ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଶକ୍ତିଶାଳୀ ହେଲା ନୌସେନା, ସ୍ୱଦେଶୀ ଡ୍ରପେବେଲ୍ କଣ୍ଟେନରର ପରୀକ୍ଷଣ ସଫଳ

Published By : Swapna Ray | January 25, 2025 11:12 AM

ନୂଆଦିଲ୍ଲୀ, ୨୫।୧: ରାତି ପାହିଲେ ଗଣତନ୍ତ୍ର ଦିବସ ପାଳିବ ସାରା ଦେଶ । ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଏହି ଅବସରରେ ଜଳ-ସ୍ଥଳ-ବାୟୁ ତିନି ସେନା ନିଜ କସରତ୍ ଦେଖାଇବା ଲାଗି ଅଭ୍ୟାସ ଜାରି ରଖିଛନ୍ତି । ଏହାରି ଭିତରେ ଭାରତୀୟ ନୈସେନା ଏକ ବଡ଼ ସଫଳତା ହାସଲ କରିଛି । କହିରଖୁ କି, ଡିଆରଡିଓ ଓ ଭାରତୀୟ ନୈସେନା ଦ୍ୱାରା ପି8ଆଇ ବିମାନ ସାହାଯ୍ୟରେ ସ୍ୱଦେଶୀ ଡ୍ରପେବେଲ୍ କଣ୍ଟେନରର ସଫଳ ପରୀକ୍ଷଣ କରିଛି । ଏହି କଣ୍ଟେନର ଯୁଦ୍ଧ ସମୟରେ ସମୁଦ୍ରରେ ଆବଶ୍ୟକ ସାମଗ୍ରୀ ପରିବହନ କରିବ । ଯୁଦ୍ଧ ବେଳେ ସହାୟ ହେବ ।

ଅନ୍ୟପଟେ ଭାରତ ଦେଶ ସୀମାରେ ନିଜର ସ୍ଥିତି ମଜବୁତ୍ କରିବାକୁ ଲଗାତାର ପ୍ରୟାସ ଜାରି ରହିଛି । ଏୟାର ଡ୍ରପେବଲ୍ କଣ୍ଟେନରର ସଫଳ ପରୀକ୍ଷଣ ପରେ ନୌସେନା ଆହୁରି ଶକ୍ତିଶାଳୀ ହେବ । ଏହି କଣ୍ଟେନର ମାଧ୍ୟମରେ ସମୁଦ୍ରତଟରୁ ୨ ହଜାର କିମି ଓ ଏହାଠୁ ଅଧିକ ଦୂର ଯାଏ ଯୁଦ୍ଧପୋତକୁ ଜରୁରୀକାଳିନ ସାମଗ୍ରୀ ପହଞ୍ଚାଯିବ । ମିଳିଥିବା ସୂଚନାନୁସାରେ, ଏରୋନୋଟିକାଲ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ ବେଙ୍ଗାଲୁରୁ, ଓ ଆଗ୍ରା ମିଳିତ ଭାବେ ଏହି କଣ୍ଟେନରକୁ ପ୍ରସ୍ତୁତ କରିଛନ୍ତି । ଭାରତରେ ନିର୍ମାଣ ହୋଇଥିବା ଏୟାର ଡ୍ରପେବଲ କଣ୍ଟେନରର ପରୀକ୍ଷଣ ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । 

ଭାରତୀୟ ନୌସେନା ନିଜକୁ ଆହୁରି ଶକ୍ତିଶାଳୀ କରୁଛି । ଯେ କୌଣସି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଏକାଧିକ ପ୍ରୟାସ ଦାରି ରଖିଛି । ସମୁଦ୍ରତଟରେ ନୌସେନାକୁ ଆହୁରି ମଜବୁତ୍ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ନିକଟରେ ଭାରତୀୟ ନୌସେନା ୮ ଦେଶ ସହ ସୈନ୍ୟ ଅଭ୍ୟାସ କରୁଛି । ଯେଉଁଥିରେ ଭାରତୀୟ ନୌସେନା ବ୍ୟତୀତ ଅଷ୍ଟ୍ରେଲିଆ ନୌସେନା, ଫ୍ରାନ୍ସ ନୌସେନା, ବ୍ରିଟେନ ନୌସେନା, ଆମେରିକା ନୌସେନା, ଇଣ୍ଡୋନେସିଆ ନୌସେନା, ମ୍ୟାଲେସିଆ ନୌସେନା, ସିଙ୍ଗାପୁର ଓ କାନାଡ଼ା ନୌସେନା ସାମିଲ । 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.