ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଚାଲିଛି ଡଲଫିନ୍ ଗଣନା, ୯ଟି ଟିମ୍ ନିୟୋଜିତ

Published By : Prameya | January 27, 2025 8:19 AM

ଭୁବନେଶ୍ୱର ୭/୦୧: ଆଜିଠୁ ୩ଦିନ ଧରି ଚାଲିବ ଡଲଫିନ୍ ଗଣନା। ରାଜନଗର ବନଖଣ୍ଡ ଧାମରାରୁ ଦେବୀ ମୁହାଣ ଯାଏଁ ଚାଲିବ ଗଣନା କାର୍ଯ୍ୟ। ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଚାଲିବ ଡଲଫିନ୍‌ ଗଣନା। ୯ଟି ଟିମ୍‌ରେ ୪ଜଣ ଲେଖାଏଁ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ବେଳେ ଦିନ ୧୨ଟା ଯାଏଁ ଚାଲିବ।

ସୂଚନ ଅନୁଯାଇ, ଡଲଫିନ୍ ଗଣନା ପାଇଁ ଗହୀରମଥା ରେଞ୍ଜରେ ସର୍ବାଧିକ ୩ଟି ଟିମ ନିୟୋଜିତ ହୋଇଛନ୍ତି। ମହାକାଳପଡ଼ା ଓ କନିକା ରେଞ୍ଜ ରେ ଗୋଟିଏ ଲେଖାଁଏ ଟିମ,  ରାଜନଗର ଓ କୁଜଙ୍ଗ ରେଞ୍ଜରେ ୨ ଟି ଲେଖାଏଁ ଟିମ ଗଣନା କରୁଛନ୍ତି। ଗଣନା ପ୍ରକିୟାରେ ବାଇନାକୁଲର, ଜିପିଏସ, କ୍ୟାମେରା, ହାଣ୍ଡିକ୍ୟାମ ପ୍ରଭୁତି ବ୍ୟବହାର କରାଯିବ। 

ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦ୍ଦେଶ କ୍ରମେ ୨୦୧୫ ମସିହ ରୁ ଏହି ଡ଼ଲଫିନ ଗଣନା ଚାଲିଛି। ଗତବର୍ଷ ରାଜନଗର ବନ ଖଣ୍ଡ ଅଧୀନରେ ୫୦୦ରୁ ଉର୍ଦ୍ଧ୍ୱ ଡ଼ଲଫିନ ଆକଳନ କରାଯାଇଥିଲା। ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ରେକର୍ଡ ସଂଖ୍ୟକ ଡ଼ଲଫିନ୍‌ ଦୃଶ୍ୟବାନ ହେବେ ବୋଲି ବନବିଭାଗ ଆଶା ରଖିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.