ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ୨୫% ଅତିରିକ୍ତ ଶୁଳ୍କ ଘୋଷଣା ପରେ ଦାୟିତ୍ୱହୀନ ମନ୍ତବ୍ୟ ଯଥା- ‘ମୃତ ଅର୍ଥନୀତି’, ଭାରତ-ଋଷ ଓ ଚୀନ ସମ୍ପର୍କକୁ ନେଇ କଟାକ୍ଷ ଏବଂ ପାକିସ୍ତାନ ଠାରୁ ଭବିଷ୍ୟତରେ ତୈଳ ଆମଦାନୀ କରିବା ଇତ୍ୟାଦି ଆମ ଦେଶର ଲୋକମାନଙ୍କ ମନରେ ନୈରାଶ୍ୟ ଭାବ ଆଣିଦେଇଛି । ତେବେ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ, ଭାରତର ବାର୍ତ୍ତା ଓ ଲକ୍ଷ୍ୟ ସ୍ପଷ୍ଟ ଅଟେ ।

ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ଭାରତ ଭଳି ଆମେରିକା ଦେଶର ରାଷ୍ଟ୍ରପତି ଅଟନ୍ତି ଡୋନାଲ୍ଡ ଟ୍ରମ୍ପ । ଅର୍ଥନୀତି ଓ ପ୍ରତିରକ୍ଷା ଦୃଷ୍ଟିରୁ ଏକ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ଭାବରେ ଦ୍ୱିତୀୟ ଥର ନିର୍ବାଚନ ଜିଣି ଶାସନ କରୁଅଛନ୍ତି । ନିଜ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ଓ ସାର୍ବଭୌମତ୍ୱକୁ ରକ୍ଷା କରିବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ନିଷ୍ପତ୍ତିମାନ ନେଉଅଛନ୍ତି । ନିଜ ଦେଶର ଆମଦାନୀ-ରପ୍ତାନିଜନିତ ବାଣିଜ୍ୟିକ କାରବାରକୁ ସୁହାଇଲା ଭଳି ଅନ୍ୟ ରାଷ୍ଟ୍ର ସହ ବୈଦେଶିକ ନୀତିର ପରିବର୍ତ୍ତନ ପାଇଁ ଆହ୍ୱାନ ଦିଅନ୍ତି । ନିଜ ଦେଶରେ ବିବଦମାନ ବ୍ୟକ୍ତିତ୍ୱର ପରିଚୟ ନେଇ ସେ ଅନେକ ସମୟରେ ନିଜକୁ ଶ୍ରେଷ୍ଠ ପ୍ରତିପାଦନ କରିବା ପାଇଁ ଅନ୍ୟ ଦେଶ ସହ ବିବାଦ ସୃଷ୍ଟି କରିଥାଆନ୍ତି । କେତେବେଳେ ଇସ୍ରାଏଲ-ଇରାନ୍‌ ଦେଶ ମଧ୍ୟରେ ଯୁଦ୍ଧ ବିରତି ତ କେତେବେଳେ ଭାରତ-ପାକିସ୍ତାନ ମଧ୍ୟରେ ଆତଙ୍କବାଦ କାର୍ଯ୍ୟକଳାପ ଦମନ ପାଇଁ ନିଆଯାଇଥିବା ପଦକ୍ଷେପ "ଅପରେସନ ସିନ୍ଦୂର'କୁ ସ୍ଥଗିତ କରାଇବାର ଦାବି ସହ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଅହରହ ଚେଷ୍ଟିତ ଅଛନ୍ତି ବୋଲି ଦେଖେଇହବା ଓ "ନୋବେଲ ଶାନ୍ତି ପୁରସ୍କାର'ର ହକ୍‌ଦାର ବୋଲି ଉଠୁଥିବା ଦାବି କେତେଦୂର ଯଥାର୍ଥ, ସମୟ କହିବ । ଏବେ ଭାରତୀୟ ଅର୍ଥନୀତିକୁ "ଡେଡ୍‌ ଇକୋନୋମୀ' ବା ମୃତ ଅର୍ଥନୀତି