ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଟ୍ରମ୍ପଙ୍କ ଟିମ୍‌ରେ ସାମିଲ ଚଣ୍ଡିଗଡ଼ରେ ଜନ୍ମିତ ଭାରତୀୟ ବଂଶୋଦ୍ଭବ ହରମିତ ଢିଲ୍ଲୋନ , ମିଳିଲା ଏହି ଦାୟିତ୍ୱ

Published By : Prameya | December 10, 2024 6:00 PM

ନୂଆଦିଲ୍ଲୀ : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟିମରେ ଆଉ ଜଣେ ଭାରତୀୟଙ୍କର ପ୍ରବେଶ ହୋଇଛି। ଭାରତୀୟ ବଂଶୋଦ୍ଭବ ହରମିତ ଢିଲ୍ଲୋନଙ୍କୁ ଆଇନ ବିଭାଗରେ ନାଗରିକ ଅଧିକାର ଗୁଡ଼ିକ ପାଇଁ ଆସିଷ୍ଟାଣ୍ଟ ଅଟର୍ଣ୍ଣି ଜେନେରାଲ ଭାବେ ଚୟନ ହୋଇଛନ୍ତି। ସୋମବାର ଟ୍ରୁଥ୍‌ ସୋସିଆଲରେ ଏକ ପୋଷ୍ଟରେ ଟ୍ରମ୍ପ ହରମିତ ଢିଲ୍ଲୋନ୍‌ଙ୍କୁ ଏହି ଦାୟିତ୍ୱ ଦେଇ ତାଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ଏହା ପୂର୍ବରୁ ଟ୍ରମ୍ପ ଡା.ଜୟ ଭଟ୍ଟାଚାର୍ଯ୍ୟ , ବିବେକ ରାମାସ୍ୱାମୀ ଓ କାଶ ପଟେଲଙ୍କୁ ନିଜର୦ କ୍ୟାବିନେଟ୍‌ର ସଦସ୍ୟ ହେବାରେ ଘୋଷଣା କରି ସାରିଛନ୍ତି। ଏହି ତାଲିକାରେ ଏବେ ହରମିତ ଢିଲ୍ଲୋନ୍‌ଙ୍କର ନାଁ ମଧ୍ୟ ଯୋଡ଼ି ହୋଇ ଯାଇଛି। 

ଟ୍ରମ୍ପ ସୋସିଆଲ ମିଡ଼ିଆରେ ଲେଖିଛନ୍ତି , ହରମିତ ଦେଶର ବରିଷ୍ଠ ନିର୍ବାଚନ ଓକିଲଙ୍କ ମଧ୍ୟରେ ଜଣେ , ଯିଏକି ଏହା ସୁନିଶ୍ଚିତ କରିବା ପାଇଁ ଲଢୁଛନ୍ତି ଭୋଟର ଗଣତି ଆଇନ ଉପାୟରେ କରାଯାଉ। ହରମିତ ଶିଖ୍‌ ଧାର୍ମିକ ସଂପ୍ରଦାୟର ଜଣେ ସମ୍ମାନିତ ସଦସ୍ୟ। ହରମିତ ଆମର ସାମ୍ୱିଧାନିକ ଅଧିକାର ଗୁଡ଼ିକର ରକ୍ଷା କରିବେ ଏବଂ ଆମର ନାଗରିକ ଅଧିକାର ଓ ନିର୍ବାଚନ ଆଇନ ଗୁଡ଼ିକୁ ନିରପେକ୍ଷ ଓ ଦୃଢତାରେ ଲାଗୁ କରିବେ। ଜବାବରେ ହରମିତ ଢିଲ୍ଲୋନ କହିଛନ୍ତି ,ଏହି ପଦ ମିଳିବା ତାଙ୍କ ପାଇଁ ସମ୍ମାନର କଥା ଏବଂ ଟ୍ରମ୍ପଙ୍କୁ କୃତଜ୍ଞତା ଜଣାଇଛନ୍ତି। ୨ ଅପ୍ରେଲ ୧୯୬୯ରେ ଚଣ୍ଡିଗଡ଼ରେ ଜନ୍ମିତ ଢିଲ୍ଲୋନ ଦୁଇ ବର୍ଷ ବୟସରେ ନିଜ ପରିବାର ସହ ଆମେରିକା ଚାଲି ଯାଇ ଥିଲେ। ସେ ଉତ୍ତର କେରୋଲିନାରେ ଏକ ଶିଖ୍‌ ପରିବାରରେ ବଢି ଥିଲେ। ଏହାପରେ ସେ ନ୍ୟୁୟର୍କ ଚାଲି ଯାଇ ଥିଲେ।

