ମାଲକାନଗିରି,୪/୧୨ : ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୁର୍ଗମ ଅପହଁଞ୍ଚ ଇଲାକା, ପାହାଡିଆ ଅଞ୍ଚଳ ଓ ମୁଖ୍ୟ ବିଦ୍ୟୁତ ସଂଯୋଗ ଉପରେ ଆକାଶ ମାର୍ଗରୁ ନଜର ରଖିବ ଡ୍ରୋନ କ୍ୟାମେରା । ବିଦ୍ୟୁତ ସେଵାର ଅସୁବିଧା ସମ୍ପର୍କରେ ଫଟୋ ଓ ତଥ୍ୟ ଯୋଗାଇବ ଏହି ଅତ୍ୟାଧୁନିକ କ୍ୟାମେରା । ସେ ନେଇ ଆଜି ମାଲକାନଗିରି ଜିଲ୍ଲାରେ ବିଭାଗୀୟ କର୍ତ୍ତୃପକ୍ଷ ଓ ଇଞ୍ଜିନିୟରମାନେ ପରୀକ୍ଷା ମୂଳକ ଭାବେ ଆକାଶରେ ଉଡାଇଛନ୍ତି ଏହି ଡ୍ରୋନ  କ୍ୟାମେରା। 

ମାଲକାନଗିରି ଜିଲ୍ଲା ଟାଟା ପାୱାର କମ୍ପାନୀରେ ପ୍ରଥମେ ଥର ଲାଗି ନିୟୋଜିତ ହେଲା ଶକ୍ତିଶାଳୀ ଅତ୍ୟାଧୁନିକ ଡ୍ରୋନ କ୍ୟାମେରା । ବିଦ୍ୟୁତ ବିଭାଗ ପକ୍ଷରୁ ଏକ ଅତ୍ୟାଧୁନିକ ଡ୍ରୋନ ସର୍ଭେ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଏହି ଡ୍ରୋନରେ ଅତ୍ୟାଧୁନିକ ତାପମାତ୍ରା, ଫଟୋ ଓ ଭିଡିଓ କ୍ୟାମେରା ସହ ଉନ୍ନତ ମାନର ଯନ୍ତ୍ର ବ୍ୟବହୃତ ହୋଇଛି । ଯାହାଦ୍ଵାରା ଆକାଶ ମାର୍ଗରୁ ବଡ଼ ବଡ଼ ବିଦ୍ୟୁତ୍ ଖୁଣ୍ଟର ତ୍ରୁଟି ଏବଂ ଜିଲ୍ଳାର ବିଭିନ୍ନ ସ୍ଥାନରେ ଥିବା ଗ୍ରୀଡ   ଷ୍ଟେସନ୍ ମାନଙ୍କର ତାପମାତ୍ରା, ସ୍ପାର୍କିଙ୍ଗ,ବିଭିନ୍ନ ତ୍ରୁଟି ର ଫଟୋ, ଭିଡିଓ ଉତ୍ତୋଳନ କରି କଣ୍ଟ୍ରୋଲ ରୁମ କୁ ପଠାଇବା ସହିତ ନଜର ରଖିବ। ମାଲକାନଗିରି ଜିଲ୍ଲା ସଦର ମହାକୁମାସ୍ଥ ବିବିଗୁଡା ସବଷ୍ଟେସନ କଣ୍ଟ୍ରୋଲ ରୁମ ଠାରେ ଏହି ଅତ୍ୟାଧୁନିକ ଡ୍ରୋନ   କ୍ୟାମେରା ପରୀକ୍ଷା ମୂଳକ ଭାବେ ଉଡାଣ କରାଯାଇଥିଲା। ଏହି ଅବସରରେ ମାଲକାନଗିରି ଟାଟାପାୱାର ନିର୍ବାହୀ ଯନ୍ତ୍ରୀ ଇଂ ଆଶିଷ କୁମାର ଜେନା, ଏସଡ଼ିଓ ଇଂ କାର୍ତ୍ତିକ ଚନ୍ଦ୍ର ଦାସ, କନିଷ୍ଠ ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକ ପ୍ରମୁଖ ଟାଟା ପାୱାର ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

  ମାଲକାନଗିରି ଜିଲ୍ଲା ରେ ବହୁତ୍ ଜଙ୍ଗଲ ପାହାଡ଼ ଥିବା ଯୋଗୁଁ ଏହି ଡ୍ରୋନ ୧୨୦ ଫୁଟ୍ ଉଚ୍ଚତାରେ ୧୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଅତିକ୍ରମ କରି ବିଦ୍ୟୁତ ଖୁଣ୍ଟି, ଟ୍ରାନ୍ସଫରମର, ସବଷ୍ଟେସନ ଗୁଡିକର ତ୍ରୁଟି ଖୋଜିବାରେ ସାହଯ୍ୟ କରିବ ଓ ଏହି ତ୍ରୁଟି ଗୁଡିକୁ ସହଜ ଓ କମ ସମୟ ମଧ୍ୟରେ   ବିଭାଗୀୟ କର୍ମଚାରୀମାନେ ମରାମତି କରିପାରିବେ ବୋଲି  ଟାଟା ପାୱାର ନିର୍ବାହୀ ଯନ୍ତ୍ରୀ ଇଂ ଆଶିଷ କୁମାର ଜେନା କହିଛନ୍ତି ।