ଛତ୍ରପୁର,୧୧।୩ ;  ଗଞ୍ଜାମ ସହରର ଐତିହାସିକ ଦୋଳଯାତ୍ରା  ସୋମବାର ଠାରୁ   ଆରମ୍ଭ ହୋଇଛି l  ଏହା ଦୋଳପୁର୍ଣିମା  ପର୍ଯ୍ୟନ୍ତ ୫ ଦିନ ଧରି ଅନୁଷ୍ଠିତ ହେବ l l ଏଥିପାଇଁ ଗଞ୍ଜାମ ସହର ସମେତ ପୁଇଁତୋଳ, ଦାମୋଦରପୁର, ବିଞ୍ଚଣାପଲ୍ଲୀ ଏବଂ ସୂର୍ଯ୍ୟନାରାୟଣପୁର ଗାଁ ଚଳଚଞ୍ଚଳ ହୋଇ ପଡିଛି l

ସୋମବାର ଏକାଦଶୀ ଥିଲା l ଗଞ୍ଜାମ ସହରର ପଣ୍ଡାସାହି, ଚୌଧୁରୀସାହି, ସାମନ୍ତରାସାହି, ଦୁର୍ଗାଦେବୀ ସାହି, ନୁଆଁସାହି, ରାଉଳସାହି, ବ୍ରାହ୍ମଣଢାମଣାସାହି, ଓଡ଼ିଆଢାମଣାସାହି, ସାନବଜାର କେଉଟସାହି, ଦାମୋଦରପୁର, ପୁଇଁତୋଳାସାନସାହି ବାରିକି ସାହି, ପୁଇଁତୋଳା କାର୍ଜିସାହି କର୍ତ୍ତୀସାହି, ସୂର୍ଯ୍ୟନାରାୟଣପୁର ଏବଂ ବିଞ୍ଚଣା ପଲ୍ଲୀରେ ଦୋଳଯାତ୍ରା ଆରମ୍ଭ ହୋଇଛି।  ନିଜ ନିଜ ସାହିରେ ଠାକୁରମାନଙ୍କୁ ବାଜା ବଜାଇ ଚାମର ଦେଖାଇ ଦୋଳରେ ବିଜେ କରିବା ପରେ ବାରିକ ଦିହୁଡି ଧରି ଠାକୁର ଙ୍କ ଦୋଳ ସମୁଖରେ ଚାଲି ଚାଲି ଯିବା ଏକ ପୂର୍ବ ପରମ୍ପରାକୁ ଆଜି ବି ଉଦ୍ଜୀବିତ ରଖିଛି l ଠାକୁରୁଙ୍କ ଦୋଳକୁ ଗଉଡ଼ମାନେ ଧରିଛନ୍ତି l  ଠାକୁର ପ୍ରତି ଘର ଶ୍ରଦ୍ଧାଳୁ ଠାରୁ  ଭୋଗ ଖାଇଛନ୍ତି l 

 ସେହିପରି  ଦ୍ୱାଦଶୀ ତିଥିରେ  ଗଞ୍ଜାମ ସହରର ପଣ୍ଡାସାହି, ଚୌଧୁରୀସାହି, ସାମନ୍ତରାସାହି, ଦୁର୍ଗାଦେବୀ ସାହି, ନୁଆଁସାହିର ଠାକୁରମାନେ ଦ୍ୱାଦଶଯାତ୍ରାରେ ସମ୍ପୃକ୍ତ ସାହିମାନଙ୍କୁ ମିଳିତ ଭାବେ ପଟୁଆରରେ ଯାଇ ଭୋଗ ଖାଇବେ l ଅନ୍ୟ ଠାକୁରମାନେ ନିଜ ନିଜ ନିଜ ସାହି ଏବଂ ଗାଁ ରେ ବୁଲି ଶ୍ରଦ୍ଧାଳୁଙ୍କ ଠାରୁ ଭୋଗ ଖାଇବାର ପରମ୍ପରା ରହିଛି l ବୁଧବାର ସାହି ଯାତ୍ରା ଏବଂ ୧୩ତାରିଖ ରେ ବଜାର ଯାତ୍ରା ଓ ୧୪ରେ ଦୋଳ ପୂର୍ଣ୍ଣିମା।ଠାକୁର ସେହିଦିନ ଫଗୁ ଖେଳି ମନ୍ଦିରକୁ ଫେରିବେ l ୯ ତାରିଖରେ  ଠାକୁରଙ୍କ  ନିକଟରେ ଭିତର ଫଗୁ ଅନୁଷ୍ଠିତ ହୋଇଯାଇଛି l