ଭୁବନେଶ୍ବର, ୧୭।୧୨ : ଓଡିଶା ପୋଲିସରେ ଡ୍ରାଇଭର ନିଯୁକ୍ତି ମାମଲା। ସର୍ବାଧିକ ବୟସସୀମା କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ନିୟମିତ ଭାବେ ନିଯୁକ୍ତି ପ୍ରକ୍ରିୟା ହୋଇନଥିବାରୁ ବୟସସୀମା କୋହଳ କରିବାକୁ ହୋଇଥିଲା ଆବେଦନ। ୨୦୨୧ ମସିହା ପରେ ପ୍ରଥମ ଥର ପାଇଁ ବାହାରିଥିଲା ବିଜ୍ଞପ୍ତି । ୪୦୫ ଟି ଡ୍ରାଇଭର ପଦବୀ ପାଇଁ ଜାରୀ ହୋଇଥିଲା ବିଜ୍ଞପ୍ତି। ୧।୧।୨୪ ସୁଦ୍ଧା ସର୍ବାଧିକ ବୟସସୀମା ୨୩ ବର୍ଷ ଧାର୍ଯ୍ୟ ହୋଇଥିଲା।