ପ୍ରମୂଖ ଖବର
  • ରାୟଗଡ଼ା : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ
  • ||
  • ବଲାଙ୍ଗୀର : ଜାମପଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ
  • ||
  • ରାଜସ୍ଥାନରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ଼
  • ||
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଅବ୍ୟବସ୍ଥା, ମୋବାଇଲ୍‌ ଲାଇଟ୍‌ରେ ରୋଗୀ ଦେଖିଲେ ଡାକ୍ତର

Published By : Manoj | August 7, 2025 9:17 AM

ପୁରୀ ୦୭/୦୮: ମୋବାଇଲ୍‌ ଲାଇଟ୍‌ରେ ରୋଗୀ  ଦେଖିଲେ ଡାକ୍ତର । ପୁରୀ ସଦର  ମୁଖ୍ୟ ଚିକିତ୍ସାଳୟର କାଜୁଆଲିଟିରେ  ଦେଖିବାକୁ ମିଳିଛି ଏଭଳି ଅବ୍ୟବସ୍ଥା ।  ବୁଧବାର ଅପରାହ୍ନ ପ୍ରାୟ ୫ଟା ୨୦ରେ  ହଠାତ୍‌ ଲାଇନ୍‌ କଟି ଯାଇଥିଲା ।  ଏହାର କିଛି ବିକଳ୍ପ ନ ଥିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ  ମୋବାଇଲ୍‌ ଟର୍ଚ୍ଚ ପକାଇଥିଲେ । ଏହି  ଆଲୁଅରେ ଡାକ୍ତର ପ୍ରେସ୍‌କ୍ରିପ୍‌ସନ୍‌  ଲେଖିଥିଲେ । ପ୍ରାୟ ୫ ମିନିଟ୍‌  ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଦେଖିବାକୁ  ମିଳିଥିଲା । କାଜୁଆଲିଟିରେ ଲାଇଟ୍‌ର  ବିକଳ୍ପ ନ ଥିବାରୁ ରୋଗୀ ନାପସନ୍ଦ  କରିଛନ୍ତି । ସେହିପରି ଅନ୍ୟ ୱାର୍ଡରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ସଦର  ମୁଖ୍ୟ ଚିକିତ୍ସାଳୟରେ ଇନ୍‌ଭର୍ଟର କିମ୍ବା ଜେନେରେଟର ବ୍ୟବସ୍ଥା ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ  କରିଛି । ବିଦ୍ୟୁତ୍‌ କଟିବା ବେଳେ ରୋଗୀସେବା ବାଧାପ୍ରାପ୍ତ ହେଉଛି । ତେଣୁ ଏହାର ପ୍ରତିକାର ବ୍ୟବସ୍ଥା ମେଡିକାଲ କର୍ତ୍ତୃପକ୍ଷ କରିବା ଆବଶ୍ୟକ ବୋଲି ରୋଗୀମାନେ ମତ ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.