ନୂଆଦିଲ୍ଲୀ,୧୭/୦୧: ଏ କଣ ? ଯେଉଁ ଇରାନ୍‌କୁ ଧମକ ଦେଇ ଆସୁଥିଲେ । କୌଣସି ମୁହୂର୍ତ୍ତରେ ଆକ୍ରମଣ କରିବେ ବୋଲି ଚେତାବନୀ ଦେଉଥିଲେ ଆଜି ତାର ପ୍ରଶଂସା । ଇରାନ ନେତୃତ୍ୱକୁ ପ୍ରଶଂସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୮୦୦ ବନ୍ଦୀଙ୍କ ଫାଶୀ ରୋକିଥିବାରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ତାରିଫ କରି ଧନ୍ୟବାଦ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ଶୁକ୍ରବାର ଫାଶୀ ଦେବା ପାଇଁ ସ୍ଥିର କରିଥିଲେ ଇରାନ ସରକାର । ଇରାନକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ କଠୋର ଆଭିମୁଖ୍ୟ ହଠାତ୍ ନରମ ହୋଇଥିବା ପରି ମନେ ହେଉଛି । ସରକାର ବିରୋଧୀ ଆନ୍ଦୋଳନରେ ଜଳୁଥିବା ଇରାନକୁ  ବାରମ୍ବାର ଚେତାବନୀ ଦେଇ ଆସୁଥିଲେ ଡୋନାଲ୍ଡ ଟ୍ରମ୍ପ । ପ୍ରଦର୍ଶନକାରୀଙ୍କ ଉପରେ ଆକ୍ସନ ନେଲେ ଆକ୍ରମଣ କରିବୁ ବୋଲି ଚେତାବନୀ ଦେଇ ଆସୁଥିଲେ । ହେଲେ ଏବେ ଇରାନକୁ ପ୍ରଶଂସା କରିଛନ୍ତି ଟ୍ରମ୍ପ ।

ତେହେରାନ ଉପରେ ଆକ୍ରମଣର ଚେତାବନୀ ଦେଉଥିଲା ଆମେରିକା । ଖାଲି ସେତିକି ନୁହେଁ ଆମେରିକୀୟ ଯୁଦ୍ଧଜାହଜ ଇରାନମୁହାଁ ମଧ୍ୟ ହୋଇଛି । ଏହାରି ଭିତରେ ଉପସାଗରୀୟ ଦେଶମାନଙ୍କ ଚେତାବନୀ, ଇସ୍ରାଏଲର ଅଶ୍ୱସ୍ତି ଏବଂ ଆଞ୍ଚଳିକ ଯୁଦ୍ଧର ଆଶଙ୍କା ମଧ୍ୟରେ ଆମେରିକାର ଆଭିମୁଖ୍ୟ ଏବେ ମୁକାବିଲା ଅପେକ୍ଷା ସନ୍ତୁଳନ ଆଡକୁ ଅଧିକ ଢଳୁଥିବା ପରି ମନେ ହେଉଛି । ଇରାନ ପ୍ରତି ଟ୍ରମ୍ପଙ୍କ ମନୋଭାବ ନରମ ହୋଇଛି । ଦେଶବ୍ୟାପୀ ଆନ୍ଦୋଳନ ଭିତରେ କାର୍ଯ୍ୟାନୁଷ୍ଠାନ ସମୟରେ ଶହ ଶହ ପ୍ରଦର୍ଶନକାରୀଙ୍କୁ ମୃତ୍ୟୁଦଣ୍ଡକୁ ତେହେରାନ ବାତିଲ କରିଛି । ଏହା ପରେ ଇରାନ ନେତୃତ୍ୱକୁ ତାରଫ କରି ଧନ୍ୟବାଦ ଦେଇଛନ୍ତି ।

ସୋସିଆଲ ମିଡିଆ ଫ୍ଲାଟଫର୍ମ ଟ୍ରୁଥରେ ଲେଖିଛନ୍ତି, ''ଗତକାଲି ୮୦୦ ବନ୍ଦୀଙ୍କୁ ଫାଶୀ ଦିଆଯିବାର ଥିଲା । ସମସ୍ତ ନିର୍ଦ୍ଧାରିତ ଫାଶୀକୁ ଇରାନ ରୋକିଥିବାରୁ ମୁଁ ସମ୍ମାନ ଜଣାଉଛି । ତେଣୁ ଇରାନ ନେତୃତ୍ୱଙ୍କୁ ଧନ୍ୟବାଦ ।''

​​​​​​​

ସାଉଦି ଆରବ-କତାରରୁ ବିପଦ ଏହାର କାରଣ କି ? ୱାସିଂଟନର ଉପସାଗରୀୟ ସହଯୋଗୀମାନେ କୂଟନୈନିକ ପ୍ରୟାସରେ ମହାଯୁଦ୍ଧ ଏଡାଇବା ପାଇଁ ପ୍ରୟାସକୁ ତ୍ୱରାନ୍ବିତ କରିଛନ୍ତି । ଜଣେ ଉପସାଗରୀୟ ଅଧିକାରୀ କହିଛନ୍ତି ଯେ, ସାଉଦି ଆରବ ଏବଂ କତାର ଆମେରିକୀୟ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି କି ଇରାନ ଉପରେ ଆକ୍ରମଣ ଆମେରିକା ସମେତ ସମଗ୍ର ଅଞ୍ଚଳରେ ଗମ୍ଭୀର ପରିଣାମ ଆଣିପାରେ ।

 

ଅଧିକ ପଢନ୍ତୁ...ସେକେଣ୍ଡ ହ୍ୟାଣ୍ଡ ନୋବେଲ୍ କାହିଁକି ନେଲେ ଆମେରିକା ରାଷ୍ଟ୍ରପତି ? ମାରିଆଙ୍କ ସହ ମିଟିଂର ପୁରା କାହାଣୀ କହିଲେ ଟ୍ରମ୍ପ