ନୂଆଦିଲ୍ଲୀ, ୨୫।୧: ରାତି ପାହିଲେ ଗଣତନ୍ତ୍ର ଦିବସ ପାଳିବ ସାରା ଦେଶ । ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଏହି ଅବସରରେ ଜଳ-ସ୍ଥଳ-ବାୟୁ ତିନି ସେନା ନିଜ କସରତ୍ ଦେଖାଇବା ଲାଗି ଅଭ୍ୟାସ ଜାରି ରଖିଛନ୍ତି । ଏହାରି ଭିତରେ ଭାରତୀୟ ନୈସେନା ଏକ ବଡ଼ ସଫଳତା ହାସଲ କରିଛି । କହିରଖୁ କି, ଡିଆରଡିଓ ଓ ଭାରତୀୟ ନୈସେନା ଦ୍ୱାରା ପି8ଆଇ ବିମାନ ସାହାଯ୍ୟରେ ସ୍ୱଦେଶୀ ଡ୍ରପେବେଲ୍ କଣ୍ଟେନରର ସଫଳ ପରୀକ୍ଷଣ କରିଛି । ଏହି କଣ୍ଟେନର ଯୁଦ୍ଧ ସମୟରେ ସମୁଦ୍ରରେ ଆବଶ୍ୟକ ସାମଗ୍ରୀ ପରିବହନ କରିବ । ଯୁଦ୍ଧ ବେଳେ ସହାୟ ହେବ ।

ଅନ୍ୟପଟେ ଭାରତ ଦେଶ ସୀମାରେ ନିଜର ସ୍ଥିତି ମଜବୁତ୍ କରିବାକୁ ଲଗାତାର ପ୍ରୟାସ ଜାରି ରହିଛି । ଏୟାର ଡ୍ରପେବଲ୍ କଣ୍ଟେନରର ସଫଳ ପରୀକ୍ଷଣ ପରେ ନୌସେନା ଆହୁରି ଶକ୍ତିଶାଳୀ ହେବ । ଏହି କଣ୍ଟେନର ମାଧ୍ୟମରେ ସମୁଦ୍ରତଟରୁ ୨ ହଜାର କିମି ଓ ଏହାଠୁ ଅଧିକ ଦୂର ଯାଏ ଯୁଦ୍ଧପୋତକୁ ଜରୁରୀକାଳିନ ସାମଗ୍ରୀ ପହଞ୍ଚାଯିବ । ମିଳିଥିବା ସୂଚନାନୁସାରେ, ଏରୋନୋଟିକାଲ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ ବେଙ୍ଗାଲୁରୁ, ଓ ଆଗ୍ରା ମିଳିତ ଭାବେ ଏହି କଣ୍ଟେନରକୁ ପ୍ରସ୍ତୁତ କରିଛନ୍ତି । ଭାରତରେ ନିର୍ମାଣ ହୋଇଥିବା ଏୟାର ଡ୍ରପେବଲ କଣ୍ଟେନରର ପରୀକ୍ଷଣ ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । 

ଭାରତୀୟ ନୌସେନା ନିଜକୁ ଆହୁରି ଶକ୍ତିଶାଳୀ କରୁଛି । ଯେ କୌଣସି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଏକାଧିକ ପ୍ରୟାସ ଦାରି ରଖିଛି । ସମୁଦ୍ରତଟରେ ନୌସେନାକୁ ଆହୁରି ମଜବୁତ୍ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ନିକଟରେ ଭାରତୀୟ ନୌସେନା ୮ ଦେଶ ସହ ସୈନ୍ୟ ଅଭ୍ୟାସ କରୁଛି । ଯେଉଁଥିରେ ଭାରତୀୟ ନୌସେନା ବ୍ୟତୀତ ଅଷ୍ଟ୍ରେଲିଆ ନୌସେନା, ଫ୍ରାନ୍ସ ନୌସେନା, ବ୍ରିଟେନ ନୌସେନା, ଆମେରିକା ନୌସେନା, ଇଣ୍ଡୋନେସିଆ ନୌସେନା, ମ୍ୟାଲେସିଆ ନୌସେନା, ସିଙ୍ଗାପୁର ଓ କାନାଡ଼ା ନୌସେନା ସାମିଲ ।