ବୋଲି ଆକ୍ଷେପ କରିବା କେତେଦୂର ସମୀଚୀନ ଆଲୋଚ୍ୟ ବିଷୟ ଅଟେ । ଏଥିପାଇଁ ଭାରତରେ ରାଜନୀତି ଉଷ୍ମ ଥିବାବେଳେ ସାଧାରଣ ନାଗରିକଟିଏ ମଧ୍ୟ ଆଶଙ୍କା ପ୍ରକାଶ କରୁଅଛି । ଲୋକସଭା ଓ ରାଜ୍ୟସଭା, ଉଭୟ ସଂସଦରେ ବିରୋଧୀ ଦଳମାନେ ହଙ୍ଗାମା କରି ଗୃହକୁ ମୁଲତବି ରଖୁଅଛନ୍ତି ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ୨୫% ଅତିରିକ୍ତ ଶୁଳ୍କ ଘୋଷଣା ପରେ ଦାୟିତ୍ୱହୀନ ମନ୍ତବ୍ୟ ଯଥା- "ମୃତ ଅର୍ଥନୀତି', ଭାରତଋଷ ଓ ଚୀନ ସମ୍ପର୍କକୁ ନେଇ କଟାକ୍ଷ ଏବଂ ପାକିସ୍ତାନ ଠାରୁ ଭବିଷ୍ୟତରେ ତୈଳ ଆମଦାନୀ କରିବା ଇତ୍ୟାଦି ଆମ ଦେଶର ଲୋକମାନଙ୍କ ମନରେ ନୈରାଶ୍ୟ ଭାବ ଆଣିଦେଇଛି । ତେବେ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ, ଭାରତର ବାର୍ତ୍ତା ଓ ଲକ୍ଷ୍ୟ ସ୍ପଷ୍ଟ ଅଟେ । ବାଣିଜ୍ୟ ଚୁକ୍ତି ପାଇଁ ଜାତୀୟ ସ୍ୱାର୍ଥରେ ସାଲିସ୍‌ କରାଯାଇ ପାରିବନାହିଁ କିମ୍ବା ଭାରତ ଉପରେ କେହି ଏହି ଚୁକ୍ତି ପାଇଁ ଚାପ ସୃଷ୍ଟି କରିପାରିବେ ନାହିଁ । ଭାରତ ଖୁବ୍‌ ଶୀଘ୍ର ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବାକୁ ଯାଉଅଛି । ଏହିଠାରେ ପ୍ରକାଶଥାଉ କି, କୌଣସି ଦେଶର ଅର୍ଥନୀତିକୁ "ମୃତ ଅର୍ଥନୀତି' କୁହାଯିବ ଯେତେବେଳେ ଏହା ସ୍ଥାଣୁ ବା ଶିଥିଳ ହୋଇଯାଏ । ଏହା ଏଭଳି ଅବସ୍ଥାକୁ ବୁଝାଏ, ଯେଉଁଠି ବାଣିଜ୍ୟ-ବ୍ୟବସାୟ, ଉତ୍ପାଦନ-ବିତରଣ, ଚାକିରି ବା ବୃତ୍ତି ସବୁଥିରେ ଆୟ ଶୂନ୍ୟ ହୋଇଯାଏ । ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇ.ଏମ୍‌.ଏଫ୍‌)ର ଆକଳନ ଅନୁଯାୟୀ, ୨୦୨୫-୨୬ ଆର୍ôଥକ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥା ୬.୪%ରୁ ଅଧିକ ହାରରେ ବୃଦ୍ଧି ପାଇବ । ଆମେରିକାର ଅର୍ଥନୈତିକ ଅଭିବୃଦ୍ଧି ହାର ଏହି ସମୟରେ ୧.