ନୂଆଦିଲ୍ଲୀ: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାରର ଏକ ସମ୍ବୋଧନରେ କହିଥିଲେ ଯେ, ସେ ଖୁବ୍ ଶୀଘ୍ର ଋଷିଆର ରାଷ୍ଚପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବାକୁ ଯାଉଛନ୍ତି। କିନ୍ତୁ ଏନେଇ ରିପବ୍ଲିକାନମାନେ ଏହି ଦୁଇ ନେତାଙ୍କ ମଧ୍ୟରେ କଥାବର୍ତ୍ତା ହେବାକୁ ସମୟ ଦେଉନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। 

ଟ୍ରମ୍ପ ଜନୁଆରି ୨୦ ତାରିଖ ଦିନ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ତେବେ ଟ୍ରମ୍ପ ନିଜ ନିର୍ବାଚନୀ ପ୍ରଚାରରେ ସେ ରାଷ୍ଟ୍ରପତି ହେଲେ ଋଷ ଓ ୟୁକ୍ରେନ ଯୁଦ୍ଧରେ ବିରାମ ଲଗାଇବେ ବୋଲି ଘୋଷଣା କରିଥିଲେ। ଫ୍ରେବୃୟାରା ୨୦୨୨ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧକୁ ଟ୍ରମ୍ପ କୁଟନୈତିକ ସ୍ତରରେ ବନ୍ଦ କରିପାରିବେ ବୋଲି ସମଗ୍ର ବିଶ୍ୱର ଆଶା ରହିଛି। ତେବେ ଏହି ୟୁଦ୍ଧରେ ୟୁକ୍ରେନ ଜଲଦି ଶାନ୍ତି ଚୁକ୍ତି ଚାହୁଁନାହିଁ। କାରଣ ଜଦି ବର୍ତ୍ତମାନ ଶାନ୍ତିଚୁକ୍ତି ହେବ ତେବେ ୟୁକ୍ରେନକୁ ଏକ ବଡ ଭୂ-ଭାଗ ହରାଇବାକୁ ପଡିପାରେ।

ଋଷିଆ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠୁ ଏଯାଏ ଆମେରିକାର ଡେମୋକ୍ରେଟିକ ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନକୁ ୧୭୫ ବିଲିୟନ ଡଲାରର ଆର୍ଥିକ ସହାୟତା ରାଶି ପ୍ରଦାନ କରିସାରିଛନ୍ତି। ଏହା ସହ ୬୦ ବିଲିୟନ ଡଲାରର ପ୍ରତିରକ୍ଷା ସାମଗ୍ରୀ ମଧ୍ୟ ୟୁକ୍ରେନକୁ ମାଗଣାରେ ଯୋଗାଇଛନ୍ତି। ତେବେ ଏହି ଖର୍ଚ୍ଚର ବିରୋଧ କରି ଟ୍ରମ୍ପ ଚାଲିଥିବା ଯୁଧ୍ୟକୁ ତୁରନ୍ତ ବନ୍ଦ କରିବାକୁ ଚାହାନ୍ତି ବୋଲି ଘୋଷଣା କରିଥିଲେ। 

ଋଷୀୟ ପ୍ରବକ୍ତା ଦିମିତ୍ରୀ ପେଶକୋଭ କହିଛନ୍ତି ଗୁରୁବାର ଟ୍ରମ୍ପଙ୍କ ଏହି ପ୍ରତିକ୍ରିୟାକୁ ପୁଟିନ ସ୍ୱାଗତ କରିଥିଲେ। ତେବେ ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଆଜିଯାଏ କୌଣସି କଥାବାର୍ତ୍ତା ହୋଇନାହିଁ। ଟ୍ରମ୍ପ ଶପଥ ନେଇସାରିବା ପରେ ଏହି ବିଷୟରେ କଥାବାର୍ତ୍ତା ହେବା ଅଧିକ ପ୍ରଜୁଯ୍ୟ ରହିବ ବୋଲି ଦିମିତ୍ରୀ କହିଛନ୍ତି।