ନୂଆଦିଲ୍ଲୀ,୧।୧୧:  ଭାରତ ବିରୋଧରେ ପାକିସ୍ତାନ ଓ ଚୀନ୍‌ର ଷଡଯନ୍ତ୍ର କମ୍ ହେବାର ନାଁ ଧରୁନି। ଦୁଇ ଦେଶ ଭାରତ ବିରୋଧରେ କାର୍ଯ୍ୟ କଳାପ ଜାରି ରଖିଛନ୍ତି। ଇଣ୍ଡିଆ ଟୁଡେର ଏକ ରିପୋର୍ଟ ଅନୁସାରେ ଚୀନ୍‌ ନିର୍ଦେଶରେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଜମ୍ମୁ-କଶ୍ମୀରର ଚିନାବ ବ୍ରିଜ୍ ବିଷୟରେ ସୂଚନା ଏକାଠି କରିବାରେ ଲାଗିଛି।  ପାକିସ୍ତାନ ଓ ଚୀନ୍ ଗୁଇନ୍ଦା ଏଜେନ୍ସିର ତଥ୍ୟ ଏକାଠି ମାମଲା ଏବେ ଭାରତ ପାଇଁ ଆଗକୁ ଚିନ୍ତାର କାରର ପାଲଟି ପାରେ। 

ଉଲ୍ଲେଖନୀୟ ଯେ, ଚିନାବ ବ୍ରିଜ୍ ରିୟାସି ଓ ରାମବାନ ଜିଲ୍ଲାକୁ ଯୋଡୁଥିବା ରେଲଓ୍ବେ ବ୍ରିଜ୍‌। ଏହାକୁ ଦୁନିଆର ସବୁଠାରୁ ଉଚ୍ଚ ରେଲଓ୍ବେ ବ୍ରିଜ୍‌ ଭାବରେ ଜଣାଯାଏ। ନିକଟରେ ଏହି ବ୍ରିଜ୍ ଉପରେ ଟ୍ରାଏଲ କରାଯାଇଥିଲା। ଭାରତୀୟ ରେଲଓ୍ବେ କମାଲ ଦେଖାଇ କାଶ୍ମୀର ଘାଟିର ସଙ୍ଗଲଦାନରୁ ରିୟାସି ପର୍ଯ୍ୟନ୍ତ ପ୍ରାୟ ୪୬ କିଲୋମିଟର ମେମୁ ଟ୍ରେନ୍ ଉପରେ ପ୍ରଥମ ଥର ସଫଳ ପରୀକ୍ଷଣ କରାଯାଇଥିଲା। ଏଥିରେ ଦୁନିଆର ସବୁଠାରୁ ଉଚ୍ଚ ଚେନ୍ନାବ ରେଳ ବ୍ରିଜ୍ ରହିଛି। ବ୍ୟାପକ ନୀରିକ୍ଷଣ କରିବା ପରେ ୮ଟି କୋଚ୍ ଥିବା ମେମୁ ଟ୍ରେନ୍‌ର ସଫଳତାର ସହ ପରୀକ୍ଷଣ କରାଯାଇଛି। ଏହା ପ୍ରଥମ ପୁରା ଟ୍ରେନ୍ ଥିଲା, ଯାହାକି ଚେନ୍ନାବ ନଦୀ ଉପରେ ଦୁଗ୍ଗା ଓ ବକ୍କଲ ଷ୍ଟେସନ୍‌ ଭିତରେ ଦୁନିଆର ସବୁଠାରୁ ଉଚ୍ଚ ଆର୍ଚ ରେଳ ବ୍ରିଜ୍‌କୁ ପାର କରିଥିଲା। ଏହି ରେଳ ଖଣ୍ଡରେ ରିୟାସି, ବକ୍କଲ, ଦୁଗ୍ଗା ଓ ସାଓ୍ବଲକୋଟ୍ ଷ୍ଟେସନ୍ ରିୟାସି ଜିଲ୍ଲାରେ ରହିଛି।