ନୂଆଦିଲ୍ଲୀ,୨୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ବଡ଼ ଘୋଷଣା କରିଛନ୍ତି। ଏବେ ସେ ଦେଶର ‘ସୁରକ୍ଷା ବିଭାଗ’ର ନାଁ ବଦଳାଇବାକୁ ଯାଉଛନ୍ତି। ଏବେ ସୁରକ୍ଷା ବିଭାଗକୁ ପୂର୍ବ ଭଳି ‘ଡିପାର୍ଟମେଣ୍ଟ ଅଫ୍ ଓ୍ବାର’ ନାଁରେ ଜଣାଯିବ। ଟ୍ରମ୍ପ କହିଛନ୍ତି, ଆମେରିକାକୁ କେବଳ ଡିଫେନ୍ସର ଦରକାର ନାହିଁ, ବଂର ଆକ୍ରମଣର ମଧ୍ୟ ଆବଶ୍ୟକତା ରହିଛି। ତେଣୁ ଡିପାର୍ଟମେଣ୍ଟ ଅଫ୍ ଡିଫେନ୍ସର ନାଁ ବଦଳାଇ ଦେବା ଦରକାର।
ଟ୍ରମ୍ପ ସୋମବାର ଓଭାଲ ଅଫିସରେ ସାମ୍ବାଦିକଙ୍କ ସହ କଥା ହୋଇ କହିଛନ୍ତି, କିଛି ସପ୍ତାହ ଭିତରେ ଅଫିସିଆଲ ଅର୍ଡର ଜାରି କରି ଦିଆଯିବ। ଆଗାମୀ କିଛି ସପ୍ତାହରେ ଏହାର ଘୋଷଣା କରାଯିବ। ମୋତେ ଏଥିପାଇଁ କଂଗ୍ରେସ ନିକଟରୁ ମଞ୍ଜୁରୀର ଆବଶ୍ୟକତା ଦରକାର ପଡିବନି। ଟ୍ରମ୍ପ କହିଛନ୍ତି, ସୁରକ୍ଷା ବିଭାଗର ପୁରୁଣା ନାଁ ଏବେ ଆହୁରି ମଜବୁତ ଓ ପ୍ରଭାବଶାଳୀ ଲାଗୁଥିଲ। ଏବେ ଏହାକୁ ପୁଣିଥରେ ବଦଳାଇବାର ସମୟ ଆସି ଯାଇଛି।
ଉଲ୍ଲେଖନୀୟ ଯେ, ଆମେରିକାରେ ୧୭୮୯ ରେ ଯୁଦ୍ଧ ବିଭାଗ ତିଆରି କରାଯାଇଥିଲା। ୧୯୪୭ ପର୍ଯ୍ୟନ୍ତ ଏହାକୁ ଏହି ନାଁରେ ଜଣାଯାଉଥିଲା। ଏହାପରେ ରାଷ୍ଟ୍ରପତି ହେରି ଟ୍ରୁମ୍ୟାନ୍ ଏହାର ନାଁ ବଦଳାଇ ସୁରକ୍ଷା ବିଭାଗ କରିଦେଇଥିଲେ। ଟ୍ରମ୍ପ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜେ ମ୍ୟୁଙ୍ଗଙ୍କ ସହ ଏକ ଜଏଣ୍ଟ ପ୍ରେସ୍ କନଫ୍ରେନ୍ସରେ କହିଛନ୍ତି, ଯେତେବେଳେ ଆମେ ପ୍ରଥମ ବିଶ୍ବଯୁଦ୍ଧ ଓ ଦ୍ବିତୀୟ ବିଶ୍ବଯୁଦ୍ଧ ଜିତିଥିଲୁ, ସେତେବେଳେ ଏହାକୁ ଡିପାର୍ଟମେଣ୍ଟ ଅଫ୍ ଓ୍ବାର କୁହାଯାଉଥିଲା। ମୋ ପାଇଁ ଏହା ସତରେ ଅଛି। ସମସ୍ତେ ଏହାକୁ ପସନ୍ଦ କରନ୍ତି।’