ନୂଆଦିଲ୍ଲୀ,୨୯/୦୫; ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆସନ୍ତା ୧୪ ତାରିଖ ୮୦ ବର୍ଷ ବୟସରେ ପାଦ ଥାପିବେ । ଏ ଅବସରରେ ହ୍ୱାଇଟ୍ ହାଉସ୍ରେ ଅଲ୍ଟିମେଟ୍ ଫାଇଟିଂ ଚାମ୍ପିଅନ୍ସିପ (ୟୁଏଫ୍ସି) ପ୍ରତିଯୋଗିତା ଆୟୋଜିତ ହେବ । ୟୁଏଫ୍ସି ବିଶ୍ୱର ସବୁଠୁ ବଡ଼ ମିକ୍ସଡ ମାର୍ଶଲ ଆର୍ଟସ (ଏମ୍ଏମ୍ଏ) ସଂସ୍ଥା । ଏଥିରେ ଭିନ୍ନ ଭିନ୍ନ ଲଢ଼େଇରେ ପ୍ରତିଯୋଗୀମାନେ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରିବେ ।
ୟୁଏଫ୍ସି ମୁଖ୍ୟ ଡାନା ହ୍ୱାଇଟ୍ କହିଛନ୍ତି, ହ୍ୱାଇଟ୍ ହାଉସ୍ରେ ଲଢ଼େଇ କରାଇବାର ବିଚାର ନିଜେ ଟ୍ରମ୍ପଙ୍କର । ଏଥିପାଇଁ ହ୍ୱାଇଟ୍ ହାଉସ୍ ସାଉଥ୍ ଲନ୍ର ସ୍ୱତନ୍ତ୍ର ଫାଇଟିଂ ଏରିଆ ପ୍ରସ୍ତୁତ କରାଯାଉଛି । ସେଠାରେ ୪ ହଜାରରୁ ଅଧିକ ଲୋକ ବସିପାରିବେ । ଏଥିସହ ହ୍ୱାଇଟ୍ ହାଉସ୍ ନିକଟରେ ଏଲିପ୍ସ ପଡ଼ିଆରେ ଲଢ଼େଇ ଦେଖିବା ପାଇଁ ବଡ଼ ସ୍କ୍ରିନ୍ ଲାଗିବ । ଏଠାରେ ହାରାହାରି ୧ ଲକ୍ଷ ଲୋକ ମାଗଣାରେ ପ୍ରତିଯୋଗିତା ଦେଖିପାରିବେ । ହ୍ୱାଇଟ୍ କହିଛନ୍ତି, ଟ୍ରମ୍ପ୍ ଚାହୁଁଥିଲେ ଯେ ଏହି ପ୍ରତିଯୋଗିତା ଆମେରିକାର ୨୫୦ତମ ସ୍ଥାପନା ବର୍ଷ ପାଳନର ଅଂଶ ହେଉ । ରିପୋର୍ଟ ଅନୁସାରେ, ମୁଖ୍ୟ ପ୍ରତିଯୋଗିତାରେ ଆମେରିକୀୟ ଫାଇଟର ଜଷ୍ଟିନ ଗେଥଜି ଓ ଜର୍ଜିଆର ଷ୍ଟାର୍ ଫାଇଟର ଇଲିୟା ଟୋପୁରିୟା ସାମ୍ନା-ସାମ୍ନି ହେବେ । ଟ୍ରମ୍ପ୍ ନିକଟରେ କହିଥିଲେ, ୟୁଏଫ୍ସି ପ୍ରତିଯୋଗିତାର ଟିକଟ ଚାହିଦା ବହୁତ ଅଧିକ । ଲୋକଙ୍କୁ ଏହା ପୂର୍ବରୁ କୌଣସି ମାମଲାରେ ଏତେ ଉତ୍ସାହିତ ସେ ପୂର୍ବରୁ କେବେ ଦେଖିନଥିଲେ । ହ୍ୱାଇଟ୍ ହାଉସ୍ରେ ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଟ୍ରମ୍ପ୍ ଆସନ୍ତା ଅଗଷ୍ଟରେ ୱାଶିଂଟନ୍ ରାସ୍ତାରେ ଇଣ୍ଡିକାର୍ ରେସ୍ କରାଇବାକୁ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି ।
ଏହି ହାଇ-ପ୍ରୋଫାଇଲ୍ ଇଭେଣ୍ଟ ପାଇଁ ଟିକେଟର ବହୁତ ଚାହିଦା ରହିଛି । ଡାନା ହ୍ୱାଇଟ୍ କହିଛନ୍ତି ଯେ, ରାଷ୍ଟ୍ରପତି ଟ୍ରମ୍ପ ନିଜେ ତାଙ୍କ ନିଜ କୋଟାରୁ ୧,୦୦୦ ଟିକେଟ୍ ବଣ୍ଟନ କରିବେ, ବାକି ଥିବା ଅଧିକାଂଶ ଟିକେଟ୍ ଆମେରିକୀୟ ସୈନିକମାନଙ୍କୁ ସମ୍ମାନ ସ୍ୱରୂପ ମାଗଣାରେ ଦିଆଯିବ । ଏହି ଐତିହାସିକ ଲଢ଼େଇ ଆରମ୍ଭ ହେବା ପୂର୍ବରୁ, ୱାଶିଂଟନର ପ୍ରସିଦ୍ଧ ଲିଙ୍କନ୍ ମେମୋରିଆଲରେ ଆଥଲେଟ୍ମାନଙ୍କର ସରକାରୀ ଓଜନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏହା ବ୍ୟତୀତ, ହ୍ୱାଇଟ୍ ହାଉସରେ ଏହି ଲଢ଼େଇ ପରେ, ଟ୍ରମ୍ପ ପ୍ରଶାସନ ଅଗଷ୍ଟରେ ୱାଶିଂଟନର ରାସ୍ତାରେ ଏକ କାର ରେସ୍ ଆୟୋଜନ କରିବାକୁ ମଧ୍ୟ ପ୍ରସ୍ତୁତି କରୁଛି ।
ଏହା ବି ପଢନ୍ତୁ...Bridge collapse: ଝଡ଼-ପବନରେ ଭୁଶୁଡ଼ିଲା ନିର୍ମାଣଧୀନ ବ୍ରିଜ୍ ସ୍ଲାବ; ଚାଲିଗଲା ୬ ଶ୍ରମିକଙ୍କ ଜୀବନ, ଫସିଛନ୍ତି ଅନେକ