ନୂଆଦିଲ୍ଲୀ,୦୪/୦୧: ଆମେରିକା ନବନିର୍ବାଚିତ ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପଙ୍କ  ବଢିବାରେ ଲାଗିଛି ଅଡ଼ୁଆ। ।  ଶପଥ ଗ୍ରହଣ ପୂର୍ବରୁ ହସ୍ ମନି ମାମଲାରେ ତାଙ୍କୁ କରାଯାଇପାରେ  ଦଣ୍ଡିତ । ତେବେ ହସ୍ ମନି ମାମଲାର ଶୁଣାଣି ପାଇଁ ଟ୍ରମ୍ପଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିପାରେ । ଏନେଇ ଜାନୁଆରୀ ୧୦ରେ କୋର୍ଟ ଏହି ଦଣ୍ଡ ଘୋଷଣା କରିବେ । ସେପଟେ  ଟ୍ରମ୍ପଙ୍କୁ ଜେଲ ନ ହୋଇପାରେ ବୋଲି ଶୁକ୍ରବାର ନ୍ୟୁୟର୍କ ଷ୍ଟେଟ୍ ସୁପ୍ରିମକୋର୍ଟ ବିଚାରପତି ଜୁଆନ୍ ମାନୁଏଲ ମର୍ଚାନ ସୂଚନା ଦେଇଛନ୍ତି ।

ତେବେ ଟ୍ରମ୍ପଙ୍କ ଦଣ୍ଡ ବିଷୟରେ ଜଷ୍ଟିସ୍ ଜୁଆନ୍ ମର୍ଚାନ୍ କହିଛନ୍ତି ଯେ,ଟ୍ରମ୍ପଙ୍କୁ ଜେଲ ଦଣ୍ଡ କିମ୍ବା ଜୋରିମାନା ଦେବେ ନାହିଁ । ବରଂ ତାଙ୍କୁ 'ସର୍ତ୍ତମୂଳକ ମୁକ୍ତି' ଦେବେ। ସେ ତାଙ୍କ ଆଦେଶରେ ଲେଖିଛନ୍ତି ଯେ ନବ ନିର୍ବାଚିତ ରାଷ୍ଟ୍ରପତି ବ୍ୟକ୍ତିଗତ ଭାବରେ କିମ୍ବା ଶୁଣାଣି ପାଇଁ ହାଜର ହୋଇପାରିବେ । ତେବେ  ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାକୁ ଆଉ ମାତ୍ର ଦୁଇ ସପ୍ତାହ ବାକି ଥିବା ବେଳେ କୋର୍ଟରୁ  ହସ୍ ମନି ମାମଲାରେ ହାଜର ପାଇଁ ନିର୍ଦ୍ଦେଶ ଆସିଛି। ଜାନୁଆରୀ ୨୦ରେ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ  ପ୍ରକାଶ ଥାଉକି, ଟ୍ରମ୍ପଙ୍କୁ ଜାନୁଆରୀ ୨୦ରେ ଶପଥ ନେବାର ଠିକ୍ ୧୦ ଦିନ ପୂର୍ବରୁ କୋର୍ଟରେ ହାଜର ହେବାକୁ ପଡିବ, ଯାହା ଆମେରିକାର ଇତିହାସରେ ପ୍ରଥମ ଘଟଣା ।