ନୂଆଦିଲ୍ଲୀ,୧୮।୮: ତିନି ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ରୁଷ-ୟୁକ୍ରେନ୍ ଯୁଦ୍ଧ ବନ୍ଦ କରିବାକୁ ଚାଲିଛି ଆଲୋଜନା। ରକ୍ତାକ୍ତ ସଂଘର୍ଷ ପରେ ୟୁକ୍ରେନ୍ର ଭୁଶୁଡି ପଡିଥିବା ଅର୍ଥ ବ୍ୟବସ୍ଥା ପରେ ଏବେ ବହୁ ଅଞ୍ଚଳ ରୁଷ ଦଖଲରେ ଚାଲିଯିବାର ଆଶଙ୍କା ରହିଛି। କେବେ ଆମେରିକା ପକ୍ଷରୁ ନାଟୋର ଅଂଶ ହେବାକୁ ୟୁକ୍ରେନ୍କୁ ଭରସା ଦିଆଯାଇଥିଲା। କିନ୍ତୁ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଚାହାନ୍ତି ୟୁକ୍ରେନ୍ କ୍ରିମିୟାକୁ ଭୁଲି ଯାଉ। କେବଳ ସେତିକି ନୁହେଁ ଡୋନଷ୍ଟକ ଓ ଲୁହାନସ୍କେ ଭଳି ବଡ଼ ସହରକୁ ମଧ୍ୟ ଟ୍ରମ୍ପ ରୁଷକୁ ଦେବାର ସପକ୍ଷରେ ଅଛନ୍ତି। ସେ ଖୋଲାଖୋଲି ଭାବରେ ଏହା ଉପରେ କଥା ହେବା ଆରମ୍ଭ କରିଦେଇଛନ୍ତି। ଏବେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନସ୍କିଙ୍କୁ ଏଥିପାଇଁ ପ୍ରସ୍ତୁତି କରିବାର ଦରକାର ରହିଛି।

କୁହାଯାଉଛି ଯେ, ସୋମବାର ଜେଲେନସ୍କିଙ୍କ ସହ ହେବାକୁ ଥିବା ମିଟିଂରେ ଟ୍ରମ୍ପ ଏହି ପ୍ରସ୍ତାବ ଉପରେ କଥା କରିପାରନ୍ତି। ଏଭଳି ଭାବରେ ୟୁକ୍ରେନ୍ ଏବେ କ୍ଷତି ସହିପାରେ, ଯିଏକି ଆମେରିକା ଓ ନାଟୋ ସହ ମିଶି ରୁଷ ସହ ଲମ୍ବା ଲଢେଇ କରିବାର ନିଷ୍ପତ୍ତି ନେଇଥିଲା। କେବଳ ସେତିକି ନୁହେଁ, ସିଏନ୍ଏ, ନ୍ୟୁୟର୍କ ଟାଇମ୍ସ ଭଳି ଖବର କାଗରଜ ଆଲାସ୍କାରେ ହୋଇଥିବା ମିଟିଂକୁ କୁଟନୈତିକ ଦୃଷ୍ଟିରୁ ଟ୍ରମ୍ପଙ୍କ ପରାଜୟ ବୋଲି କହିଥିଲା। ଆମେରିକା ଗଣମାଧ୍ୟମର କହିବା ଅନୁସାରେ, ଏହି ବୈଠକରେ ପୁଟିନ୍ ଓ ତାଙ୍କ ଦେଶ ରୁଷକୁ ମୁଖ୍ୟଧାରାରେ ଆଣିବାର ସୁଯୋଗ ମିଳିଛି। ଏହାଉଡା ଟ୍ରମ୍ପ ପୁଟିନ୍ଙ୍କ ସର୍ତ୍ତରେ ବୈଠକ କରିଥିଲେ।
କେବଳ ସେତିକି ନୁହେଁ ଟ୍ରମ୍ପ ଚାହାଁନ୍ତି ୟୁକ୍ରେନ୍ ସେହି ସର୍ତ୍ତ ଉପରେ ଅସ୍ତ୍ରବିରତି ପାଇଁ ରାଜି ହୋଇଯାଉ, ଯାହାକି ପୁଟିନ୍ ରଖିଛନ୍ତି। ସ୍ଥିତି ଏପରି ଯେ, ନିଜେ ଜେଲେନସ୍କି କହିଛନ୍ତି, ଟ୍ରମ୍ପଙ୍କ ସହ ପୁଟିନ୍ଙ୍କ ମିଟିଂ କେବଳ ରୁଷର ବିଜୟର ବାର୍ତ୍ତା। ବର୍ତ୍ତମାନ ଟ୍ରମ୍ପଙ୍କ ସହ ଜେଲେନସ୍କିଙ୍କ ମିଟିଂରେ ୟୁରୋପୀୟ ନେତାଙ୍କୁ ମଧ୍ୟ ସାଙ୍ଗରେ ନେବାର ନିଷ୍ପତ୍ତି ନେଇଛନ୍ତି ଜେଲେନସ୍କି । କୁହାଯାଉଛି ଯେ, ଏହି ମିଟିଂ ମଧ୍ୟ ଖୁବ୍ ହଙ୍ଗାମାଦାର ହୋଇପାରେ।