ଅନେକ ସମୟରେ ଆମ ଶରୀରରେ ଏମିତି କେତେକ ଫ୍ୟାକ୍ଟର ଲୁଚି ରହିଥାଏ, ଯାହା ଧୀରେ ଧୀରେ ସ୍ନାୟୁକୁ କ୍ଷତି ପହଞ୍ଚାଇଥାଏ । କିନ୍ତୁ ଆମକୁ ଜଣାପଡି ନଥାଏ । ସ୍ନାୟୁ କ୍ଷତିଗ୍ରସ୍ତ ହେବା ଦ୍ୱାରା ଶରୀରରେ ଧୀରେ ଧୀରେ ସମସ୍ୟା ଦେଖା ଦେବା ଆରମ୍ଭ କରିଥାଏ । ଶରୀରର ଲୁଚି ରହିଥିବା ଅନେକ କାରଣରୁ ସ୍ନାୟୁ କ୍ଷତିଗ୍ରସ୍ତ ହୋଇଥାନ୍ତି । ଯେପରିକି-ଉଚ୍ଚ ରକ୍ତଚାପମଧୁମେହ ବା ସବୁବେଳେ ବଢି ରହୁଥିବା ଶର୍କରା ସ୍ତର ସ୍ନାୟୁକୁ ନଷ୍ଟ କରିବାର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ, ଯାହାକୁ ଡାକ୍ତରୀ ଭାଷାରେ ‘ଡାଇବେଟିକ୍ ନ୍ୟୁରୋପାଥିକ୍’ କୁହାଯାଏ । ଯେତେବେଳେ ରକ୍ତରେ ଶର୍କରା ସ୍ତର ବଢିଥାଏ, ଏହି ସମୟରେ ସ୍ନାୟୁକୁ ପୋଷଣ ଦେଉଥିବା ଛୋଟ ଛୋଟ ରକ୍ତ କୋଷିକାଗୁଡିକର ଚାରିପଟ ଦୁର୍ବଳ ହୋଇଚାଲେ । ଏହାବ୍ୟତୀତ ବଢୁଥିବା ଶର୍କରା ସ୍ନାୟୁର ସୁରକ୍ଷାତ୍ମକ ଆସ୍ତରଣକୁ ନଷ୍ଟ କରିଥାଏ । ଏହାର ସାମାନ୍ୟ ଲକ୍ଷଣଗୁଡିକ ହେଉଛି ପ୍ରାୟ ସମୟରେ ପାଦ ଓ ହାତ ଝିମ୍ ଝିମ୍ ଲାଗିବା, ଜ୍ୱଳନ ହେବା ଓ ଛୁଞ୍ଚି ଫୋଡିବା ପରି ଅନୁଭବ ହେବା ।

ପୁରୁଣା ପ୍ରଦାହ

ଯଦି ପ୍ରଦାହ ଦୀର୍ଘଦିନ ଯାଏ ଲାଗି ରହେ, ତେବେ ସମସ୍ୟାର କାରଣ ସାଜିଥାଏ । ଖରାପ ଜୀବନଶୈଳୀ, ଜଙ୍କ୍ଫୁଡ୍ ଏବଂ ଷ୍ଟ୍ରେସ୍ ଆଦି କାରଣରୁ ଶରୀରରେ ସାଇଟୋକିନ୍ସର ସ୍ତର ବଢିଯାଇଥାଏ । ଏହା ସ୍ନାୟୁ ଟିସୁ ଉପରେ ଆକ୍ରମଣ କରିଥାଏ, ଯାହାଦ୍ୱାରା ସ୍ନାୟୁରେ ପ୍ରଦାହ ଆସିଥାଏ । ଫଳରେ ସ୍ନାୟୁ ସିଗ୍ନାଲ୍ ପଠାଇବାର କ୍ଷମତା ହରାଇବସେ । ତେଣୁ ପୁରୁଣା ପ୍ରଦାହରୁ ରକ୍ଷା ପାଇବା ପାଇଁ ଖାଦ୍ୟରେ ଆଣ୍ଟିଇନ୍ଫ୍ଲାମେଟୋରୀ ଖାଦ୍ୟ ବଢାନ୍ତୁ ଯେପରିକି ଅଦା, ଓମେଗା-୩ ଫ୍ୟାଟି ଏସିଡ୍ ଏବଂ ସବୁଜ ପତ୍ରଯୁକ୍ତ ପରିବା ।

ଭିାଟମିନ୍-ବି’ର ଅଭାବ

ଭିଟାମିନ୍-ବି କମ୍ପେ୍ଲକ୍ସ, ବିଶେଷକରି ଭିଟାମିନ-୧, ବି-୬ ଓ ବି-୧୨ ସ୍ନାୟୁର ସ୍ୱାସ୍ଥ୍ୟ ପାଇଁ ଖୁବ୍ ଜରୁରି । ଭିଟାମିନ୍ ବି-୧୨ ସ୍ନାୟୁର ଉପର ‘ମାଇଲିନ୍’ ଆସ୍ତରଣ ତିଆରି କରିବାରେ ସାହାଯ୍ୟ କରିଥାଏ । ଯଦି ଏହି ଆସ୍ତରଣ ହଟିଯାଏ, ତେବେ ସ୍ନାୟୁ ନଷ୍ଟ ହେବା ଆରମ୍ଭ କରିଥାଏ । ଭିଟାମିନ୍-ବି’ ଅଭାବର ସବୁଠାରୁ ବଡ଼ କାରଣ ହେଉଛି ଶାକାହାରୀ ଖାଦ୍ୟ ଖାଇବା । ଏହା ସହିତ ପାଚନ ତନ୍ତ୍ର ସମସ୍ୟା କିମ୍ବା କେତେକ ଔଷଧ କାରଣରୁ ଏହା ଠିକ୍ ଭାବେ ଅବଶୋଷଣ କରିପାରି ନଥାଏ ।

କେମିତି ରକ୍ଷା ପାଇବେ?

ନିୟମିତ ସମୟ ବ୍ୟବଧାନରେ ଯାଞ୍ଚ: ଯଦି ମଧୁମେହ ରହିଥାଏ, ତେବେ ବର୍ଷକୁ ୨ ଥର ଏଚ୍ବିଏୱାନ୍ସି ପରୀକ୍ଷା କରାନ୍ତୁ ।

ଉପଯୁକ୍ତ ଖାଦ୍ୟ: ପ୍ରୋସେସଡ୍ ଶର୍କରା ଏବଂ ରିଫାଇନ୍ଡ କାର୍ବୋ କମ୍ ଖାଆନ୍ତୁ । ଭିଟାମିନ୍-ବି' ପାଇଁ ଅଣ୍ଡା, ଦୁଗ୍ଧଜାତୀୟ ଉତ୍ପାଦ ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ସପ୍ଲିମେଣ୍ଟାରୀ ନେବା ଆବଶ୍ୟକ ।

ଶାରୀରିକ ସକ୍ରିୟତା: ନିୟମିତ ୩୦ ମିନିଟ୍ର ଚଲାବୁଲା କରିବା ଦ୍ୱାରା ରକ୍ତ ସଞ୍ଚାଳନରେ ସୁଧାର ଆସିଥାଏ । ଫଳରେ ସ୍ନାୟୁକୁ ଭରପୂର ଅମ୍ଲଜାନ ମିଳିଥାଏ ।