ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଭାରତ ଉପରେ ୨୭% ଟିକସ ଲଗାଇଲା ଟ୍ରମ୍ପ ପ୍ରଶାସନ

Published By : Anindita Ratha | April 3, 2025 2:02 PM

ନୂଆଦିଲ୍ଲୀ,୦୩/୦୪: ଅଧିକ ଟିକସ ଲଗାଉଥିବା ଦେଶ ତାଲିକାରେ ଭାରତକୁ  ଅନ୍ତର୍ଭୁକ୍ତ କରିଛି ଆମେରିକା  । ଭାରତ ଉପରେ ରେସିପ୍ରୋକାଲ ଟାରିଫ ଲାଗୁ କରିଛି ଆମେରିକା । ମେକ ଆମେରିକା ଓ୍ବେଲଦି ଏଗେନ କାର୍ଯ୍ୟକ୍ରମରରେ ଭାରତ ସମେତ ବିଶ୍ବର ଅନ୍ୟ ଦେଶ ଉପରେ ପାଲଟା ଶୁଳ୍ପ ଲଗାଇଛି ଟ୍ରମ୍ପ ପ୍ରଶାସନ । ୨୭ ପ୍ରତିଶତ ଡିସକାଉଣ୍ଟେଡ ରେସିପ୍ରୋକାଲ ଟାରିଫ୍ ଆମେରିକା ଲଗାଇଛି । 

ତେବେ ଭାରତ ଉପରେ ଶୁଳ୍କ ଲଗାଇବାକୁ ନେଇ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ''ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଆସିଥିଲେ । ସେ ମୋର ଜଣେ ଭଲ ବନ୍ଧୁ, କିନ୍ତୁ ସେ  ଆମ ସହ ଠିକ୍ ବ୍ୟବହାର କରୁନାହାଁନ୍ତି । ସେମାନେ ଆମ ଉପରେ ୫୨% ଶୁଳ୍କ ଲଗାଇଛନ୍ତି। କିନ୍ତୁ  ଆମେ ବର୍ଷ ବର୍ଷ ଏବଂ ଦଶନ୍ଧି ଧରି ଆପଣଙ୍କଠାରୁ କୌଣସି ଶୁଳ୍କ ନେଇନାହୁଁ । ସାତ ବର୍ଷ ପୂର୍ବେ ଯେତେବେଳେ ମୁଁ ଶାସନକୁ ଆସିଥିଲି ସେତେବେଳେ ଆମେ ଚୀନଠାରୁ ଏହା  ଆରମ୍ଭ କରିଥିଲୁ। କିନ୍ତୁ  ଏହା ହେଉଛି ମୁକ୍ତି ଦିବସ, ଲମ୍ବା ସମୟ ପ୍ରତିକ୍ଷାର ଅନ୍ତ ଘଟିଛି । ୨ ଏପ୍ରିଲ  ୨୦୨୫ ଚିରଦିନ ପାଇଁ ସ୍ମରଣୀୟ ହୋଇ ରହିବ । କାହିଁକିନା ଏହା ଏପରି ଏକ ଦିନ ଯାହା ଆମେରିକାର ଶିଳ୍ପର ପୁନଃଜନ୍ମ ନେଇଥିଲା । ଆମେ ଆମେରିକାକୁ ଭଲ ଏବଂ ଧନୀ କରିବାକୁ ଯାଉଛୁ । ଆମେରିକାର ସାମଗ୍ରୀ ଉପରେ ଶୁଳ୍କ ଲାଗୁ କରୁଥିବା ଦେଶମାନଙ୍କ ଉପରେ କଡ଼ା ନଜର ରଖାଯାଉଥିବା" କହିଛନ୍ତି ଟ୍ରମ୍ପ ।

ଏହା ମଧ୍ୟ ପଢନ୍ତୁ-  ୱାକଫ୍‌ ବିଲ୍‌ ବିରୁଦ୍ଧରେ ରାଜ୍ୟସଭାରେ ଭୋଟ ଦେବ ବିଜେଡି: ସଂସଦ ସସ୍ମିତ ପାତ୍ର

ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ, " ଆମେରିକା ଅନ୍ୟ ଦେଶକୁ ମୋଟର ସାଇକେଲ ଉପରେ ମାତ୍ର ୨.୪ ପ୍ରତିଶତ ଶୁଳ୍କ ଆଦାୟ କରୁଛି। ଥାଇଲ୍ୟାଣ୍ଡ ଏବଂ ଅନ୍ୟ ଦେଶମାନେ ୬୦% ରୁ ଅଧିକ ଶୁଳ୍କ ଆଦାୟ କରୁଛନ୍ତି । ଭାରତ ୭୦%, ଭିଏତନାମ ୭୫% ଶଳ୍କ ଲଗାଇଛି । ଆଜି ପର୍ଯ୍ୟନ୍ତ ଆମେରିକା ୨.୫% ଶୁଳ୍କ ଲଗାଇଛି । ଏହି ଶୁଳ୍କ ଘୋଷଣା କରିବାବେଳେ ଟ୍ରମ୍ପ ଏକ ଚାର୍ଟ ଧରିଥିଲେ ଯେଉଁଥିରେ ଭାରତ, ଚୀନ୍, ବ୍ରିଟେନ ଏବଂ ୟୁରୋପୀୟ ୟୁନିଅନ ଭଳି ଦେଶ ଶୁଳ୍କ ଦର୍ଶାଇଥିଲେ । ଏଥିସହ ଏହି ଦେଶଗୁଡିକ ବର୍ତ୍ତମାନ ଶୁଳ୍କ ଦେବାକୁ ପଡିବ ବୋଲି କହିଥିଲେ । ତେବେ  ଭାରତ ସମେତ ୨୫ ଦେଶ ଉପରେ ଟାରିଫ ଲଗାଇଛି ଆମେରିକା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.