ପ୍ରମୂଖ ଖବର
  • ଟାଙ୍ଗି: ବୋମାମାଡ କରି ଛଣଗିରି ଗ୍ରାମରେ ଥିବା ସୁନା ଦୋକାନରୁ ଲୁଟ୍
  • ||
  • ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ, ଛାତରୁ ଖସିପଡ଼ିଲା କାର୍‌
  • ||
  • ସୁବର୍ଣ୍ଣରେଖାରେ ମଧ୍ୟମ ଏବଂ ବୈତରଣୀରେ ଛୋଟ ଧରଣର ବନ୍ୟା: ସର୍ବୋଚ୍ଚ ଯନ୍ତ୍ରୀ
  • ||
  • କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା
  • ||
  • ଉଛୁଳା ମହାନଦୀକୁ ଡେଇଁ ପଡ଼ିଲେ ଛାତ୍ରୀ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀ-କୋଣାର୍କ ଭିଷ୍ଟାଡମ୍ ଟ୍ରେନ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ୩୨କିଲୋମିଟର ପାଇଁ ଖର୍ଚ୍ଚ ହେବ ୪୯୨ କୋଟି
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଜଳେଶ୍ୱର: ଲଘୁଚାପ ବର୍ଷା ଯୋଗୁଁ ଫୁଲୁଛି ସୁବର୍ଣ୍ଣରେଖା, ବିପଦ ସଂକେତ ଉପରେ ଜଳସ୍ତର
  • ||
  • ନୂଆପଡ଼ାରେ ବାଘ ଆତଙ୍କ, ଛେଳିକୁ ମାରି ଖାଇଦେଲା କଳରାପତରିଆ ବାଘ
  • ||

ପବନରେ ଉଡ଼ିଯିବ ଶତ୍ରୁ ; ୨୫୦୦କିମି ରେଞ୍ଜ, ୧୫୦ କିମି ଉଚ୍ଚରେ ମିସାଇଲକୁ କରିବ ଧ୍ୱଂସ, ଡିଫେନ୍ସ ସିଷ୍ଟମ କ୍ଷେତ୍ରରେ DRDOକୁ ସଫଳତା

Published By : Ankita S | August 24, 2025 1:01 PM

ନୂଆଦିଲ୍ଲୀ,୨୪/୦୮: ପ୍ରତିରକ୍ଷା କ୍ଷେତ୍ରରେ ଶକ୍ତିଶାଳୀ ହେଲା ଭାରତ । ଯୋଡ଼ିହେଲା ସ୍ୱଦେଶୀ ଶକ୍ତି । ଏବେ ପବନରେ ଉଡ଼ିଯିବ ଶତ୍ରୁ । ୧୫୦ କିମି ଉଚ୍ଚରେ ମିସାଇଲ ହେବ ଧ୍ୱଂସ । 'ଅପରେସନ୍ ସିନ୍ଦୂର' ପରେ ଭାରତର ସାମରିକ ଶକ୍ତି ଆହୁରି ସଶକ୍ତ ହୋଇଛି । ସମନ୍ବିତ ବାୟୁ ପ୍ରତିରକ୍ଷା ଅସ୍ତ୍ର ପ୍ରଣାଳୀ (IADWS)ର ପ୍ରଥମ ଉଡ଼ାଣ ପରୀକ୍ଷଣ ସଫଳ କରିଛି ଡିଆରଡିଓ । ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଆହରୁ ମଜବୁତ କରିବା ଦିଗରେ ଏହା ଏକ ପ୍ରମୁଖ ଅସ୍ତ୍ର । ଏହି ସଫଳତା ନେଇ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ପ୍ରତିରକ୍ଷା କ୍ଷେତ୍ରରେ ଭାରତ ତାର ସ୍ଥିତିକୁ ମଜବୁତ କରୁଛି । ଏହି କ୍ରମରେ ମଲ୍ଟିଲେୟାର ଏୟାର ଡିଫେନ୍ସ ସିଷ୍ଟମ କ୍ଷେତ୍ରରେ ବଡ଼ ଉପଲବ୍ଧି ହାସଲ କରିଛି । ଅଗଷ୍ଟ ୨୩ରେ ଡିଆରଡିଓ ଓଡ଼ିଶା ତଟରୁ IADWSର ପ୍ରଥମ ଉଡ଼ାଣର ସଫଳ ପରୀକ୍ଷଣ କରିଛି । ଏହା ଏକ ବହୁ ସ୍ତରୀୟ ବାୟୁ ରକ୍ଷା ପ୍ରଣାଳୀ । ଯେଉଁଥିରେ ସ୍ୱଦେଶୀ ମିସାଇଲ ଏବଂ ଏକ ଶକ୍ତିଶାଳୀ ଲେଜର ଅସ୍ତ୍ର ସାମିଲ ଅଛି । ଏହା ପ୍ରଣାଳୀ ପାଖରେ ଶତ୍ରୁର ଆକାଶମାର୍ଗର ଆଟାକ୍‌ରୁ ଦେଶକୁ ରକ୍ଷା କରିବାର କ୍ଷମତା ରହିଛି । 

କଣ IADWS ? IADWS ହେଉଛି ଏକ ଉନ୍ନତ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯାହା ସମୟ ମଧ୍ୟରେ ଶତ୍ରୁ କ୍ଷେପଣାସ୍ତ୍ରକୁ ନଷ୍ଟ କରିପାରିବ। ଏହି ପ୍ରଣାଳୀ ସ୍ୱୟଂଚାଳିତ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ଏବଂ ବିପଦକୁ ଚିହ୍ନଟ କରି ତୁରନ୍ତ ପ୍ରତିକ୍ରିୟା ଦେବ । ବାହୁବଳୀ ବାୟୁ ପ୍ରତିରକ୍ଷା ସମ୍ପ୍ରତି ସଫଳତାର ସହିତ ଏହାର ଶକ୍ତି ଏବଂ ପ୍ରଭାବଶାଳୀତା ପ୍ରଦର୍ଶନ କରିଛି । IADWS ହେଉଛି ଏକ ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ । ଏହା ଦ୍ରୁତ ପ୍ରତିକ୍ରିୟାଶୀଳ ମିଶାଇଲ (QRSAM), କ୍ଷୁଦ୍ର ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଣାଳୀ (VSHORADS),  ଅତ୍ୟାଧୁନିକ ଲେଜର ଅସ୍ତ୍ର (DEW)କୁ ନେଇ ଗଠିତ । ଭାରତର ଏହି 'ସୁଦର୍ଶନ ଚକ୍ର' ୨୫୦୦ କିମି ପର୍ଯ୍ୟନ୍ତ ଦୂରତାରେ ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ ଧ୍ୱଂସ କରିପାରିବ ଏବଂ ୧୫୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଆକାଶରେ ଯେକୌଣସି କ୍ଷେପଣାସ୍ତ୍ରକୁ ଅଟକାଇପାରିବ । ଏହାର ଶକ୍ତି ଦେଖି ପାକିସ୍ତାନ ଓ ଚୀନର ହୋସ୍ ଉଡ଼ିଯିବ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.