ନୂଆଦିଲ୍ଲୀ,୮।୧୨: ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ରାଜଧାନୀ ହାଇଦ୍ରାବାଦରେ କିଛି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ସହରରେ ଥିବ ଆମେରିକାର ବାଣିଜ୍ୟ ଦୂତାବାସ ପାଖ ଦେଇ ଯାଉଥିବା ରୋଡ୍‌ର ନାଁ ‘ଡୋନାଲ୍ଡୋ ଟ୍ରମ୍ପ ଏଭେନ୍ୟୁ’ ରଖିବାର ଘୋଷଣା କରିଛନ୍ତି। ଏହାଛଡା ଭାରତର ବିଶିଷ୍ଠ ଦିବଂଗତ ଉଦ୍ୟୋଗପତି ରତନ ଟାଟାଙ୍କ ନାଁରେ ମଧ୍ୟ ସଡକ ନାଁ ରଖାଯିବ। ରାଜ୍ୟ ସରକାରଙ୍କ କହିବା ଅନୁସାରେ, ଏହି ନିଷ୍ପତ୍ତି ବିଷୟରେ ଏପର୍ଯ୍ୟନ୍ତ ଔପଚାରିକ ଭାବରେ କୌଣସି ସୂଚନା ଦିଆଯାଇ ନାହିଁ। ଖୁବ୍ ଶୀଘ୍ର ବୈଦେଶିକ ମନ୍ତ୍ରଣାଳୟ ଓ ଆମେରିକା ଦୂତାବାସକୂ ଚିଠି ଲେଖି ଜଣାଇ ଦିଆଯିବ।

ହାଇଦ୍ରାବାଦରେ ଆମେରିକୀୟ କନସୁଲେଟ୍ ଜେନେରାଲ୍ ପାଖ ମୁଖ୍ୟ ରାସ୍ତାକୁ 'ଡୋନାଲ୍ଡ ଟ୍ରମ୍ପ୍ ଆଭେନ୍ୟୁ' ନାମିତ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏ ବିଷୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଆହୁରି ବହୁ ପରିବର୍ତ୍ତନ ଘୋଷଣା କରାଯାଇଛି। ଏଥିରେ ଗୁଗୁଲ ଓ ଗୁଗୁଲ ମ୍ୟାପ୍‌ର ଯୋଗଦାନର ସମ୍ମାନ କରିବା ପାଇଁ ହାଇଦ୍ରାବାଦର ଫାଇନାନ୍ସିୟର ଡିଷ୍ଟ୍ରିକ୍ଟର ଏକ ପ୍ରମୁଖ ସଡକର ନାଁ ଗୁଗୁଲ ଷ୍ଟ୍ରୀଟ୍ ରଖାଯାଇଛି। ଏହି ସଡକ ଗୁଗୁଲର ଆଗାମୀ କ୍ୟାମ୍ପସ୍ ପାଖରେ ରହିବ। ଡାଛଡା କୁହାଯାଉଛି ଯେ, ଆଇଟି ସେକ୍ଟରର ମୁଖ୍ୟ କମ୍ପାନୀ ଓ୍ବିପ୍ରୋ ଓ ମାଇକ୍ରୋସଫ୍ଟକୁ ମଧ୍ୟ ସହରର ଭୌଗଳିକ ସରଞ୍ଚନାରେ ପରିଚୟ ଦିଆଯିବ। ବିଜ୍ଞପ୍ତି ଅନୁସାରେ, ସହରରେ ଓ୍ବିପ୍ରୋ ଜଙ୍କସନ୍ ଓ ମାଇକ୍ରୋସଫ୍ଟ ରୋଡ ସ୍ଥାପିତ କରାଯିବ।

ଯଦି ଏହା ଘଟେ, ତେବେ ଏହା ବିଶ୍ୱରେ ପ୍ରଥମ ଥର ହେବ ଯେତେବେଳେ କୌଣସି ଦେଶରେ ଜଣେ କାର୍ଯ୍ୟରତ ଆମେରିକା ରାଷ୍ଟ୍ରପତିଙ୍କୁ ଏହି ପ୍ରକାରେ ସମ୍ମାନିତ କରାଯାଇଛି। ଉଲ୍ଲେଖନୀୟ ଯେ ହାଇଦ୍ରାବାଦରେ ରାଜନେତା ଏବଂ ବିଶ୍ୱସ୍ତରୀୟ କମ୍ପାନୀଙ୍କ ନାମରେ ରାସ୍ତାର ନାମକରଣ କରିବାର ପରମ୍ପରା ରହିଛି। ଦିଲ୍ଲୀରେ ଆୟୋଜିତ ୟୁଏସ୍-ଇଣ୍ଡିଆ ଷ୍ଟ୍ରାଟିଜିକ୍ ପାର୍ଟନରସିପ୍ ଫୋମର୍ରେ ସେ ନିଜର କଥା ରଖି ହାଇଦ୍ରାବାଦର ପ୍ରମୁଖ ସଡକର ନାଁ ବିଶ୍ବ କମ୍ପାନୀ ଗୁଡିକର ନାଁରେ ରଖିବା ଉପରେ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ଏହି ନିଷ୍ପତ୍ତିକୁ ବିଜେପି ବିରୋଧ କରିଛି।