୯% ରୁ ୨% ରହିବାର ସମ୍ଭାବନା ଅଛି । ତେଣୁ ଦେଖିବାକୁ ଗଲେ ଆମେରିକା ଠାରୁ ଭାରତର ଅର୍ଥନୀତି ପ୍ରାୟ ୩ଗୁଣା ବେଗରେ ବୃଦ୍ଧି ପାଉଛି । ଚଳିତ ଦଶନ୍ଧିରେ ଭାରତ ବିଶ୍ୱର ୧୧ତମରୁ ୫ମ ବୃହତ୍ତମ ଅର୍ଥନୀତି ଭାବେ ଉଭା ହୋଇଅଛି । ଅର୍ଥନୈତିକ ସଂସ୍କାର, କୃଷକ, କ୍ଷୁଦ୍ର ଓ ମଧ୍ୟମବର୍ଗ ଶିଳ୍ପସଂସ୍ଥା ଏବଂ ଉଦ୍ୟୋଗୀମାନଙ୍କର କଠୋର ପରିଶ୍ରମ ଯୋଗୁଁ ଭାରତ ଆଗକୁ ବଢ଼ିଚଲିଛି । ଆମେରିକା ଓ ଭାରତ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଲୋକେ ସକାରାତ୍ମକ ଦୃଷ୍ଟିରୁ ବିଚାରୁଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର "ହାଓଡି ମୋଦି', "ନମସ୍ତେ ଟ୍ରମ୍ପ' ଓ "ଅବକି ବାର ଟ୍ରମ୍ପ ସରକାର' ଇତ୍ୟାଦି ଆମେରିକାରେ ଅନୁଷ୍ଠିତ କାର୍ଯ୍ୟକ୍ରମଗୁଡ଼ିକ ପାଇଁ ବନ୍ଧୁତ୍ୱ ସୁଦୃଢ଼ ବୋଲି ମନେ ହେଉଥିଲା । ଭାରତ ଆମେରିକାକୁ ରପ୍ତାନି କ୍ଷେତ୍ରଗୁଡ଼ିକ ହେଲା ଅଟୋମୋବାଇଲ, ଇସ୍ପାତ, ଆଲୁମିନିୟମ, ସୋଲାର ମଡ୍ୟୁଲ, ସାମୁଦ୍ରିକ ଉତ୍ପାଦ, ଗହଣା, ରତ୍ନପଥର, ଖାଦ୍ୟ ପ୍ରକ୍ରିୟାକରଣ, ଡାଏରୀ ଓ କୃଷି । ସେହିଭଳି ଆମଦାନୀ କରୁଥିବା ଉତ୍ପାଦଗୁଡ଼ିକ ହେଲା ଖଣିଜଦ୍ରବ୍ୟ, ଇନ୍ଧନ, ତୈଳ, ହୀରା, ମୂଲ୍ୟବାନ ପଥର, ଯନ୍ତ୍ରାଂଶ, ନ୍ୟୁକ୍ଲିୟର ରିଆକ୍ଟର, ଏୟାର ଓ ସ୍ପେଶ କ୍ରାଫ୍‌ଟ, ବୈଦ୍ୟୁତିକ ଯନ୍ତ୍ରପାତି, ପ୍ଲାଷ୍ଟିକ ଓ ଶରୀର ସମ୍ବନ୍ଧୀୟ ରାସାୟନିକ ପଦାର୍ଥ । ଆମେରିକା ରାଷ୍ଟ୍ରପତି ଜୁଲାଇ ମାସ ୩୦ ତାରିଖ ଦିନ ଭାରତୀୟ ରପ୍ତାନି ଉପରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ ଘୋଷଣା କରିଛନ୍ତି । ପୁଣି ବିଭିନ୍ନ ସର୍ତ୍ତ ଉପସ୍ଥାପନ କରି ଏହାକୁ ବୃଦ୍ଧି କରି ଚାଲିଛନ୍ତି । ମୁଖ୍ୟତଃ ଋଷିଆ ଠାରୁ ରିହାତି ମୂଲ୍ୟରେ ଅଶୋଧିତ ତୈଳ ଓ ଯୁଦ୍ଧ ଉପକରଣ କ୍ରୟ ଉପରେ ସେ କ୍ଷୁବ୍ଧ! କେବଳ ଭାରତ ନୁହେଁ ବିଶ୍ୱର ପ୍ରାୟ ୪୦ଗୋଟି ଦେଶ, ଯାହାଙ୍କ ସହିତ ଆମେରିକାର ବାଣିଜ୍ୟ ନିଅଣ୍ଟ ଅଛି, ସେମାନଙ୍କ ଉପରେ ମଧ୍ୟ ୧୫% ବା ତଦୁଦ୍ଧ୍ୱର୍ ଅତିରିକ୍ତ ଶୁଳ୍କ ଲଗାଇଛନ୍ତି । ବ୍ରାଜିଲ ଉପରେ ୫୦%, ସିରିଆ ୪୧%, ସୁଇଜରଲ୍ୟାଣ୍ଡ ୩୯%, ଇରାକ ୩୫%, ଇସ୍ରାଏଲ ୧୫%, ଜାପାନ ୧୫%, ପାକିସ୍ତାନ ୧୯% ଓ ଦକ୍ଷିଣ କୋରିଆ ଉପରେ ୧୫% ଇତ୍ୟାଦି ଶୁଳ୍କ ଘୋଷଣା କରିଅଛନ୍ତି । ଟ୍ରମ୍ପ କହୁଛନ୍ତି ଯେ, ଭାରତ ଆମର ବନ୍ଧୁ । କିନ୍ତୁ ବର୍ଷ ବର୍ଷ ଧରି ବାଣିଜ୍ୟ କାରବାର କରି କ୍ଷତି ସହୁଛୁ । ଭାରତରେ ବ୍ୟବସାୟ କରିବା କଷ୍ଟକର ଅଟେ । ଚୀନ ଠାରୁ ମଧ୍ୟ ଭାରତ ଅଧିକ ଶକ୍ତି କ୍ରୟ କରୁଛି । ତେଣୁ ୨୫% ଶୁଳ୍କ ଅତିରିକ୍ତ ଭାବରେ ଏବଂ ପରେ ପୁଣି ୨୫% ମୋଟ୍‌ ୫୦% ଯଥାର୍ଥ ବୋଲି ମତ ଦିଅନ୍ତି । ଏହି ନିଷ୍ପତ୍ତି ପାଇଁ ଭାରତ ୮୭ ବିଲିୟନ ଡଲାର ମୂଲ୍ୟ ରପ୍ତାନି ବିପଦରେ ଏବଂ ଆର୍ôଥକ ବର୍ଷ ୨୦୨୫- ୨୬ରେ ଦେଶର ଜି.ଡି.ପି. ପ୍ରଭାବିତ ହେବ । ବର୍ତ୍ତମାନର ୧୦% ଶୁଳ୍କ ବାଦ୍‌ ଅତିରିକ୍ତ ୫୦%, ଆମେରିକା ଲଗାଇବା ଫଳରେ ଭାରତୀୟ ଉତ୍ପାଦ ନିଶ୍ଚିତ ମହଙ୍ଗା ହେବ । ଋଷ ଦେଶ ସହିତ ବାଣିଜ୍ୟ କାରବାରରେ ଅସନ୍ତୁଷ୍ଟ ହୋଇ ପୁଣି ଅତ୍ୟଧିକ ଶୁଳ୍କ ସହ ଜରିମାନାର ଧମକ ପରିସ୍ଥିତିକୁ ଜଟିଳ କରୁଅଛି । ଶୁଳ୍କ ବୃଦ୍ଧି ଲାଗୁହେଲେ ଭାରତରୁ ରପ୍ତାନି ହେଉଥିବା କ୍ଷେତ୍ର– ପୋଷାକ, ଚମଡ଼ା, ଫୁଟୱେର, ଗହଣା, ରତ୍ନପଥର, କାର୍ପେଟ ଓ ହସ୍ତଶିଳ୍ପ ଆଦି ପ୍ରଭାବିତ ହେବ । ମୂଲ୍ୟ ବୃଦ୍ଧି ଯୋଗୁଁ ଆମେରିକାରେ ଚାହିଦା କମିଲେ ଭାରତର ରପ୍ତାନି କମିବ, ଯାହାଫଳରେ କର୍ମଚାରୀ ଛଟେଇ ଓ ପାରିଶ୍ରମିକ କାଟ ଦ୍ୱାରା କ୍ଷତି ମଧ୍ୟ ସହିବାକୁ ହେବ । ଏହି ଶୁଳ୍କ ବୃଦ୍ଧିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ନାଗରିକମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ, ଭାରତ ନିର୍ମିତ ସ୍ୱଦେଶୀ ଦ୍ରବ୍ୟ କ୍ରୟ କରନ୍ତୁ । ଚାପ ପକାଇ ଆମେରିକା ଯେଉଁ ଅନୁକୂଳ ବାଣିଜ୍ୟ ଚୁକ୍ତି ଭାରତ ସହ ଚାହୁଁଛି, ଦେଶର ସ୍ୱାର୍ଥହାନି ହେଉଥିବା କୌଣସି ଚୁକ୍ତିକୁ ସରକାର ପ୍ରଶ୍ରୟ ଦେବେନାହିଁ । ବରଂ ଜାତୀୟ ହିତକୁ ସୁରକ୍ଷା ପ୍ରଦାନ କରି ଚାଷୀ, ଶ୍ରମିକ, ଉଦ୍ୟୋଗୀ, ଶିଳ୍ପପତି, ଏମ୍‌.ଏସ୍‌.ଏମ୍‌.ଇ., ରପ୍ତାନିକାରୀ ଓ ଶିଳ୍ପ କ୍ଷେତ୍ରରେ ସ୍ୱାର୍ଥରକ୍ଷା ପ୍ରଥମ କର୍ତ୍ତବ୍ୟ ଅଟେ । 