ଢିଲ୍ଲୋନ ଡାର୍ଟମାଉଥ୍‌ କଲେଜରୁ କ୍ଲାସିକଲ ଷ୍ଡିଜ୍ ଓ ଇଂରାଜୀରେ ଡିଗ୍ରୀ ଓ ୟୁନିଭର୍ସିଟି ଅଫ୍‌ ଭର୍ଜିନିଆ ସ୍କୁଲ୍‌ ଅଫ୍‌ ଲ’ ରୁ ଜ୍ୟୁରିସ ଡାକ୍ତରର ଉପାଧି ହାସଲ କରିଛନ୍ତି। ସେ ନିଜର କ୍ୟାରିୟର ୟୁଏସ କୋର୍ଟ ଅଫ୍‌ ଅପିଲ୍ସର ଜଜ୍‌ ପଲ୍‌ ଭି ନିମେୟରଙ୍କ ପାଇଁ ଜଣେ ଲ’ କ୍ଲର୍କ ଭାବେ ଆରମ୍ଭ କରି ଥିଲେ ଏବଂ ପରେ ନ୍ୟାୟ ବିଭାଗ, ସିଭିଲ୍‌ ଡିଭିଜନର ସାମ୍ୱିଧାନିକ ଟୋର୍ଟସ୍‌ ସେକ୍ସନରେ କାମ କରିଛନ୍ତି। ଏହାପରେ ସେ ପ୍ରତିଷ୍ଠିତ ଲ ଫାର୍ମ ଗିବ୍ସନ, ଡନ୍‌ ଆଣ୍ଡ କ୍ରଚରରେ ସାମିଲ ହୋଇ ଥିଲେ , ଯେଉଁଠି ସେ ସିଭିଲ କେସ୍‌ , ସାମ୍ୱିଧାନିକ ଆଇନ ଓ ଅପିଲ କେସେସ୍‌ରେ ଅନୁଭବ ପ୍ରାପ୍ତ କରିଛନ୍ତି। ନ୍ୟୁୟର୍କ , ଲଣ୍ଡନ , ସିଲିକନ ଭାଲି ଓ ସାନ୍‌ ଫ୍ରାନ୍ସିସ୍କୋରେ ଅନ୍ତରାଷ୍ଟ୍ରୀୟ ଲ’ ଫାର୍ମ ଗୁଡ଼ିକରେ ଏକ ଦଶକ ଯାଏ କାମ କରିବା ପରେ , ଢିଲ୍ଲୋନ୍‌ ୨୦୦୬ରେ ନିଜର ଲ ଫାର୍ମ , ଢିଲ୍ଲୋନ ଲ ଗ୍ରୁପ୍‌ର ସ୍ଥାପନା କରିଛନ୍ତି। ଢିଲ୍ଲୋନ କମର୍ସିଆଲ କେସ୍‌ , ରୋଜଗାର ଆଇନ୍‌ ଓ ନିର୍ବାଚନ ସହିତ ଆଇନର ଅନେକ ପ୍ରମୁଖ କ୍ଷେତ୍ରରେ ବିଶେଷଜ୍ଞ ଅଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.