ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପାର୍କାଡ଼ି ଗ୍ରାମବାସୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ସାତ ସପନ

Published By : Gurupada Nath | April 12, 2025 10:02 PM

ଫିରିଙ୍ଗିଆ,୧୨/୪ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ପାର୍କାଡ଼ି ଗ୍ରାମରେ ୪ସାହିରେ ବିଶୁଦ୍ଧ ପାନୀୟ ଜଳର ସମସ୍ୟା ଦେଖିବାକୁ ମିଳିଛି । ଫଳରେ ଏହି ଗ୍ରାମର ଜନସାଧାରଣ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାର ସହରାଞ୍ଚଳଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ରହୁଥିବା ପ୍ରତ୍ୟେକ ଗରିବ ଅସହାୟ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲାଗି ଅନେକ ଯୋଜନା କରି ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ବ୍ୟବସ୍ଥା କରିଥିବା ବେଳେ ଆଜି ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ। 

ଦୀର୍ଘ ବର୍ଷରୁ ଏଠାକାର ଜନସାଧାରଣଙ୍କ ନାଳ ଚୁଆ ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଖରାଦିନ ନାଳ ଚୁଆ ପାଣି ବ୍ୟବହାର କରୁଥିବାବେଳେ ବର୍ଷା ଦିନ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଥିବା ଗ୍ରାମବାସୀ କହିଛନ୍ତି । ଏହି ଗାଁ ସର୍ବ ମୋଟ ୨୫ଘର ପରିବାର ବସବାସ କରନ୍ତି । ଏହି ଗାଁରେ ପିଇବା ପାଣିର ମୁଖ୍ୟ ସମସ୍ୟା ହେଉଛି । ବିଶୁଦ୍ଧ ପାନୀୟ ଜଳ ସତେ ଯେମିତି ପାର୍କାଡ଼ି ଗ୍ରାମବାସୀଙ୍କ ପାଇଁ ସାତ ସପନ ପାଲଟିଛି । ପାର୍କାଡ଼ି ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ନଳକୂପ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି ୭ ନମ୍ବର ୱାର୍ଡର ମେମ୍ବର ଗଣ୍ଡିସା କହଁର, ନର କହଁର, ସର୍ବେଶ୍ଵର କହଁର, ପ୍ରହଲ୍ଲାଦ ବିନ୍ଧାଣି, ସାବିତ୍ରୀ କହଁର, ପ୍ରୀୟଜିନୀ କହଁର, ପ୍ରଦୀପ କହଁର, ମାମିତା ବିନ୍ଧାଣି, ମର୍ଚ୍ଚ କହଁର, ଛୁଇଁଲା କହଁର, ନିଳକଣ୍ଠ କହଁର ସମେତ ପାର୍କାଡ଼ି ୪ସାହି କଡିପାଗୁ, କଟଢି ସାହି, କାସୁକ୍ଲାଉ ଗ୍ରାମବାସୀ ଦାବି କରିଛନ୍ତି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.