ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଆସିଲା ଡଲଫିନ୍ ଗଣନା ରିପୋର୍ଟ: ଶୀର୍ଷରେ ରାଜନଗର, ଦ୍ୱିତୀୟରେ ଚିଲିକା

Published By : Harapriya Sethi | March 12, 2025 9:23 AM

ଭୁବନେଶ୍ୱର, ୧୨/୦୩: ଆସିଲା ଡଲଫିନ୍ ଗଣନା ରିପୋର୍ଟ । ରାଜନଗର ମଙ୍ଗରୋଭ ୱାଇଲଡ୍ ଲାଇଫ୍ ଡିଭିଜନରେ ସର୍ବାଧିକ ୫୦୫ ଟି ଡଲଫିନ୍ ଥିବାବେଳେ ଚିଲିକା ଡିଭିଜନର ଚିଲିକା ରେଞ୍ଜ ଅଞ୍ଚଳରେ ୧୭୪ ଟି ଏବଂ ପୁରୀ ରେଞ୍ଜ ଅଞ୍ଚଳରେ ୭ ଟି, ବ୍ରହ୍ମପୁର ଅଞ୍ଚଳରେ ୧୩ ଟି, ଭଦ୍ରକ ଅଞ୍ଚଳରେ ୪ ଟି ଓ ବାଲେଶ୍ୱର ରେଞ୍ଜ ଅଞ୍ଚଳରେ ୭ ଟି ଡ଼ଲଫିନ ଅଛନ୍ତି । ତେବେ ରାଜ୍ୟରେ ବର୍ତ୍ତମାନ ୪ ଟି ପ୍ରଜାତିର ଡ଼ଲଫିନ ଥିବା ଜଣାପଡିଛି । 

ଚିଲିକାରେ ୧୯୪ ଟି ଡଲଫିନ୍ ଥିବା ବେଳେ ସମଗ୍ର ଓଡିଶାରେ ୭୧୦ଟି ଡଲଫିନ୍‌ ଅଛନ୍ତି । ସେମାନଙ୍କ ମଧ୍ୟରେ ୪୯୮ଟି ହମ୍ପବ୍ୟାକ ଡଲଫିନ ଥିବା ବେଳେ ୧୮୮ ଟି ଇରାୱାଡି ଡ଼ଲଫିନ ଅଛନ୍ତି । ବନ୍ୟପ୍ରାଣୀ ବିଭାଗ ତରଫରୁ କରାଯାଇଥିବା ଡ଼ଲଫିନ ଗଣନା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ୩ ଦିନ ଧରି ଏହି ଗଣନା କାର୍ଯ୍ୟ କରାଯାଇଥିଲା । ଅର୍ଥାତ ଚଳିତ ବର୍ଷ ଜାନୁଆରୀ ମାସ ୨୦, ୨୧ ଏବଂ ୨୨ ତାରିଖରେ ଏହି ଡଲଫିନ୍ ଗଣନା କାର୍ଯ୍ୟ କରାଯାଇଥିଲା ।

ସରକାରୀ ରିପୋର୍ଟ ଅନୁସାରେ, ୨୦୨୧  ମସିହାରେ ଚିଲିକାରେ ୧୬୨ ଟି ଇରାୱାଡି ଡଲଫିନ୍ ଏବଂ ୨୬ ଟି ବଟଲ୍-ନୋଜ୍ ଡଲଫିନ୍  ଥିବା ଚିହ୍ନଟ ହୋଇଥିଲା । ୨୦୨୨ ମସିହାରେ ୧୫୧ ଟି ଇରାୱାଡି ଡଲଫିନ୍ ଏବଂ ୧୬ ଟି ବଟଲ୍-ନୋଜ୍ ଡଲଫିନ୍ ଥିବାବେଳେ ୨୦୨୩ ମସିହାରେ ଚିଲିକାରେ ୧୫୪ ଟି ଇରାୱାଡି ଡଲଫିନ ଏବଂ ୧୯ ଟି ବଟଲ୍ ନୋଜ୍ ପ୍ରଜାତିର ଡଲଫିନ ଥିବା ଚିହ୍ନଟ ହୋଇଥିଲା । ଏହା ପରେ ୨୦୨୪ ମସିହାରେ ଚିଲିକାରେ ୧୫୫ ଟି ଇରାୱାଡି ଡଲଫିନ ଏବଂ ୧୯ ଟି ବଟଲ୍ ନୋଜ୍ ପ୍ରଜାତିର ଡ଼ଲଫିନ ଥିବା ଚିହ୍ନଟ ହୋଇଥିଲା । ୨୦୨୫ ମସିହାରେ ଚିଲିକା ରେ ୧୯୪ ଟି ଡ଼ଲଫିନ୍ ଥିବା ଚିହ୍ନଟ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.