କଟକ ୧୮/୦୫: କଟକ ସିଡିଏ ସେକ୍ଟର ୧୧ ନିକଟ ବିରେନ ମିତ୍ର ପାର୍କ ପାଖରେ ଦୁଇ ଜଣ ଯୁବକ କାଠଯୋଡି ନଦୀକୁ ଗାଧେଇବାକୁ ଯାଇ ବୁଡି ଯାଇଛନ୍ତି । ଘଟଣାରେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ରହିଛନ୍ତି । ମୃତ ଇଂଜିନିୟର ହେଲେ ଋଷିକେଶ ମାତାଲ । ବିଡାନାସୀ ଦମକଳ କେନ୍ଦ୍ର କର୍ମଚାରୀ ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରୁଛନ୍ତି । ଦୁଇ ଯୁବକ ଏଲ୍ ଏଣ୍ଡ ଟି(L&T)କମ୍ପାନୀ ରେ ଇଞ୍ଜିନିୟରିଂ କର୍ମଚାରୀ ଭାବେ କାମ କରନ୍ତି। ଦିନ ପ୍ରାୟ ସାଢେ ୩ଟା ବେଳେ ଗାଧେଇବା ପାଇଁ ଦୁହେଁ ସେଠାକୁ ଯାଇଥିଲେ । ଏକ ପଥର ବୁରୁଜ ତଳେ ପାଣିର ଗଣ୍ଡ ପାଖରେ ଗାଧୋଇବା ବେଳେ ବୁଡି ଯାଇଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି । ସିଡିଏ ଫେଜ୍ ୨ ପୋଲିସ ଘଟଣା ସ୍ଥଳରେ ତଦନ୍ତ କରୁଛି।

ପୁତୁରାଙ୍କୁ ମାୟାବତୀଙ୍କ ବଡ଼ ଦାୟିତ୍ବ, ଆକାଶ ଆନନ୍ଦ...