ଓ୍ବାଶିଂଟନ୍,୨୩।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ଅଦ୍ଭୁତ ପରାମର୍ଶ। ସେ ଗର୍ଭବତୀ ମହିଳାଙ୍କୁ କହିଛନ୍ତି, ଏସିଟୋମିନୋଫିନ୍ (ଟାଇଲେନଲ୍ କିମ୍ବା ପାରାସିଟାମୋଲ)ର ସୀମିତ ବ୍ୟବହାର କରନ୍ତୁ। ନଚେତ ଏହାଦ୍ବାରା ପିଲାଙ୍କ ଭିତରେ ଅଟିଜିମ୍ର ବିପଦ ବଢିପାରେ। ଆମେରିକାର ସ୍ବାସ୍ଥ୍ୟ ସଚିବ ରବର୍ଟ ଏଫ୍ କେନେଡି ଜୁନିଆରଙ୍କ ନେତୃତ୍ବରେ କିଛି ମାସ ପର୍ଯ୍ୟନ୍ତ ରିସର୍ଚ୍ଚ କରାଯାଇଥିଲା। ଏହାପରେ ଟ୍ରମ୍ପ କହିଛନ୍ତି, ଯଦି ମହିଳାମାନେ ପାରାସିଟାମଲ ବ୍ୟବହାର କରନ୍ତି, ତେବେ ପିଲାଙ୍କ ଭିତରେ ଅଟିଜିମ୍ ବିପଦ ବଢିଯିବ। ତେବେ ଅନ୍ତର୍ଜାତୀୟ ସ୍ତରର ବୈଜ୍ଞାନିକ ତାଙ୍କର ଏହି ଦାବୀକୁ ଖଣ୍ଡନ କରିଛନ୍ତି।
ଜ୍ବର, ବିନ୍ଧା କିମ୍ବା ଅନ୍ୟ ଛୋଟଛୋଟ ସମସ୍ୟାରେ ଗର୍ଭବତୀ ମହିଳାଙ୍କ ପାଇଁ ପାରାସିଟାମଲ୍ ସବୁଠାରୁ ସୁରକ୍ଷିତ ମନେକରାଯାଏ। ସେଭଳି ଟ୍ରମ୍ପଙ୍କ କହିବା ଅନୁସାରେ, ପାରାସିଟାମଲ୍ କିମ୍ବା ଟାଇଲେନଲ୍ ନେବା ଠିକ୍ ନୁହେଁ। ଟ୍ରମ୍ପ କହିଛନ୍ତି, ମହିଳାଙ୍କୁ ହାଲକା ଜ୍ବର ହେଲେ ଟାଇଲେନଲ୍ ନେବା ଉଚିତ୍ ନୁହେଁ। ଯେତେବେଳେ ସହ୍ୟ କରିହେବନି ତେବେ ସବୁ ଔଷଧ ବ୍ୟବହାର କରିବା ଦରକାର।
ଟ୍ରମ୍ପ ଆମେରିକାରେ ସାଧାରଣ ଭାବରେ ଦିଆଯାଉଥିବା ଭ୍ୟାକସିନ୍ର ସିଡ୍ୟୁଲରେ ପରିବର୍ତ୍ତନ କଥା କହିଛନ୍ତି। ସେ କହିଛନ୍ତି, ପ୍ରତ୍ୟେକ ପିଲାଙ୍କୁ ହେପାଟାଇଟିସ୍ ବି ଟୀକା କାହିଁକି ଲଗାଯାଉଛି। ସେ କହିଛନ୍ତି, ପିଲାଙ୍କୁ ୧୨ ବର୍ଷର ହେବାକୁ ଦିଆଯାଉ। ଅଧିକାଂଶ ବିଶେଷଜ୍ଞଙ୍କ କହିବା ଅନୁସାରେ, ମା’ଙ୍କଠାରୁ ଟ୍ରାନ୍ସଫର ହେଉଥିବା ରୋଗ ଲିଭର ଇନଫେକସନ୍ କିମ୍ବା କ୍ୟାନସରକୁ ରୋକିବା ପାଇଁ ଜନ୍ମର ଦିନକ ପରେ ଶିଶୁଙ୍କୁ ଭ୍ୟାକସିନ ଲଗାଯାଉଛି। ଭ୍ୟାକସିନ୍ରେ ଥିବା ତତ୍ତ୍ବ ମଧ୍ୟ ଅଟିଜିମ୍ ବଢାଇପାରେ। ତେବେ ଏହାର କୌଣସି ଚିକିତ୍ସକୀୟ ପ୍ରମାଣ ମିଳିପାରିନି। ଟ୍ରମ୍ପ କହିଛନ୍ତି, ଏଫ୍ଡିଏ ଖୁବ୍ ଶୀଘ୍ର ଡାକ୍ତରଙ୍କୁ ଗର୍ଭାବସ୍ଥା ବେଳେ ଟାଇଲେନଲ୍କୁ କମ୍ କରିବାର ନୋଟିସ୍ ପଠାଇବ। ରିପୋର୍ଟ ଅନୁସାରେ, ଅଟିଜିମ୍ ଆନୁବଂଶିକ କିମ୍ବା ପରିବେଶ କାରକ ହୋଇପାରା ଏଥିରେ ପାରାସିଟାମଲ୍କୁ ଯୋଡିବା ଉଚିତ ନୁହେଁ।