅଧିକ ସଜାଗ କରିପାରିଛି ? ଯଦି ଜବାବ୍ ହଁ ତେବେ ପ୍ରତି ରିଜେକ୍ଟ ହୋଇଥିବା ଡିଲ୍ ବି ଲାଭଦାୟକ ପ୍ରମାଣିତ ହେବ।’
ଆହୁରି ପଢନ୍ତୁ : Muskan Zehra Qalbi: NEET ରେ ପାଇଲେ ବଡ଼ ସଫଳତା, ପ୍ରଶଂସାରେ ପୋତି ପକାଇଲା ଭାରତୀୟ ସେନା !