ପ୍ରମୂଖ ଖବର
  • ଭୁବନେଶ୍ବର : ଓଡିଶା ଜନଗଣନା ନିର୍ଦ୍ଦେଶକ ହେଲେ ୨୦୧୨ ବ୍ୟାଚ୍ର ଆଇଏଏସ ନିଖିଲ ପୱନ କଲ୍ୟାଣ
  • ||
  • Shangri-la-dialogue: CDS କହିଦେଲେ ଆତଙ୍କୀଙ୍କ ରେଡ଼ ଲାଇନ୍, ଜାଣନ୍ତୁ କଣ କହିଲେ ପାକିସ୍ତାନ ଜେନେରାଲ
  • ||
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

କାମରେ ଆସୁନି ‌୨୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ, ଚୁଆ ପାଣି ଉପରେ ଗାଁଲୋକେ ନିର୍ଭର

Published By : Harapriya Sethi | June 1, 2025 3:04 PM

ଦଶମନ୍ତପୁର,୦୧/୦୬: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡା ପଦର ପଞ୍ଚାୟତ ଅଧିନ ନାରଗଛ ଗାଁରେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖା ଦେଇଛି । ନଳକୂଅରୁ ଠିକ୍ ଭାବେ ପାଣି ବାହାରୁ ନାହିଁ । ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଆସୁନାହିଁ। କୌଣସି ବିକଳ୍ପ ନ ପାଇ ଗାଁ ନିକଟସ୍ଥ ମୁରାନ ନଦୀ କୂଳରେ ବାହାରୁ ଥିବା ଏକ ଦୂଷିତ ଚୁଆ ପାଣିରେ ଶୋଷ ମେଣ୍ଟାଇ ଆସୁଛନ୍ତି ଗ୍ରାମବାସୀ । ଏନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଦୂଷିତ ପାଣି ପିଇ ଗାଁ ଲୋକ ବିଭିନ୍ନ ରୋଗର ଶୀକାର ହେଉଥିବା, ଗାଁର କାର୍ତ୍ତିକ ଜାନୀ, ଚନ୍ଦ୍ର ଜାନୀ, ବୁଟୁ ଦିଶାରି, ଦର ଦିଶାରି, ଇଷ ଦିଶାରି, ୱାର୍ଡ ସଭ୍ୟ ଭୀମ ମୁଦୁଲି ପ୍ରମୁଖ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ଯେ, ତାଙ୍କ ଗାଁରେ ୬୫ ପରିବାର ଆଦିବାସୀ ସଂପ୍ରଦାୟର ଲୋକମାନେ ବସବାସ କରନ୍ତି । ଜୀବିକା କହିଲେ ପୋଡୁଚାଷ । ବିଶେଷ କରି ବିଶୁଦ୍ଧ ପାନୀୟ ଜଳ ସୁବିଧା ନ ଥିବାରୁ ଗ୍ରାମବାସୀ ନାହଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା କୁହାଯାଇଛି।

ସୂଚନା ମୁତାବକ, ଗତ ୩ ବର୍ଷ ତଳେ ଜଳ ଓ ପରିମଳ ମିଶନ ବିଭାଗ ପକ୍ଷରୁ, ଅଟକଳ ମୂଲ୍ୟ ୨୫ ଲକ୍ଷ ଟଙ୍କା ବ୍ୟୟରେ, ୨୦ ହଜାର ଲିଟର କ୍ଷମତା ବିଶିଷ୍ଟ ଏକ ଟାଙ୍କି ନିର୍ମାଣ କରାଯାଇଥିଲା। ଏହି ଟାଙ୍କିର ବିଶୁଦ୍ଧ ପାନୀୟ ଜଳକୁ ନାରଗଛ ଗ୍ରାମବାସୀଙ୍କୁ ପାଇପ୍ ଯୋଗେ ଯୋଗାଇ ଦେବାକୁ, ଗାଁ ଦାଣ୍ଡରେ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରାଯାଇଥିଲା। ନିର୍ମାଣ କରାଯିବା କିଛି ମାସ, ଭଲ ଭାବେ ପାଣି ମିଳିଲା।  ତା ପର ଠାରୁ ପାଇପ୍ ଫାଟି ଯିବାରୁ ପାଣି ନଷ୍ଟ ହୋଇଯାଉଛି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀକୁ ମରାମତି ପାଇଁ ବାରମ୍ବାର ଗୁହାରି କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ଶେଷରେ ବାଧ୍ୟ ହୋଇ, ଦୂଷିତ ପାଣି ବ୍ୟବହାର କରୁଥିବାରୁ ଗ୍ରାମବାସୀ ସେମାନଙ୍କ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଶାସନର ଅବହେଳା ଯୋଗୁଁ ଗ୍ରାମ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ହୋଇ ଆସୁଥିବା କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.