ପ୍ରମୂଖ ଖବର
  • ରାଜଧାନୀରେ ସିରିଜ୍‌ ଦୁର୍ଘଟଣା, ମୋ ବସ୍‌କୁ ପିଟିଲା ଆଉ ଏକ ମୋ ବସ୍‌
  • ||
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

ଡ.ଭୀମରାଓ ଆମ୍ୱେଦକରଙ୍କ ୧୫୯ ତମ ମହା ପରିନିର୍ବାଣ ଦିବସ ପାଳିତ

Published By : Prameya | December 6, 2024 8:47 PM

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ବସଷ୍ଟାଣ୍ଟ ଠାରେ ଡ.ଭୀମରାଓ ଆମ୍ୱେଦକରଙ୍କ ୧୫୯ତମ ମହାପରିନିର୍ବାଣ ଦିବସ ପାଳିତ ହୋଇ ଯାଇଛି। ଭାରତ ବର୍ଷର ମହାନ ସମ୍ବିଧାନ ପ୍ରଣେତା ତଥା ଜାତି ଜନଜାତି ଓ ସବୁ ବର୍ଗର ମୁକ୍ତି ପାଇଁ ଏବଂ ବିଶେଷ କରି ମହିଳାଙ୍କ ଅଧିକାର, କୃଷକ ମଜଦୂର ଅଧିକାର ସହ ସାରା ଜୀବନ ଗରିବ ନିଷ୍ପେସିତ ଲୋକଙ୍କ କାମରେ ଅତିବାହିତ କରିଥିବା ମହାନ ବ୍ୟକ୍ତି ଆମ୍ବେଦକର, ଆଜିର ଦିନରେ ନିଜର ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ଏହି ଦିନକୁ ମହା ପରି ନିର୍ବାଣ ଦିବସ ଭାବେ ସାରା ଭାରତ ବର୍ଷରେ ପାଳନ କରାଯାଉଛି। 

ଏହି ଅବସରରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ପାଳନ ହୋଇଥିବା ବେଳେ ଏଥିରେ ଉପ ଜିଲ୍ଲପାଳ ଦୁର୍ଯ୍ୟୋଧନ ଭୋଇ, ମାଲକାନଗିରି ତହସିଲଦାର ଟୁକୁନ ପୁଟା, ବରିଷ୍ଠ ଆଇନଜୀବୀ ହଳଧର ସେଠୀ, ମାଲକାନଗିରି ଜୋନ ୩ ଜିଲ୍ଲାପରିଷଦ କୃଷ୍ଣ ଚନ୍ଦ୍ର ଅନୁଗୁ, ଜାତି/ଜନଜାତି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ଜାରା ଶବର ମାଡ଼ି, କାର୍ଯ୍ୟକାରୀ ସଭାପତି ସୋନୁ ଅନୁଗୁ, ଉପଦେଷ୍ଟା ରତିକୃଷ୍ଣ ପାତ୍ର, ଘେନୁ ମୁଦୁଲି ପ୍ରମୁଖଙ୍କ ସହ ଟ୍ରକ ମାଲିକ ସଂଘ, ଅଟୋ ମାଲିକ ସଂଘ, ସାମାଜିକ ସଂଗଠନ ଏବଂ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗଦେଇ ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଥିଲେ। ଏହାସହ ତାଙ୍କର ଜୀବନୀ ଓ ଦେଶ ପାଇଁ ରହିଥିବା ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.