ନୂଆଦିଲ୍ଲୀ: ଆମେରିକା ପୁଣି ଥରେ ପାକିସ୍ତାନକୁ ଏକ ବଡ ଝଟକା ଦେଇଛି। ସୁରକ୍ଷା କାରଣ ଦର୍ଶାଇ, ଗୁରୁବାର ଟ୍ରମ୍ପ ପ୍ରଶାସନ ପାକିସ୍ତାନ ଯାତ୍ରା କରିବାକୁ ଯୋଜନା କରୁଥିବା ଆମେରିକୀୟ ନାଗରିକ ମାନଙ୍କୁ ଚେତାବନୀ ଦେଇଛି, କହିଛି ଯେ, ସେମାନଙ୍କୁ ଏହାର ପୁନର୍ବିଚାର କରିବାକୁ ଅନୁରୋଧ କରିଛି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ଏହାର ସଦ୍ୟତମ ଆଡଭାଇଜରିରେ, ଆମେରିକୀୟ ବୈଦେଶିକ ବିଭାଗ ଯାତ୍ରୀ ମାନଙ୍କୁ ଅପରାଧ, ଆତଙ୍କବାଦ ଏବଂ ଅପହରଣର ବିପଦ ହେତୁ ପାକିସ୍ତାନ ଯାତ୍ରା କରିବା ପୂର୍ବରୁ ଦୁଇଥର ଚିନ୍ତା କରିବାକୁ ପରାମର୍ଶ ଦେଇଛି।

ଟ୍ରମ୍ପ ପାକିସ୍ତାନକୁ ଉଚ୍ଚ-ବିପଦ ଜୋନରେ ରଖିଛନ୍ତି…

ପାକିସ୍ତାନୀ ଖବରକାଗଜ ଡନ୍ ରିପୋର୍ଟ କରିଛି ଯେ,ପାକିସ୍ତାନକୁ ଲେବଲ ୩ ଆଡଭାଇଜରୀ ଅଧୀନରେ ରଖାଯାଇଛି । ଏହା ଏମିତି ଏକ ବର୍ଗ ଯାହା ବିନା ଚେତାବନୀରେ ଆତଙ୍କବାଦୀ ଆକ୍ରମଣର ଉଚ୍ଚ ବିପଦକୁ ସୂଚିତ କରେ । ବୈଦେଶିକ ବିଭାଗ ଅନୁଯାୟୀ, ସାଧାରଣ ଲକ୍ଷ୍ୟସ୍ଥଳ ଗୁଡ଼ିକ ମଧ୍ୟରେ ପରିବହନ କେନ୍ଦ୍ର, ହୋଟେଲ, ବଜାର, ସପିଂ ମଲ୍, ସାମରିକ ଏବଂ ସୁରକ୍ଷା ସ୍ଥଳ, ବିମାନବନ୍ଦର, ଟ୍ରେନ୍,ସ୍କୁଲ, ହସ୍ପିଟାଲ, ପୂଜାସ୍ଥଳ, ପର୍ଯ୍ୟଟନ ସ୍ଥଳ ଏବଂ ସରକାରୀ କୋଠା ଅନ୍ତର୍ଭୁକ୍ତ।

ଆମେରିକୀୟ ନାଗରିକଙ୍କୁ ପାକିସ୍ତାନ ଯାତ୍ରା ଏଡାଇବାକୁ ଟ୍ରମ୍ପଙ୍କ ଅନୁରୋଧ…

ଖୈବର ପଖତୁନଖଓ୍ବାର କିଛି ଅଂଶ ସମେତ କିଛି ଅଞ୍ଚଳକୁ ଲେବଲ ୪ ଅଧୀନରେ ରଖାଯାଇଛି, ଅର୍ଥାତ୍ ଯାତ୍ରା ନିଷେଧ। ଏହି ଆଡଭାଇଜରୀ ଆମେରିକୀୟ ନାଗରିକ ମାନଙ୍କୁ ଯେକୌଣସି କାରଣରୁ ଲେଭଲ୍ ୪ ଅଞ୍ଚଳକୁ ଯାତ୍ରା କରିବାରୁ ନିବୃତ୍ତ ରହିବାକୁ ଅନୁରୋଧ କରୁଛି, ଚେତାବନୀ ଦେଇ କହିଛି ଯେ ହତ୍ୟା ଏବଂ ଅପହରଣ ପ୍ରୟାସ ସାଧାରଣ, ବିଶେଷକରି ସରକାରୀ ଅଧିକାରୀ ଏବଂ ସାଧାରଣ ନାଗରିକଙ୍କ ବିରୁଦ୍ଧରେ । 

ଡନ୍ ଅନୁଯାୟୀ, ଏହି ଚେତାବନୀ ପାକିସ୍ତାନୀ ବଂଶୋଦ୍ଭବ ଆମେରିକୀୟ ନାଗରିକଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ। ଆମେରିକାର ଆଡଭାଇଜରୀ ଆହୁରି କହିଛି କି, "ଆତଙ୍କବାଦ ଏବଂ ଅପହରଣ ଯୋଗୁଁ, ବେଲୁଚିସ୍ତାନ ପ୍ରଦେଶ ଏବଂ ଖାଇବର ପଖତୁନଖଓ୍ବା ପ୍ରଦେଶକୁ ଯାତ୍ରା କରିବାରୁ ନିବୃତ୍ତ ରୁହନ୍ତୁ, ଯେଉଁଥିରେ ପୂର୍ବତନ ସଂଘୀୟ ପ୍ରଶାସିତ ଆଦିବାସୀ ଅଞ୍ଚଳ (FATA) ଅନ୍ତର୍ଭୁକ୍ତ।" ଏଥିରେ ଆହୁରି କୁହାଯାଇଛି ଯେ ହିଂସାତ୍ମକ ଉଗ୍ରବାଦୀ ଗୋଷ୍ଠୀମାନେ ପାକିସ୍ତାନରେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀ ଆକ୍ରମଣ ସାଧାରଣତଃ ବେଲୁଚିସ୍ତାନ ଏବଂ ଖାଇବର ପଖତୁନଖଓ୍ବା ହୁଏ, ଯେଉଁଥିରେ ପୂର୍ବତନ FATA ମଧ୍ୟ ଅନ୍ତର୍ଭୁକ୍ତ, କିନ୍ତୁ କରାଚୀ ଏବଂ ଇସଲାମାବାଦ ଭଳି ପ୍ରମୁଖ ସହରରେ ମଧ୍ୟ ଘଟିଛି ।