ପୁରୀ ୦୭/୦୮: ମୋବାଇଲ୍‌ ଲାଇଟ୍‌ରେ ରୋଗୀ  ଦେଖିଲେ ଡାକ୍ତର । ପୁରୀ ସଦର  ମୁଖ୍ୟ ଚିକିତ୍ସାଳୟର କାଜୁଆଲିଟିରେ  ଦେଖିବାକୁ ମିଳିଛି ଏଭଳି ଅବ୍ୟବସ୍ଥା ।  ବୁଧବାର ଅପରାହ୍ନ ପ୍ରାୟ ୫ଟା ୨୦ରେ  ହଠାତ୍‌ ଲାଇନ୍‌ କଟି ଯାଇଥିଲା ।  ଏହାର କିଛି ବିକଳ୍ପ ନ ଥିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ  ମୋବାଇଲ୍‌ ଟର୍ଚ୍ଚ ପକାଇଥିଲେ । ଏହି  ଆଲୁଅରେ ଡାକ୍ତର ପ୍ରେସ୍‌କ୍ରିପ୍‌ସନ୍‌  ଲେଖିଥିଲେ । ପ୍ରାୟ ୫ ମିନିଟ୍‌  ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଦେଖିବାକୁ  ମିଳିଥିଲା । କାଜୁଆଲିଟିରେ ଲାଇଟ୍‌ର  ବିକଳ୍ପ ନ ଥିବାରୁ ରୋଗୀ ନାପସନ୍ଦ  କରିଛନ୍ତି । ସେହିପରି ଅନ୍ୟ ୱାର୍ଡରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ସଦର  ମୁଖ୍ୟ ଚିକିତ୍ସାଳୟରେ ଇନ୍‌ଭର୍ଟର କିମ୍ବା ଜେନେରେଟର ବ୍ୟବସ୍ଥା ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ  କରିଛି । ବିଦ୍ୟୁତ୍‌ କଟିବା ବେଳେ ରୋଗୀସେବା ବାଧାପ୍ରାପ୍ତ ହେଉଛି । ତେଣୁ ଏହାର ପ୍ରତିକାର ବ୍ୟବସ୍ଥା ମେଡିକାଲ କର୍ତ୍ତୃପକ୍ଷ କରିବା ଆବଶ୍ୟକ ବୋଲି ରୋଗୀମାନେ ମତ ଦେଇଛନ୍ତି।