ଆର୍ ବର୍ଷ ୨୦୨୪-୨୫ରେ ଭାରତର ଆମେରିକାକୁ ରପ୍ତାନି ଥିଲା ୮୬.୫ ବିଲିୟନ ଡଲାର ଓ ଶୁଳ୍କ ବୃଦ୍ଧି ଯୋଗୁଁ ଏହା ପ୍ରାୟ ୩୦% ହ୍ରାସ ହୋଇ ୬୦.୬ ବିଲିୟନ ଡଲାରକୁ ଖସିପାରେ । କହିବାକୁ ଗଲେ ଭାରତ ରପ୍ତାନି ବାବଦରେ ପ୍ରାୟ ୨୬ ବିଲିୟନ ଡଲାର ବା ୨.୩ଲକ୍ଷ କୋଟି ଟଙ୍କାର ହ୍ରାସ ଘଟିପାରେ । ଜି.ଟି.ଆର୍‌.ଆଇ.ର ପ୍ରତିଷ୍ଠାତା ଅଜୟ ଶ୍ରୀବାସ୍ତବ କୁହନ୍ତି- ଏହି ବର୍ଦ୍ଧିତ ଶୁଳ୍କ ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଏକ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯିବ । ଏସ୍‌.ବି.ଆଇ. ରିସର୍ଚ୍ଚ ଏହାର ରିପୋର୍ଟରେ ଦର୍ଶାଇଛି ଯେ, ଟ୍ରମ୍ପଙ୍କ ଅତିରିକ୍ତ ଶୁଳ୍କ ଭାରତ ଅପେକ୍ଷା ଆମେରିକା ଉପରେ ଅଧିକ ପ୍ରଭାବ ପକାଇବ । ଏହାର ଜି.ଡି.ପି. ହ୍ରାସ ସହ ଡଲାର ମୂଲ୍ୟ ଦୁର୍ବଳ ହେବ । ଏହା ଆମେରିକାର ସବୁଠାରୁ ଖରାପ ବାଣିଜ୍ୟ ନୀତି ଅଟେ ଏବଂ ଏହାଦ୍ୱାରା ଆମେରିକାର ଘରୋଇ ମୁଦ୍ରାସ୍ଫୀତି ଓ ଉପଭୋକ୍ତାଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବ । ବିଶେଷଜ୍ଞମାନେ ଆମେରିକାର ଏଭଳି ଆଭିମୁଖ୍ୟକୁ ନାପସନ୍ଦ କରି କହୁଛନ୍ତି ଯେ, ଏହା ଏକ ସ୍ୱଳ୍ପକାଳୀନ ଆହ୍ୱାନ ଅଟେ । ଶିଳ୍ପ ଓ ବଜାର ବିଶେଷଜ୍ଞଙ୍କ ମତରେ ଏହା ଟ୍ରମ୍ପଙ୍କର ଏକପ୍ରକାର ପାୱାରଗେମ୍‌, ଯାହାଦ୍ୱାରା ନିଜର ଶକ୍ତି ପ୍ରଦର୍ଶନ କରିବା ଓ ଭାରତ ଉପରେ ଚାପ ସୃଷ୍ଟିକରି ନିଜର ସର୍ତ୍ତ ପୂରଣ କରିବା ଚାହାଁନ୍ତି । ଏବେ ଭାରତର ଆର୍ôଥକ ସ୍ଥିତି ସୁଧୁରିଅଛି । ଆମେରିକା ରାଷ୍ଟ୍ରପତିଙ୍କ ଇଙ୍ଗିତରେ ନାଚିବା କି ତାଙ୍କର ମାମଲତାକାରକୁ ସ୍ୱୀକାର କରିବା ଅବସ୍ଥାରେ ନାହିଁ । ଭାରତ ବର୍ତ୍ତମାନ ବିଶ୍ୱର ବୃହତ୍ତମ ଅର୍ଥବ୍ୟବସ୍ଥାରେ ଗତି କରି ୪ର୍ଥ ବୃହତ୍ତମରେ ପହଞ୍ଚି, ୩ୟ ଆଡ଼କୁ ଅଗ୍ରସର ହେଉଅଛି । ବିଶ୍ୱର ପ୍ରମୁଖ ଆର୍ôଥକ ଅନୁଷ୍ଠାନମାନେ ଯଥା– ବିଶ୍ୱବ୍ୟାଙ୍କ, ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଓ ମୁଡ୍‌ସ ଇତ୍ୟାଦି ମଧ୍ୟ ସକାରାତ୍ମକ ମତ ଦିଅନ୍ତି । ଅବଶ୍ୟ ଏକଥା ସତ୍ୟ ଯେ, ଆମେରିକା କେବେବି କୌଣସି ରାଷ୍ଟ୍ରକୁ ଚିର ମିତ୍ର ବା ଶତ୍ରୁ ମଣେନାହିଁ । ଏହା କେବଳ ନିଜର ସ୍ୱାର୍ଥ ବା ବାଣିଜ୍ୟ ସ୍ଥିତିର ଆବଶ୍ୟକତା ଏବଂ ଫାଇଦା ବିଚାର କରି ଏଣ୍ଡୁଅ ଭଳି ଚେହେରା ବଦଳାଇଥାଏ ।

​​​​​​​s