ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଧର୍ମଶାଳାରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ; ସାମିଲ ହେଲେ ସାଢେ ୩ ହଜାର ଡ୍ରାଇଭର

Published By : Anindita Ratha | July 8, 2025 2:50 PM

ଧର୍ମଶାଳା,୦୮/୦୭: ଓଡିଶା ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ। ୭ ଦଫା ଦାବି ନେଇ ଯାଜପୁର ଜିଲ୍ଲା ଧର୍ମଶାଳା ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ଓହ୍ଲାଇଛି। ବ୍ଲକର ପାଖାପାଖି ସାଢେ ୩ ହଜାର ଡ୍ରାଇଭର ଷ୍ଟିୟରିଂ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଛନ୍ତି। 

ଧର୍ମଶାଳା ଥାନା  ୧୬ ନମ୍ବର ଜାତୀୟ ରାଜପଥର ଜାରକା ଠାରେ  ଓ ଜେନାପୁର ଥାନାର ୫୩ ନମ୍ବର ରାଜପଥର କଣ୍ଟାପଡ଼ା ଠାରେ ଡ୍ରାଇଭରମାନେ ଶାନ୍ତିପୂର୍ଣ୍ଣ ଭାବରେ ଆଜି ସକାଳୁ ଧାରଣାରେ ବସିଛନ୍ତି। ଜିଲ୍ଲା ସଂଘର ସହ ସମ୍ପାଦକ ଶଶିକାନ୍ତ ବେହେରା ଓ ସଂଯୋଜକ ହୀରା ଲାଲ  ଆନ୍ଦୋଳନରେ ଯୋଗ ଦେଇ କହିଛନ୍ତି, ସରକାର ଯେ ପର୍ଯ୍ୟନ୍ତ ଦାବି ପୂରଣ କରି ନାହାଁନ୍ତି ସେ ପର୍ଯ୍ୟନ୍ତ  ଏହି ଆନ୍ଦୋଳନ ଜାରି ରହିବ । ଡ୍ରାଇଭର ମହାସଂଘର ବ୍ଲକ୍ ସଭାପତି ଲୋକନାଥ ପୁରୀ, ସମ୍ପାଦକ ଅମୂଲ୍ୟ ମଲିକ ଓ ସଂଯୋଜକ ସୁଶାନ୍ତ ସ୍ବାଇଁଙ୍କ ନେତୃତ୍ୱରେ ବସ, ଟ୍ରକ୍, ଅଟୋ, କାର ଆଦି ଡ୍ରାଇଭର ସାମିଲ ହୋଇଛନ୍ତି। ଡ୍ରାଇଭରମାନେ ଆନ୍ଦୋଳନ ପାଇଁ ବ୍ଲକ୍ ରେ 'ଆମ' ବସ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.