ୱାଶିଂଟନ,୨୨/୦୪ : ଫାଶୀ ପାଇବାକୁ ଥିବା ୮ ଜଣ ଇରାନୀ ମହିଳା ସାମାଜିକ କର୍ମୀଙ୍କୁ ମୁକ୍ତ କରିବାକୁ ଇରାନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନୁରୋଧ। ଟ୍ରୁଥ ସୋସିଆଲରେ ସେ ଲେଖିଛନ୍ତି ଯେ ଦୁଇଦେଶ ମଧ୍ୟରେ ଆଲୋଚନା ହେବାକୁ ଯାଉଥିବା ଦୃଷ୍ଟିରୁ ସେହି ମହିଳାମାନଙ୍କୁ ମୁକ୍ତ କଲେ ପରସ୍ପର ଉପରେ ଆସ୍ଥା ଓ ବିଶ୍ୱାସ ଦୃଢ଼ ହେବ । ଉଭୟ ଦେଶର ପ୍ରତିନିଧି ଆଲୋଚନାକୁ ଆସୁଛନ୍ତି । ସେମାନେ ଭେଟିବା ପୂର୍ବରୁ ଏହି ମହିଳାମାନଙ୍କୁ ମୁକ୍ତ କରିବା ଦ୍ୱାରା ଆଲୋଚନା ଏକ ସକାରାତ୍ମକ ପଦକ୍ଷେପରୁ ଆରମ୍ଭ ହୋଇପାରିବ । ସେମାନେ ମୁକ୍ତ ହେଲେ ସେ ଅଧିକ ଖୁସି ହେବେ । ଏହା ଆଗାମୀ ଦିନରେ ଦୁଇଦେଶ ମଧ୍ୟରେ କୂଟନୈତିକ ଆଲୋଚନାକୁ ଫଳପ୍ରଦ କରାଇବ । ଇରାନ ପ୍ରତି ରହିଥିବା ମନୋଭାବରେ ପରିବର୍ତ୍ତନ ଆସିବ । ଏହି ମହିଳାମାନେ ମଧ୍ୟ ଋଣୀ ରହିବେ । ତେଣୁ ଦୟାକରି ସେମାନଙ୍କର କିଛି କ୍ଷତ କରା ନଯାଉ । ସେମାନଙ୍କୁ ମୁକ୍ତ କରାଯାଉ ।
ଏଥିସହ ସୋସିଆଲ ମିଡିଆ କାର୍ଯ୍ୟକର୍ତ୍ତା ଏୟାଲ ୟାକୋବିଙ୍କ ପକ୍ଷରୁ ଜାରି କରାଯାଇଥିବା ସମ୍ପୃକ୍ତ ୮ ମହିଳାଙ୍କର ଫଟୋ ମଧ୍ୟ ଟ୍ରମ୍ପ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ୟାକୋବି ଲେଖିଥିଲେ ଯେ ଏହି ମହିଳାମାନଙ୍କୁ ଇରାନରେ ଖୁବଶୀଘ୍ର ଫାଶୀ ଦିଆଯିବ । କିନ୍ତୁ ସେମାନଙ୍କ ଦୋଷ କଣ ଓ ସେମାନଙ୍କୁ କାହିଁକି ଫାଶୀ ଦିଆଯାଉଛି ସେହି ବିଷୟରେ ଟ୍ରମ୍ପ କିଛି ଉଲ୍ଲେଖ କରିନାହାନ୍ତି ।
ଇରାନ ଦୀର୍ଘ ଦିନ ଧରି ମାନବାଧିକାର, ବିଶେଷକରି ମହିଳା ଅଧିକାରକୁ ନେଇ ପ୍ରତିବାଦ ଚାଲିଆସୁଛି। ଏହି ଆଠ ଜଣ ମହିଳା ବିଭିନ୍ନ ଅଭିଯୋଗରେ ଇରାନରେ ଜେଲରେ ଅଛନ୍ତି ଏବଂ ସେମାନଙ୍କୁ ଖୁବଶୀଘ୍ର ମୃତ୍ୟୁଦଣ୍ଡର ଦିଆଯିବ ବୋଲି ସୂଚନା ମିଳିଛି। କେତେକଙ୍କ ବିରୁଦ୍ଧରେ ସରକାର ବିରୋଧୀ ପ୍ରତିବାଦରେ ଅଂଶଗ୍ରହଣ କରିବାର ଅଭିଯୋଗ ରହିଛି। ଅନ୍ୟ କେତେକଙ୍କୁ ଅନ୍ୟ "କଠୋର" ଆଇନ ଅନୁଯାୟୀ ଦଣ୍ଡ ଦିଆଯାଇଛି।
ଏହି ଖବରଟିକୁ ପଢନ୍ତୁ- US- Iran Tension: ଟ୍ରମ୍ପ ଇରାନ ସହ ବଢାଇଲେ ଅସ୍ତ୍ରବିରତି; ହୋର୍ମୁଜ ଅବରୋଧ ଜାରି, ତେହେରାନ କହିଲା ଏହା ଚାଲ୍