ପ୍ରମୂଖ ଖବର
  • ରାୟଗଡ଼ା : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ
  • ||
  • ବଲାଙ୍ଗୀର : ଜାମପଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ
  • ||
  • ରାଜସ୍ଥାନରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ଼
  • ||
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ଏବେ କମ୍ପ୍ୟୁଟର ଚିପ୍ସ ଓ ସେମିକଣ୍ଡକ୍ଟର ଆମଦାନୀ ଉପରେ ଲାଗିବ ୧୦୦% ଟାରିଫ୍, ଟେନସନ୍‌ରେ ୩ ଦେଶ

Published By : Rasmita Pradhan | August 7, 2025 9:23 AM

ନୂଆଦିଲ୍ଲୀ, ୦୭/୦୮ : ଏବେ କମ୍ପ୍ୟୁଟର ଚିପ୍ସ ଓ ସେମିକଣ୍ଡକ୍ଟର ଆମଦାନୀ ଉପରେ ୧୦୦% ଟାରିଫ୍ ଲଗାଇବେ ଡୋନାଲ୍ଡ ଟ୍ରମ୍ପ। ଚୀନ ସମେତ ୩ ଦେଶଙ୍କୁ କଡ଼ା ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି। ବୁଧବାର ଟ୍ରମ୍ପ କହିଛନ୍ତି ଯେ, ସେ ୧୦୦% ଟାରିଫ୍ ଲଗାଇବା ପାଇଁ ଯୋଜନା କରୁଛନ୍ତି। ଏହାଦ୍ଵାରା ଆମେରିକାରେ ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ୍, ଘରୋଇ ଉପକରଣ ଏବଂ ଅନ୍ୟ ଆବଶ୍ୟକ ବସ୍ତୁର ଦାମ୍ ବଢିବ। ତେବେ ଆମେରିକାରେ କମ୍ପ୍ୟୁଟର ଚିପ୍ସ ତିଆରି କରୁଥିବା କମ୍ପାନୀଙ୍କୁ ଏହି ଟାରିଫ୍‌ରୁ ଆଶ୍ଵସ୍ତି ମିଳିବ। କେବଳ ଆମଦାନୀ ଉପରେ ଶୁଳ୍କ ଲାଗିବ। ଆପଲ୍ ସିଇଓ ଟିମ କୁକ୍‌ଙ୍କ ସହ ସାକ୍ଷାତକାର ବେଳେ ଟ୍ରମ୍ପ ଏହା କହିଛନ୍ତି।

ଟ୍ରମ୍ପଙ୍କ ୧୦୦ ପ୍ରତିଶତ ଟାରିଫ୍ ଘୋଷଣାର ପ୍ରଭାବ ସିଧାସଳଖ ଭାବେ ଆମେରିକାର ଉପଭୋକ୍ତାଙ୍କ ଉପରେ ପଡ଼ିବ। ମୋବାଇଲ୍ ଫୋନ, କାର୍, ଟିଭି, ଫ୍ରିଜ୍ ଏବଂ ଅନ୍ୟ ଡିଜିଟାଲ୍ ଉପକରଣ ମହଙ୍ଗା ହେବ। କାରଣ ଏହି ସବୁ ଉପକରଣ ତିଆରିରେ କମ୍ପାନୀଗୁଡ଼ିକର ଖର୍ଚ୍ଚ ବଢିବ। ତେଣୁ ସେମାନେ ମଧ୍ୟ ଏସବୁକୁ ଉଚ୍ଚା ଦରରେ ବିକିବେ। ଏହା ପୂର୍ବରୁ କରୋନା କାଳରେ ଚିପ୍ସର ଅଭାବ ସୃଷ୍ଟି ହୋଇଥିଲା। ଏହି କାରଣରୁ ଗାଡି ଗୁଡ଼ିକର ଦାମ୍ ବଢି ଯାଇଥିଲା। ଏବେ ଟ୍ରମ୍ପଙ୍କ ନୂଆ ନିଷ୍ପତ୍ତି ପରେ ପୁଣି ଥରେ ସେହିଭଳି ସ୍ଥିତି ଉପୁଜିପାରେ। 

ବିଶ୍ଵ ସେମିକଣ୍ଡକ୍ଟର ବ୍ୟାପାର ସଙ୍ଗଠନର ସୂଚନା ଅନୁସାରେ ଏବେ କମ୍ପ୍ୟୁଟର ଚିପ୍ସ ଉପରେ ଲୋକଙ୍କ ନିର୍ଭରତା ବଢିଛି। ଜୁନରେ ଏହାର ବିକ୍ରିରେ ୧୯.୬% ବୃଦ୍ଧି ଘଟିଛି। ଆମେରିକା ୨୦୨୪ରେ ପ୍ରାୟ ୪୬.୩ ଅରବ ଡଲାରର ସେମିକଣ୍ଡକ୍ଟର ଆମଦାନୀ କରିଛି। ଏଥିରୁ ଜଣାପଡ଼ୁଛି ଚିପ୍ସ ଆମଦାନୀ ଆମେରିକାର ଅର୍ଥବ୍ୟବସ୍ଥା ଉପରେ କେତେ ପ୍ରଭାବ ପକାଉଛି। ୧୦୦ ପ୍ରତିଶତ ଟାରିଫ୍ ଲଗାଇ ଟ୍ରମ୍ପ ଏସିଆ ଉପରୁ ଆମେରିକାର ନିର୍ଭରତା କମାଇବାକୁ ଚାହୁଁଛନ୍ତି। ଦୁନିଆର ୭୦ ପ୍ରତିଶତରୁ ଅଧିକ ଚିପ୍ସ ତାଇବାନ, ଦକ୍ଷିଣ କୋରିଆ ଏବଂ ଚୀନରେ ତିଆରି କରାଯାଉଛି। ଏହାଦ୍ଵାରା ଏସିଆ ଦେଶଗୁଡ଼ିକୁ ଜୋରଦାର୍ ଝଟ୍‌କା ଲାଗିବ।  


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.