ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

ଶ୍ରୀମନ୍ଦିରର ୪ ଦ୍ୱାରରେ ସମସ୍ତ ଡିଏଫ୍‌ଏମ୍‌ଡି ଅଚଳ, ହାତ ମାରି ଯାଞ୍ଚ କରୁଛି ପୁଲିସ

Published By : Prameya | May 10, 2025 12:23 PM

ପୁରୀ,୧୦/୦୫: ଶ୍ରୀମନ୍ଦିର ଚାରି  ଦ୍ୱାରରେ ସମସ୍ତ ଡିଏଫ୍‌ଏମ୍‌ଡି (ଡୋର୍‌ ଫ୍ରେମ୍‌ ମେଟାଲ୍‌ ଡିଟେକ୍ଟର୍‌) ମେସିନ୍‌  ଅଚଳ ହୋଇ ପଡ଼ିଛି । ସିଂହଦ୍ୱାରରେ ୫ଟି  ଓ ଅନ୍ୟ ୩ ଦ୍ୱାରରେ ୩ଟି ଡିଏଫ୍‌ଏମ୍‌ଡି  ନିଷ୍କ୍ରିୟ ଅବସ୍ଥାରେ ଥିବାବେଳେ ହାତ ମାରି ଯାଞ୍ଚ୍‌ କରୁଛି ପୁଲିସ । ଶ୍ରୀମନ୍ଦିର ଭିତରକୁ ସମସ୍ତ ପ୍ରବେଶ ପଥରେ ଏହି ମେସିନ୍‌ ଲାଗିଛି । ସିଂହଦ୍ୱାରରେ ଥିବା ୫ଟି ଲେନ୍‌ରେ ୫ଟି ଅଚଳ ମେସିନ୍‌ ଭିତରେ  ପ୍ରବେଶ କରି ଶ୍ରୀମନ୍ଦିର ଭିତରକୁ ଯାଉଛନ୍ତି  ଶ୍ରଦ୍ଧାଳୁ । ହେଲେ ଅନ୍ୟ ୩ ଦ୍ୱାର ଠାରେ  ଥିବା ୩ଟି ଅଚଳ ମେସିନ୍‌ ପାଶ୍ୱର୍ ଦେଇ  ଶ୍ରଦ୍ଧାଳୁ ପ୍ରବେଶ କରୁଥିବା ଦେଖିବାକୁ  ମିଳିଛି । ମାସ ମାସ ଧରି ଏହି ଅଚଳ ମେସିନ୍‌ ୪ ଦ୍ୱାରରେ ଲାଗିଥିବାବେଳେ  ଏହାର ମରାମତି କରାଯାଉ ନାହିଁ । କିନ୍ତୁ ଗଣମାଧ୍ୟମକୁ ତଥ୍ୟ ଦେବାବେଳେ ଏହି  ମେସିନ୍‌ ସଚଳ ଥିବା ନେଇ ପୁଲିସ ଭୁଲ୍‌  ସୂଚନା ପ୍ରଦାନ କରୁଥିବା ଜଣାପଡ଼ିଛି ।  

ଏହାକୁ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ କରାଯିବ  ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।  ଏବେ ଯୁଦ୍ଧ ସମୟରେ ଶ୍ରୀମନ୍ଦିର ଭଳି  ସମ୍ବେଦନଶୀଳ ସ୍ଥାନରେ ଅଘଟଣର  ଆଶଙ୍କା ରହିଛି । ତେଣୁ ଅବ୍ୟବସ୍ଥାକୁ  ତରନ୍ତ ଦୂର କରିବାକୁ ଦାବି ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.