ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଭାରତରୁ ଫେରିଯିବ କି ଆପଲ୍‌ ? କମ୍ପାନିକୁ ପୁଣି ଥରେ ଚେତାବନୀ ଦେଲେ ଡୋନାଲ୍ଡ ଟ୍ରମ୍ପ

Published By : Tapas Panda | May 23, 2025 6:57 PM

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର (ମେ ୨୩, ୨୦୨୫) ଆଇଫୋନ ନିର୍ମାତା ଆପଲକୁ ଧମକ ଦେଇଛନ୍ତି । ଯଦି ଆଇଫୋନ ଅନ୍ୟ ଦେଶରେ ତିଆରି ହୁଏ ଏବଂ ଆମେରିକାରେ ବିକ୍ରି ହୁଏ, ତେବେ କମ୍ପାନୀକୁ ୨୫ ପ୍ରତିଶତ ଶୁଳ୍କ ଦେବାକୁ ପଡିବ ବୋଲି କହିଛନ୍ତି ଟ୍ରମ୍ପ। ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋଶାଲରେ ପୋଷ୍ଟ କରିଛନ୍ତି ଯେ,  ‘ଆପଲ ସିଇଓ ଟିମ୍ କୁକଙ୍କୁ କହିଛି ଆମେରିକାରେ ବିକ୍ରି ହେଉଥିବା ଆଇଫୋନଗୁଡ଼ିକ ଭାରତରେ କିମ୍ବା ଅନ୍ୟ କୌଣସି ଦେଶରେ ନୁହେଁ ବରଂ ନିଜ ଦେଶରେ (ଆମେରିକା) ହିଁ ନିର୍ମିତ ହେବ ।’

ସେ ଲେଖିଛନ୍ତି ଯେ, ମୁଁ ବହୁତ ଦିନ ପୂର୍ବରୁ ଟିମ୍ କୁକଙ୍କୁ କହିଥିଲି ଆମେରିକାରେ ବିକ୍ରି ହେଉଥିବା ଆଇଫୋନ ଭାରତରେ କିମ୍ବା ଅନ୍ୟ କୌଣସି ସ୍ଥାନରେ ନୁହେଁ ବରଂ ଆମେରିକାରେ ନିର୍ମିତ ହେବ। ସେ ଆହୁରି କହିଛନ୍ତି ଯେ, ଯଦି ଏହା ନହୁଏ, ତେବେ ଆପଲ୍‌କୁ ଆମେରିକାକୁ ଅତି କମରେ ୨୫ ପ୍ରତିଶତ ଶୁଳ୍କ ଦେବାକୁ ପଡିବ। ଗତ ୫ ବର୍ଷ ମଧ୍ୟରେ ଭାରତ ଆପଲର ଆଇଫୋନ ପାଇଁ ସବୁଠାରୁ ବଡ଼ ଉତ୍ପାଦନ କେନ୍ଦ୍ର ଭାବରେ ଉଭା ହୋଇଛି । ଦେଶରେ କମ୍ପାନୀର ଆସେମ୍ବଲିଂ ୟୁନିଟଗୁଡ଼ିକ ଗତ ଆର୍ଥିକ ବର୍ଷର ୧୨ ମାସରେ ୨୨ ବିଲିୟନ ଡଲାର ମୂଲ୍ୟର ସ୍ମାର୍ଟଫୋନ୍ ଉତ୍ପାଦନ କରିଥିଲା । ଆମେରିକାର ଏହି କମ୍ପାନୀ ଗତ ବର୍ଷ ତୁଳନାରେ ଭାରତରେ ୬୦ ପ୍ରତିଶତ ଅଧିକ ଆଇଫୋନ ଉତ୍ପାଦନ କରିଛି।

ରୟଟର୍ସର ଏକ ରିପୋର୍ଟ ଅନୁସାରେ, ଟ୍ରମ୍ପଙ୍କ ଟାରିଫ ମାଡ଼, ଆମଦାନୀ ଶୃଙ୍ଖଳ ପ୍ରଭାବିତ ଭୟ ଏବଂ ଆଇଫୋନ୍‌ ଦାମ ବୃଦ୍ଧି ମଧ୍ୟରେ ଭାରତକୁ ଏକ ଭଲ ବିକଳ୍ପ ଭାବରେ ବାଛିଥିଲା ଆପଲ୍‌ । ଗତ ସପ୍ତାହରେ ଆପଲ ସିଇଓ ଟିମ୍‌ କୁକଙ୍କୁ ଟ୍ରମ୍ପ ଚେତାବନୀ ଦେଇଥିଲେ । ଆପଲ୍‌ ଭାରତ ପରିବର୍ତେ୍ତ ଆମେରିକାରେ ଆଇଫୋନ୍‌ ତିଆରି କରୁ ବୋଲି କମ୍ପାନୀକୁ କହିଥିଲେ ରାଷ୍ଟ୍ରପତି ଟ୍ରମ୍ପ । 

ଡୋନାଲ୍ଡ ଟ୍ରମ୍ପ ନିଜର କତାର ଗସ୍ତ ସମୟରେ କହିଥିଲେ ଯେ, ଆଇଫୋନ୍‌ ଭାରତରେ ନିର୍ମାଣ ହେଉ ବୋଲି ସେ ଚାହୁଁ ନାହାନ୍ତି  । ସେ କହିଥିଲେ, ଟିମ୍‌ କୁକଙ୍କ ପାଇଁ ଅଡ଼ୁଆ ହେଉଛି । ସେ ଭାରତରେ ଆଇଫୋନ୍‌ ତିଆରି କରୁଛନ୍ତି । ମୁଁ ଚାହୁଁଛି ସେ ଭାରତରେ ଆଇଫୋନ୍‌ ତିଆରି ନକରନ୍ତୁ । ତେବେ ଆମେରିକାରେ ଦ୍ବିତୀୟ ଥର ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିଟି ପଦକ୍ଷେପ ଏବେ ସମାଲୋଚନାର ଶିକାର ହେଉଛି । ଟାରିଫ ଯୁଦ୍ଧ ଆରମ୍ଭ କରିଥିବା ଟ୍ରମ୍ପ ବିବାଦରେ ଫସିଥିବା ବେଳେ ଆପଲ୍‌କୁ ଚେତାବନୀ ଦେଇ ପୁଣି ଚର୍ଚ୍ଚାରେ ରହିଛନ୍ତି ଡୋନାଲ୍ଡ ଟ୍ରମ୍ପ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.