ବୋରିଗୁମ୍ମା,୨୬।୧ : ପୋଖରୀ ଭିତରେ ବୋଲେରୋ ପଶିଯିବାରୁ ଡ୍ରାଇଭରର ମୃତ୍ୟୁ ଘଟିଛି। ମୃତ ଡ୍ରାଇଭର ଜଣକ ହେଲେ ଆଉଁଳି ଗାଁର ଗଣେଶ ନାୟକ। ବୋରିଗୁମ୍ମା ନିଲିଗୁଡା ଗ୍ରାମରେ ଏହି ଘଟଣା ଘଟିଛି।
ଚମ୍ପିଆ ଗ୍ରାମର କିଛି ଲୋକଙ୍କୁ ନେଇ ଏକ ବୋଲେରୋ ଉମରକୋଟ ନିକଟସ୍ତ ମିଣ୍ଡରା ଗାଁକୁ ଏକ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲା। ସେଠାରୁ ଫେରିଚମ୍ପିୟା ଗାଁ ରେ ଲୋକଙ୍କୁ ଛାଡି ଡ୍ରାଇଭର ଗଣେଶ ନାୟକ ନିଜ ଗାଁ ଆଉଁଳି ଫେରୁଥିଲେ। ଏହି ସମୟରେ ଗାଡିଟି ଭାରସାମ୍ୟ ହରାଇ ନିଲିଗୁଡା ପୋଖରୀ ଭିତରକୁ ପଶି ଯାଇଥିଲା | ସଙ୍ଗେ ସଙ୍ଗେ ଖବର ପାଇ ବୋରିଗୁମ୍ମା ପୋଲିସ, ଅଗ୍ନିଶମ ଟିମ, ଜୟପୁର ଅତିରିକ୍ତ ଜିଲ୍ଲାପାଳ, ନବରଙ୍ଗପୁର ଅଗ୍ନିଶମ ଟିମ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ପାଞ୍ଚ ଘଣ୍ଟାର ରେସକିୟୁ ଅପରେସନ ପରେ କ୍ରେନ ସାହାଯ୍ୟରେ ପୋଖରୀ ମଧ୍ୟରୁ ଗାଡିଟି ବାହାର କରିଥିଲେ | ସେତେବେଳକୁ ଡ୍ରାଇଭରର ମୃତ୍ୟୁ ଘଟିଥିଲା। ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।